ରିଓ ଅଲିମ୍ପିକ୍‌: ବକ୍ସର ବିକାଶ ପ୍ରିକ୍ୱାର୍ଟରରେ

ରିଓ ଡି ଜେନେରିଓ: ରିଓ ଅଲିମ୍ପିକ୍‌ରେ ବକ୍ସିଂର ୭୫ କେଜି ମିଡିଲୱେଟ୍ ବର୍ଗରେ ଭାରତୀୟ ବକ୍ସର ବିକାଶ କ୍ରିଷ୍ଣନ କମାଲ କରିଛନ୍ତି। ଗତକାଲି ସେ ଆମେରିକାର ଚାର୍ଲସ୍ କନୱେଲ୍‌ଙ୍କୁ ୩-୦ରେ ପରାସ୍ତ କରି ପ୍ରିକ୍ୱାର୍ଟର ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସମସ୍ତ ୩ଟି ରାଉଣ୍ଡରେ ୨୯-୨୮ ପଏଣ୍ଟ ବ୍ୟବଧାନରେ ଚାର୍ଲସ କନୱେଲଙ୍କୁ ପରାସ୍ତ କରିଥିଲେ ୨୪ ବର୍ଷୀୟ କ୍ରିଷ୍ଣନ। ପ୍ରିକ୍ୱାର୍ଟରରେ ବିକାଶଙ୍କ ମୁକାବିଲା ତୁର୍କୀର ବକ୍ସର ଅଣ୍ଡର ସିପଲଙ୍କ ସହ ହେବ।