ରିଓ ଅଲିମ୍ପିକ୍‌ରେ ଭାଗ ନେଇପାରନ୍ତି ‍ବୋଲ୍ଟ

ଲଣ୍ଡନ: ଆସନ୍ତା ମାସରୁ ରିଓ ଅଲିମ୍ପିକ୍‌ ଆରମ୍ଭ ହେବାକୁ ଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ଆଶଙ୍କାରେ ଥିଲେ ଉସେନ ବୋଲ୍ଟ। କିନ୍ତୁ ଆଜି ଲଣ୍ଡନ ଆନୁଆଲ୍‌ ଗେମ୍ସରେ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତି ସେ ଏହି ଆଶଙ୍କାକୁ ଭାଙ୍ଗିଛନ୍ତି। ସେ ରିଓ ଅଲିମ୍ପିକ୍‌ରେ ଭାଗ ନେଇପାରନ୍ତି। କିନ୍ତୁ ସେ ଭାଗ ନେବା ନେଇ କୌଣସି ସବୁଜ ସଙ୍କେତ ଦେଇନାହାନ୍ତି। ଏବେ ବି ତାଙ୍କ ଅଂଶଗ୍ରହଣ ନେଇ ଆଶଙ୍କା ରହିଛି। ୬ ଥର ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ଏହି […]

ussen bolt

ussen bolt

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 04:30 PM IST

Sports

Latest News

ଲଣ୍ଡନ: ଆସନ୍ତା ମାସରୁ ରିଓ ଅଲିମ୍ପିକ୍‌ ଆରମ୍ଭ ହେବାକୁ ଥିବା ବେଳେ ସ୍ୱାସ୍ଥ୍ୟଗତ କାରଣରୁ ଆଶଙ୍କାରେ ଥିଲେ ଉସେନ ବୋଲ୍ଟ। କିନ୍ତୁ ଆଜି ଲଣ୍ଡନ ଆନୁଆଲ୍‌ ଗେମ୍ସରେ ୨୦୦ ମିଟରରେ ସ୍ୱର୍ଣ୍ଣ ଜିତି ସେ ଏହି ଆଶଙ୍କାକୁ ଭାଙ୍ଗିଛନ୍ତି। ସେ ରିଓ ଅଲିମ୍ପିକ୍‌ରେ ଭାଗ ନେଇପାରନ୍ତି। କିନ୍ତୁ ସେ ଭାଗ ନେବା ନେଇ କୌଣସି ସବୁଜ ସଙ୍କେତ ଦେଇନାହାନ୍ତି। ଏବେ ବି ତାଙ୍କ ଅଂଶଗ୍ରହଣ ନେଇ ଆଶଙ୍କା ରହିଛି।

୬ ଥର ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ଏହି ଦ୍ରୁତ ଧାବକ ଜଣକ ୧୯.୮୯ ସେକେଣ୍ଡରେ ୨୦୦ ମିଟର ରେସକୁ ଶେଷ କରିଛନ୍ତି।

ଜୁଲାଇ ୨ ତାରିଖରେ ଆଘାତ କାରାଣରୁ ରିଓ ଅଲିମ୍ପିକ୍‌ ପାଇଁ ଜାମାଇକାର ଜାତୀୟ ଅଲିମ୍ପିକ୍‌ ଟ୍ରାଏଲରୁ ବାଦ୍‌ ପଡିଥିଲେ ବିଶ୍ୱର ଦ୍ରୁତତମ ଆଥ୍‌ଲେଟ୍‌ ତଥା ୧୦୦ ମିଟର ରେସ୍‌ରେ ଅଲିମ୍ପିକ୍‌ ସ୍ୱର୍ଣ୍ଣ ବିଜେତା ଉସେନ୍‌ ବୋଲ୍ଟ। ତାଙ୍କ ଜଂଘ ମାଂସପେଶୀରେ ଗୁରୁତର ଆହତ କାରଣରୁ ସେ ଏହି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos