ଶ୍ରୀଲଙ୍କା ବିପକ୍ଷ ଦିନିକିଆରୁ ଅଶ୍ୱିନ ବାଦ ପଡିବା ନେଇ ପ୍ରଶ୍ନ ଉଠାଇଲେ ହରଭଜନ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୫ ଟିକିଆ ଦିନିକିଆ ସିରିଜରୁ ଅଶ୍ୱିନଙ୍କୁ ବାଦ ଦିଆଯାଇଛି। ତାଙ୍କୁ ବିଶ୍ରାମ ଦେବାକୁ ଦଳରେ ନିଆଯାଇନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ତେବେ ଏହାକୁ ନେଇ ହରଭଜନ ସିଂ ପ୍ରଶ୍ନ ଉଠାଇଛନ୍ତି। ଅଶ୍ୱିନଙ୍କୁ ବିଶ୍ରାମ ଦିଆଯିବାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ହରଭଜନ କହିଛନ୍ତି- “ମୁଁ ଜାଣି ପାରୁନାହିଁ ଅଶ୍ୱିନଙ୍କୁ ବିଶ୍ରାମ ଦିଆଯାଇଛି ନା ଦଳରୁ ବାହାର କରିଦିଆଯାଇଛି। ଟିଭିରୁ ଏହା ମୁଁ ଜାଣିବାକୁ ପାଇଲି। ଯେତେବେଳେ ଏହି ଘୋଷଣା କରାଗଲା […]

Ashwini

Ashwini

Rakesh Mallick
  • Published: Monday, 21 August 2017
  • Updated: 21 August 2017, 10:06 PM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ୫ ଟିକିଆ ଦିନିକିଆ ସିରିଜରୁ ଅଶ୍ୱିନଙ୍କୁ ବାଦ ଦିଆଯାଇଛି। ତାଙ୍କୁ ବିଶ୍ରାମ ଦେବାକୁ ଦଳରେ ନିଆଯାଇନାହିଁ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି। ତେବେ ଏହାକୁ ନେଇ ହରଭଜନ ସିଂ ପ୍ରଶ୍ନ ଉଠାଇଛନ୍ତି। ଅଶ୍ୱିନଙ୍କୁ ବିଶ୍ରାମ ଦିଆଯିବାକୁ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ହରଭଜନ କହିଛନ୍ତି- “ମୁଁ ଜାଣି ପାରୁନାହିଁ ଅଶ୍ୱିନଙ୍କୁ ବିଶ୍ରାମ ଦିଆଯାଇଛି ନା ଦଳରୁ ବାହାର କରିଦିଆଯାଇଛି। ଟିଭିରୁ ଏହା ମୁଁ ଜାଣିବାକୁ ପାଇଲି। ଯେତେବେଳେ ଏହି ଘୋଷଣା କରାଗଲା ସେ ସମୟରେ ଇଂଲଣ୍ଡରେ ଅଶ୍ୱିନ କାଉଁଣ୍ଟି କ୍ରିକେଟ ଖେଳୁଥିଲେ। ତେଣୁ ଏହାକୁ ଆମେ ରେଷ୍ଟ କିପରି କହିବା”

ସେ ଆହୁରି କହିଛନ୍ତି ଯେ, ବିଶ୍ରାମ ବାହାନା ଦେଖାଇ ବୋଧହୁଏ ତାଙ୍କୁ ଦଳରେ ଚୟନ କରାଯାଇନାହିଁ।  ଯଦି ତାଙ୍କୁ ବିଶ୍ରାମ ଦିଆଯାଇଛି ସେ ଇଂଲଣ୍ଡରେ କାଉଁଣ୍ଟି କ୍ରିକେଟ ଖେଳୁଛନ୍ତି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ ହରଭଜନଙ୍କୁ ସୌରଭ ଗାଙ୍ଗୁଲି ସମର୍ଥନ କରିଛନ୍ତି। ସେ କହିଛନ୍ତି- “ପୂର୍ବରୁ ଭଜି ଓ ମୁଁ ଏଭଳି ପରିସ୍ଥିତି ବହୁତ ପାଖରୁ ଦେଖିଛୁ। ଟେଷ୍ଟ ମ୍ୟାଚରେ ଅଶ୍ୱିନଙ୍କ ପ୍ରଦର୍ଶନ ବହୁତ ଭଲ ରହିଛି। ତାଙ୍କର ଦକ୍ଷତା ଉପରେ କେହି ସନ୍ଦେହ କରିପାରିବେ ନାହିଁ।  କିନ୍ତୁ ମୋର ମନେ ହେଉଛି, ଦିନିକିଆ ଦଳରେ କ୍ରିକେଟ ମ୍ୟାନେଜମେଣ୍ଟ କୁଲଦୀପ ଯାଦବଙ୍କୁ ନେବାକୁ ଏପରି କରିଥାଇପାରନ୍ତି। ଆଗକୁ ଦିନିକିଆ ବିଶ୍ୱକପ ଆସୁଥିବାରୁ କୁଲଦୀପଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos