ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍ରେ ଟେନିସ୍ର ମିକ୍ସଡ୍ ଡବଲ୍ସର ସେମି ଫାଇନାଲ୍ରେ ହାରି ଯାଇଛନ୍ତି ଭାରତୀୟ ଯୋଡ଼ି ସାନିଆ ମିର୍ଜା ଓ ରୋହନ ବୋପାନ୍ନା। ସେମାନେ ଆମେରିକୀୟ ଯୋଡ଼ି ଭେନସ ୱିଲିୟମ୍ସ ଓ ରାଜୀବ ରାମଙ୍କ ଠାରୁ ୬-୨, ୨-୬ ଓ ୩-୧୦ରେ ହାରି ଯାଇଛନ୍ତି। ଫାଇନାଲ୍ରେ ପହଞ୍ଚି ପାରି ନ ଥିଲେ ମଧ୍ୟ ସାନିଆ ଓ ବୋପାନ୍ନା ଯୋଡ଼ି ଏକ ପଦକ ପାଇବା ଆଶା ଏବେବି ଉଜ୍ଜିବୀତ ରହିଛି। ବ୍ରୋଞ୍ଜ ପଦକ ପାଇଁ ଏହି ଯୋଡ଼ି ଆଉ ଏକ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇବେ।
ଶୁକ୍ରବାର କୋର୍ଟର ଫାଇନାଲ୍ରେ ସାନିଆ ଓ ବୋପାନ୍ନା ଯୋଡ଼ି ବ୍ରିଟେନ୍ର ଆଣ୍ଡି ମୂରେ ଓ ହିଥର ୱାଟସନ୍ଙ୍କୁ ହରାଇ ସେମି ଫାଇନାଲ୍ରେ ପ୍ରବେଶ କରିଥିଲେ।
ଏହା ପୂର୍ବରୁ ସାନିଆ ମହିଳା ଡବଲ୍ସରେ ହାରି ସାରିଥିବା ବେଳେ ବୋପାନ୍ନା ବି ପୁରୁଷ ଡବଲ୍ସରେ ହାରି ଯାଇଥିଲେ।
ଅଲିମ୍ପିକ୍ ଇତିହାସରେ ଭାରତ ଟେନିସ୍ରେ ମାତ୍ର ଗୋଟିଏ ପଦକ ପାଇଛି। ୧୯୯୬ରେ ଆଟଲାଣ୍ଟା ଅଲିମ୍ପିକ୍ରେ ଲିଆଣ୍ଡର ପେସ୍ ପୁରୁଷ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତି ଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।