ଇମ୍ରାନ୍‌ ଓ ସାକିବଙ୍କ କ୍ଲବରେ ରଶିଦ ଖାନ୍‌

ଢାକା: ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ୍‌ ବିଶ୍ୱର ୪ର୍ଥ ଖେଳାଳି ଭାବେ ଏକ ବିରଳ ରେକର୍ଡ କ୍ଲବରେ ସ୍ଥାନ ପାଇଛନ୍ତି। କ୍ୟାପ୍ଟେନଶିପ୍‌ ଡେବ୍ୟୁରେ ରଶିଦ ଖାନ୍‌ ୫ଟି ୱିକେଟ୍‌ ଦଖଲ କରିବା ସହ ୫୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଚାଟ୍ଟୋରଗ୍ରାମରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ରଶିଦଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ରଶିଦ ଆଜି ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ବାଂଲାଦେଶ ଟେଲେଣ୍ଡର ନୟୀମ […]

ra

ra

Hemant Lenka
  • Published: Saturday, 07 September 2019
  • Updated: 07 September 2019, 06:53 PM IST

ଢାକା: ଆଫଗାନିସ୍ତାନ ଅଧିନାୟକ ରଶିଦ ଖାନ୍‌ ବିଶ୍ୱର ୪ର୍ଥ ଖେଳାଳି ଭାବେ ଏକ ବିରଳ ରେକର୍ଡ କ୍ଲବରେ ସ୍ଥାନ ପାଇଛନ୍ତି। କ୍ୟାପ୍ଟେନଶିପ୍‌ ଡେବ୍ୟୁରେ ରଶିଦ ଖାନ୍‌ ୫ଟି ୱିକେଟ୍‌ ଦଖଲ କରିବା ସହ ୫୦ରୁ ଅଧିକ ରନ୍‌ କରିବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ଚାଟ୍ଟୋରଗ୍ରାମରେ ବାଂଲାଦେଶ ଓ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟ ମ୍ୟାଚରେ ରଶିଦଙ୍କ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।

ରଶିଦ ଆଜି ଟେଷ୍ଟ ମ୍ୟାଚ୍‌ର ତୃତୀୟ ଦିନରେ ବାଂଲାଦେଶ ଟେଲେଣ୍ଡର ନୟୀମ ହାସନଙ୍କୁ ଆଉଟ୍‌ କରିଥିଲେ। ଏହାପରେ ସେ ଏହି ଇନିଂସ୍‌ରେ ୫ଟି ୱିକେଟ୍‌ ଦଖଲ କରିବାର ଗୌରବ ପାଇଥିଲେ।

ଏହି ଇନିଂସ୍‌ରେ ରଶିଦ ୧୯.୫ ଓଭର୍‌ରେ ୩ଟି ମେଡେନ୍‌ ନେବା ସହ ୫୫ ରନ୍‌ ବ୍ୟୟ କରି ୫ଟି ୱିକେଟ ଦଖଲ କରିଛନ୍ତି। ଏହାପୂର୍ବରୁ ରଶିଦ ଆଫଗାନିସ୍ତାନର ପ୍ରଥମ ଇନିଂସ୍‌ରେ ୬୧ ବଲ୍‌ରେ ୩ଟି ବିଶାଳ ଛକା ସହାୟତାରେ ୫୧ ରନ୍‌ କରିଥିଲେ। ଏଥିଯୋଗୁ ଆଫଗାନିସ୍ତାନ ପ୍ରଥମ ଇନିଂସରେ ୩୪୨ ରନ୍‌ କରିଛି।

ରଶିଦଙ୍କ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ଶେଲଡନ ଜ୍ୟାକସନ(୧୯୦୫), ପାକିସ୍ତାନର ଇମ୍ରାନ୍‌ ଖାନ୍‌(୧୯୮୨) ଓ ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ(୨୦୦୯) କ୍ୟାପ୍ଟେନଶିପ୍‌ ଡେବ୍ୟୁରେ ୫୦ ରନ୍‌ କରିବା ସହ ୫ଟି ୱିକେଟ ପାଇଥିଲେ।

ଖାଲି ସେତିକି ନୁହେଁ, ରଶିଦ ସର୍ବକନିଷ୍ଠ କ୍ୟାପ୍ଟେନ ଭାବେ ଗୋଟିଏ ଟେଷ୍ଟରେ ୫ଟି ୱିକେଟ୍‌ ଓ ୫୦ ରନ୍‌ କରିବାର ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି। ଏବେ ରଶିଦଙ୍କ ବୟସ ୨୦ ବର୍ଷ ୩୫୨ ଦିନ। ଏହାପୂର୍ବରୁ ସାକିବ ୨୨ ବର୍ଷ ୧୧୫ ଦିନ ବୟସରେ ୫୦ରୁ ଅଧିକ ରନ୍‌ ଓ ୫ଟି ୱିକେଟ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos