ରିଓ ଅଲିମ୍ପିକ: ସ୍ୱର୍ଣ୍ଣ ପାଇଁ ଆଜି ଖେଳିବେ ସିନ୍ଧୁ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକରେ ଆଜି ଭାରତୀୟ ପ୍ରତିଯୋଗୀ ୭ଟି ଇଭେଣ୍ଟରେ ମୁକାବିଲା କରିବେ। ତେବେ ସମସ୍ତଙ୍କ ନଜର ରହିବ ମହିଳା ଏକକ ବର୍ଗ ବ୍ୟାଡ଼ମିଣ୍ଟନ ଫାଇନାଲ ମୁକାବିଲା ଉପରେ। ପିଭି ସିନ୍ଧୁ ଏବଂ ବିଶ୍ୱର ନମ୍ବର ୱାନ ଖେଳାଳି ମାରିଲ କ୍ୟାରୋଲିନା ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ହେବ । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ। ଏହି ଇଭେଣ୍ଟରେ ସିନ୍ଧୁ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଛନ୍ତି। […]

sindhu

sindhu

Rakesh Mallick
  • Published: Friday, 19 August 2016
  • Updated: 19 August 2016, 09:22 AM IST

Sports

Latest News

sindhuରିଓ ଡି ଜେନେରିଓ: ରିଓ ଅଲିମ୍ପିକରେ ଆଜି ଭାରତୀୟ ପ୍ରତିଯୋଗୀ ୭ଟି ଇଭେଣ୍ଟରେ ମୁକାବିଲା କରିବେ। ତେବେ ସମସ୍ତଙ୍କ ନଜର ରହିବ ମହିଳା ଏକକ ବର୍ଗ ବ୍ୟାଡ଼ମିଣ୍ଟନ ଫାଇନାଲ ମୁକାବିଲା ଉପରେ। ପିଭି ସିନ୍ଧୁ ଏବଂ ବିଶ୍ୱର ନମ୍ବର ୱାନ ଖେଳାଳି ମାରିଲ କ୍ୟାରୋଲିନା ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇ ହେବ । ଭାରତୀୟ ସମୟ ସନ୍ଧ୍ୟା ସାଢେ ୭ଟାରେ ଏହି ମ୍ୟାଚ୍‌ ଖେଳାଯିବ।

ଏହି ଇଭେଣ୍ଟରେ ସିନ୍ଧୁ ଭାରତ ପାଇଁ ପଦକ ନିଶ୍ଚିତ କରିସାରିଛନ୍ତି। ସେ ସ୍ୱର୍ଣ୍ଣ ଜିତୁଛନ୍ତି କି ରୌପ୍ୟ ପଦକରେ ସନ୍ତୁଷ୍ଟ ହେଉଛନ୍ତି ମ୍ୟାଚ୍‌ ପରେ ଜଣାପଡିବ। ଅଲିମ୍ପିକର ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଫାଇନାଲକୁ ଯିବାରେ ସିନ୍ଧୁ ହେଉଛନ୍ତି ପ୍ରଥମ ଭାରତୀୟ। ୨୦୧୨ ଲଣ୍ଡନ ଅଲିମ୍ପିକରେ ସାଇନା ନେହେୱାଲ ଭାରତ ପାଇଁ କାଂସ୍ୟ ପଦକ ଜିତିଥିଲେ।

ଗତକାଲି ସିନ୍ଧୁ ସେମିଫାଇନାଲରେ ଜାପାନର ନୋଜୋମି ୱାକୁହାରାଙ୍କୁ ୨୧-୧୯ ଓ ୨୧-୧୦ ସେଟ୍‌ରେ ହରାଇ ଥିଲେ।

ଆଜି କୁସ୍ତି ରିଙ୍ଗକୁ ଓହ୍ଲାଇବେ ସନ୍ଦୀପ ତୋମାର। ସନ୍ଧ୍ୟା ୬ଟାରେ ହେବାକୁ ଥିବା ୫୭ କେଜି ବର୍ଗରେ ତୋମାର ରୁଷିଆର ଭିକ୍ଟର ଲେବେଦେବଙ୍କୁ ଭେଟିବେ।

ପୁରୁଷ ୫୦ କି.ମି. ଚାଲି ପ୍ରତିଯୋଗିତାରେ ଆଜି ଭାରତର ପ୍ରତିନିଧିତ୍ୱ ପରିବେ ସନ୍ଦୀପ କୁମାର। ଏହି ଇଭେଣ୍ଟ ଅପରାହ୍ନ ସାଢେ ୪ଟାରୁ ଆରମ୍ଭ ହେବ। ସେହିପରି ମହିଳା ୨୦ କିମି ଚାଲିରେ ଖୁସବୀର କଉର ଏବଂ ସପ୍ନା ସପ୍ନା ଅଂଶଗ୍ରହଣ କରିବେ।

୪ ଗୁଣା ୪୦୦ ମିଟର ପ୍ରତିଯୋଗିତାରେ ପୂଭାମ୍ମା ରାଜୁ, ଅନିଲଦା ଥୋମାସ୍‌, ଜିସ୍ନା ମାଥ୍ୟୁ, ଅଶ୍ୱିନୀ ଆକୁଞ୍ଜି, ଦେବଶ୍ରୀ ମଜୁମ୍‌ଦାର ଏବଂ ନିର୍ମଳା ସେଓରନ ଅଂଶଗ୍ରହଣ କରିବେ। ସେହିପରି ପୁରୁଷ ୪ ଗୁଣା ୪୦୦ରେ ଆରୋକିଆ ରାଜୀବ, କୁହ୍ନୁ ମହମ୍ମଦ, ଧରୁନ ଆୟାସ୍ୱାମୀ, ମୋହନ କୁମାର ରାଜା, ଲଲିତ ମାଥୁସ୍‌ ଏବଂ ଅନସ୍‌ ମହମ୍ମଦ ଅଂଶଗ୍ରହଣ କରିବେ।

ମହିଳା ଗଲ୍ଫରେ ଭାରତର ଅଦିତି ଅଶୋକଙ୍କ ମ୍ୟାଚ୍‌ ଅପରାହ୍ନ ୪ଟାରେ ଆରମ୍ଭ ହେବ। ଗତକାଲି ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ଅଦିତି ଅନ୍ୟ ୪ ଜଣ ପ୍ରତିଯୋଗୀଙ୍କ ସହ ଅଷ୍ଟମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos