ରିଓ ଅଲିମ୍ପିକ୍‌: ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ହକି ଦଳ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ଆଜି ଅଷ୍ଟ୍ରେଲିଆକୁ ଭେଟିବ ଭାରତୀୟ ମହିଳା ହକି ଦଳ। ଆଜି ସନ୍ଧ୍ୟା ସାଢ଼େ ସାତଟାରେ (ଭାରତୀୟ ସମୟ ଅନୁସାରେ) ଏହି ମ୍ୟାଚ୍ ଖେଳାଯିବ।

ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍‌ରେ ଏଯାବତ ଦୁଇଟି ମ୍ୟାଚ୍‌ ଖେଳି ସାରିଛି। ଦଳ ତା’ର ପ୍ରଥମ ମ୍ୟାଚ୍ ଜପାନ ବିପକ୍ଷରେ ଖେଳି ଥିଲା ଓ ଏହା ୨-୨ରେ ଡ୍ର ରହିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ଦଳ ବ୍ରିଟେନ୍‌ ଠାରୁ ୩-୦ରେ ହାରି ଯାଇଥିଲା।