ରିଓ ଅଲିମ୍ପିକ୍‌: ଆଜି ଦୀପିକା,ଅବତାର, ଜିତୁ ରାଏ, ମନୋଜଙ୍କ ଭାଗ୍ୟ ପରୀକ୍ଷା

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ବନ୍ଧୁକ ଚାଳକ ପ୍ରକାଶ ନଞ୍ଜପ୍ପା, ଜିତୁ ରାଏ, ମୁଷ୍ଟିଯୋଦ୍ଧା ମନୋଜ କୁମାର, ତୀରନ୍ଦାଜ ବମ୍ବାଲ୍ୟା ଦେବୀ ଓ ଦୀପିକା କୁମାରୀ ମୈଦାନକୁ ଓହ୍ଲାଇବେ। ୫୦ ମିଟର ପୁରୁଷ ପିସ୍ତଲରେ ଭାଗ ନେଇଥିବା ପ୍ରକାଶ ନଞ୍ଜପ୍ପା ଓ ଜିତୁ ରାଏଙ୍କ ପ୍ରତିଯୋଗିତା ଅପରାହ୍ନ ସାଢ଼େ ୫ଟାରୁ ଆରମ୍ଭ ହେବ। ପୁରୁଷ ଲାଇଟ୍ ୱେଲ୍‌ଟରରେ ୬୪ କିଲୋଗ୍ରାମ ବର୍ଗରେ ଭାଗ ନେଇଥିବା ମୁଷ୍ଟିଯୋଦ୍ଧା ମନୋଜ କୁମାରଙ୍କ ପ୍ରତିଯୋଗିତା ରାତି ୨ଟା ୪୫ […]

deepika kumari

deepika kumari

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 10:55 AM IST

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ବନ୍ଧୁକ ଚାଳକ ପ୍ରକାଶ ନଞ୍ଜପ୍ପା, ଜିତୁ ରାଏ, ମୁଷ୍ଟିଯୋଦ୍ଧା ମନୋଜ କୁମାର, ତୀରନ୍ଦାଜ ବମ୍ବାଲ୍ୟା ଦେବୀ ଓ ଦୀପିକା କୁମାରୀ ମୈଦାନକୁ ଓହ୍ଲାଇବେ।

୫୦ ମିଟର ପୁରୁଷ ପିସ୍ତଲରେ ଭାଗ ନେଇଥିବା ପ୍ରକାଶ ନଞ୍ଜପ୍ପା ଓ ଜିତୁ ରାଏଙ୍କ ପ୍ରତିଯୋଗିତା ଅପରାହ୍ନ ସାଢ଼େ ୫ଟାରୁ ଆରମ୍ଭ ହେବ।

ପୁରୁଷ ଲାଇଟ୍ ୱେଲ୍‌ଟରରେ ୬୪ କିଲୋଗ୍ରାମ ବର୍ଗରେ ଭାଗ ନେଇଥିବା ମୁଷ୍ଟିଯୋଦ୍ଧା ମନୋଜ କୁମାରଙ୍କ ପ୍ରତିଯୋଗିତା ରାତି ୨ଟା ୪୫ ମିନିଟ୍‌ରେ ଆରମ୍ଭ ହେବ।

ତୀରନ୍ଦାଜ ବମ୍ବାଲ୍ୟା ଦେବୀଙ୍କ ପ୍ରତିଯୋଗିତା ସନ୍ଧ୍ୟା ୬.୦୯ରେ ଥିବା ବେଳେ ଦୀପିକା କୁମାରୀଙ୍କ ପ୍ରତିଯୋଗିତା ରାତି ୧ଟା ୨୭ ମିନିଟ୍‌ରେ ଆରମ୍ଭ ହେବ।

ଜୁଡୋ ୯୦ କିଲୋଗ୍ରାମରେ ଅଂଶଗ୍ରହଣ କରିଥିବା ଭାରତୀୟ ଅବତାର ସିଂହଙ୍କ ପ୍ରତିଯୋଗିତା ସନ୍ଧ୍ୟା ୭ଟା ୫ ମିନିଟ୍‌ରେ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos