ଜେମିମାଙ୍କ ୭୭*, ସୁପରନୋଭାଜ୍ ୧୪୨/୩

ଜୟପୁର: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜର ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ସୁପରନୋଭାଜ୍ ଓ ଭେଲୋସିଟି ମଧ୍ୟରେ ଖେଳାଯାଉଛି। ଏହି ମୁକାବିଲାରେ ଜେମିମା ରୋଡ୍ରିଗ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ସୁପରନୋଭାଜ୍ ୨୦ ଓଭରରେ ୩ ୱିକେଟ୍ ହରାଇ ୧୪୨ ରନ୍ କରିଛି। ଫଳରେ ଫାଇନାଲ ସ୍ଥାନ ପ୍ରାୟତଃ ନିଶ୍ଚିତ କରିସାରିଥିବା ମିତାଲି ରାଜଙ୍କ ଭେଲୋସିଟିକୁ ମ୍ୟାଚ୍ ଜିତିବା ପାଇଁ ୧୪୩ ରନ୍ କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ଫାଇନାଲରେ ପହଞ୍ଚିବାକୁ ହେଲେ ସୁପରନୋଭାଜକୁ ବଡ଼ ବ୍ୟବଧାନରେ […]

women

women

Hemant Lenka
  • Published: Thursday, 09 May 2019
  • Updated: 09 May 2019, 09:11 PM IST

Sports

Latest News

ଜୟପୁର: ଚଳିତ ମହିଳା ଟି-୨୦ ଚ୍ୟାଲେଞ୍ଜର ତୃତୀୟ ତଥା ଅନ୍ତିମ ଲିଗ୍ ମ୍ୟାଚ୍ ସୁପରନୋଭାଜ୍ ଓ ଭେଲୋସିଟି ମଧ୍ୟରେ ଖେଳାଯାଉଛି। ଏହି ମୁକାବିଲାରେ ଜେମିମା ରୋଡ୍ରିଗ୍ସଙ୍କ ଧୂଆଁଧାର ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ସୁପରନୋଭାଜ୍ ୨୦ ଓଭରରେ ୩ ୱିକେଟ୍ ହରାଇ ୧୪୨ ରନ୍ କରିଛି।

ଫଳରେ ଫାଇନାଲ ସ୍ଥାନ ପ୍ରାୟତଃ ନିଶ୍ଚିତ କରିସାରିଥିବା ମିତାଲି ରାଜଙ୍କ ଭେଲୋସିଟିକୁ ମ୍ୟାଚ୍ ଜିତିବା ପାଇଁ ୧୪୩ ରନ୍ କରିବାକୁ ପଡ଼ିଛି। ଅନ୍ୟପକ୍ଷରେ ଫାଇନାଲରେ ପହଞ୍ଚିବାକୁ ହେଲେ ସୁପରନୋଭାଜକୁ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ପଡ଼ିବ। କାରଣ ନେଟ୍ ରନରେଟ୍ ଆଧାରରେ ଭେଲୋସିଟି ବହୁ ଆଗରେ ଅଛି। ସୁପରନୋଭାଜ୍ ପକ୍ଷରୁ ଜେମିମା ୪୮ ବଲରେ ୧୦ ଚୌକା ଓ ୧ ଛକା ସହ ଅପରାଜିତ ୭୭ ରନ୍ କରିଛନ୍ତି।

ଏହି ମ୍ୟାଚରେ ଭେଲୋସିଟି ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ସୁପରନୋଭାଜର ଦୁଇ ଓପ୍ନର ପ୍ରିୟା ପୁନିଆ (୧୬) ଓ ଚମାରୀ ଆଟ୍ଟାପଟ୍ଟୁ (୩୧) ଭଲ ଖେଳିଥିଲେ ହେଁ, ବଡ଼ ସ୍କୋର କରିପାରି ନଥିଲେ। ତୃତୀୟ ସ୍ଥାନରେ ଆସିଥିବା ଜେମିମା ଜବରଦସ୍ତ ବ୍ୟାଟିଂ କରି ଟିମ୍କୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ।

ତାଙ୍କ ସହ ଆଟ୍ଟାପଟ୍ଟୁ ଦ୍ୱିତୀୟ ୱିକେଟ୍ ପାଇଁ ୫୫ ଏବଂ ସୋଫି ଡିଭାଇନ୍ ତୃତୀୟ ୱିକେଟ୍ ପାଇଁ ୫୦ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର୍ ୧ ରନ୍ କରି ଅପରାଜିତ ଥିଲେ। ଭେଲୋସିଟି ପକ୍ଷରୁ ଆମେଲିଆ କେର୍ ୨ଟି ଓ ଶିଖା ପାଣ୍ଡେ ଗୋଟିଏ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos