ପାଣ୍ଡ୍ୟା-ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ନୂଆ ଅମବୁଡସମ୍ୟାନ

ନୂଆଦିଲ୍ଲୀ: ବିସିସିଆଇ ରାଜ୍ୟ କ୍ରିକେଟ ସଂଘ ଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦର ସମୀକ୍ଷା କରିବାକୁ ଆଜି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଡିକେ ଜୈନ୍‌ଙ୍କୁ ନିଯୁକ୍ତ କରିଛନ୍ତି। ସେ ନୂଆ ଅମବୁଡସମ୍ୟାନ ଭାବେ କାର୍ଯ୍ୟ କରିବେ। ଜଷ୍ଟିସ୍‌ ଜୈନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଏକ ଟିଭି ଶୋ’ରେ ମହିଳାଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାର ମଧ୍ୟ ତଦନ୍ତ କରିବେ। ତେଣୁ ତାଙ୍କ ରିପୋର୍ଟ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ […]

b

b

Hemant Lenka
  • Published: Thursday, 21 February 2019
  • Updated: 21 February 2019, 04:10 PM IST

ନୂଆଦିଲ୍ଲୀ: ବିସିସିଆଇ ରାଜ୍ୟ କ୍ରିକେଟ ସଂଘ ଗୁଡ଼ିକ ମଧ୍ୟରେ ଚାଲିଥିବା ବିବାଦର ସମୀକ୍ଷା କରିବାକୁ ଆଜି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ଡିକେ ଜୈନ୍‌ଙ୍କୁ ନିଯୁକ୍ତ କରିଛନ୍ତି। ସେ ନୂଆ ଅମବୁଡସମ୍ୟାନ ଭାବେ କାର୍ଯ୍ୟ କରିବେ। ଜଷ୍ଟିସ୍‌ ଜୈନ୍‌ ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲ ଏକ ଟିଭି ଶୋ’ରେ ମହିଳାଙ୍କ ଉପରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଦେବା ଘଟଣାର ମଧ୍ୟ ତଦନ୍ତ କରିବେ। ତେଣୁ ତାଙ୍କ ରିପୋର୍ଟ ଉଭୟ ପାଣ୍ଡ୍ୟା ଓ ରାହୁଲଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ।

National Consumer Disputes Redressal Commissionର ପୂର୍ବତନ ଅଧ୍ୟକ୍ଷ ଜଷ୍ଟିସ୍‌ ଜୈନ୍‌ ବିସିସିଆଇ ଅଫିସିଆଲ୍‌ଙ୍କ ବିରୋଧରେ ଆସିଥିବା ଭ୍ରଷ୍ଟାଚାର ମାମଲାର ମଧ୍ୟ ତଦନ୍ତ କରିବେ। ସୁପ୍ରିମକୋର୍ଟ ଜଷ୍ଟିସ୍‌ ଜୈନ୍‌ଙ୍କୁ ଯଥା ଶୀଘ୍ର ସମ୍ଭବ ଦାୟିତ୍ୱ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଓ ଜଷ୍ଟିସ୍‌ ଏଏମ ସାପ୍ରେଙ୍କ ଖଣ୍ଡପୀଠ କହିଛନ୍ତି, “ ସମସ୍ତଙ୍କ ମତାମତ ଓ ପ୍ରସ୍ତାବକୁ ଗ୍ରହଣ କରି ସର୍ବସମ୍ମତି କ୍ରମେ ଜଷ୍ଟିସ୍‌ ଜୈନ୍‌ଙ୍କୁ ବିସିସିଆଇର ନୂଆ ଅମବୁଡସମ୍ୟାନ୍‌ ଭାବେ ନିଯୁକ୍ତି ଦିଆଯାଉଛି। ଏଥିପାଇଁ ଆମେ ଖୁସି ବ୍ୟକ୍ତ କରୁଛୁ। ଜଷ୍ଟିସ୍‌ ଜୈନ୍‌ ହେଉଛନ୍ତି ବିସିସିଆଇର ପ୍ରଥମ ଅମବୁଡସମ୍ୟାନ୍‌।”

ଜାନୁଆରୀ ୧୭ରେ ସୁପ୍ରିମକୋର୍ଟ ବିସିସିଆଇର ନୂଆ ଆମିକସ୍‌ କ୍ୟୁରୀ ଭାବେ ପିଏସ୍‌ ନରସିମାଙ୍କୁ ନିଯୁକ୍ତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos