ଚଳିତ ଆଇପିଏଲରେ ଆଜିର ଦ୍ୱିତୀୟ ମ୍ୟାଚ୍ ବେଙ୍ଗାଲୁରୁ ଠାରେ ରାତି ୮ରେ ଆର୍ସିବି ଓ ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟରେ ଖେଳାଯିବ। ଏହି ଦୁଇଟି ଟିମ୍ ଏବେ ପଏଣ୍ଟ ଟେବୁଲରେ ସବା ତଳେ ରହିଛନ୍ତି। ଉଭୟ ଆର୍ସିବି ଓ ଦିଲ୍ଲୀ ୪ଟି ମ୍ୟାଚ୍ରୁ ୩ଟିରେ ପରାସ୍ତ ହୋଇ ତାଲିକାରେ ଯଥାକ୍ରମେ ୭ମ ଓ ୮ମ ସ୍ଥାନରେ ଅଛନ୍ତି। ଉଭୟଙ୍କ ପାଇଁ ଆଜିର ମ୍ୟାଚ୍ ବେଶ୍ ଗୁରୁତ୍ୱ ବହନ କରୁଛି। ପ୍ରତିଯୋଗିତାରେ ଟପ୍-୪ରେ ରହିବାକୁ ହେଲେ ଏହି ଦୁଇ ଟିମ୍କୁ ଆଜିର ମ୍ୟାଚ୍ ଜିତିବାକୁ ହେବ।
ଦିଲ୍ଲୀ ଡେୟାର ଡେଭିଲ୍ସ ଓ ଆର୍ସିବି ଟିମ୍ରେ ଦୁଇ ଦିଲ୍ଲୀ ଖେଳାଳି ଅଧିନାୟକତ୍ୱ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱରେ ଆର୍ସିବି ଓ ଗମ୍ଭୀରଙ୍କ ନେତୃତ୍ୱରେ ଦିଲ୍ଲୀ ଆଜି ପଡ଼ିଆକୁ ଓହ୍ଲାଇବ। ଏହି ଦୁଇ କ୍ରିକେଟର୍ ଦିଲ୍ଲୀରୁ ପ୍ରତିନିଧିତ୍ୱ କରନ୍ତି। ତେଣୁ ଆଜିର ଲଢେଇ ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଆଇପିଏଲ ଇତିହାସରେ ଏହି ଦୁଇଟି ଟିମ୍ ଏପର୍ଯ୍ୟନ୍ତ ଟାଇଟଲ୍ ଜିତିନଥିବା ବେଳେ ଚଳିତ ଥର ଉଭୟ ଟିମ୍ଙ୍କ ଏକମାତ୍ର ଲକ୍ଷ୍ୟ ଆଇପିଏଲ୍ ମୁକୁଟ ପିନ୍ଧିବା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।