ଆର୍ଜେଣ୍ଟିନାର ଡେଲ୍‌ ପୋର୍ଟୋଙ୍କ ଠାରୁ ହାରି ୟୁଏସ ଓପନରୁ ବିଦା ହେଲେ ରୋଜର ଫେଡେରର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୟୁଏସ ଓପନରୁ ବିଦା ହୋଇଛନ୍ତି ରୋଜର ଫେଡେରର।  କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ ଡେଲ୍ ପୋର୍ଟୋଙ୍କ ଠାରୁ ଫେଡେରର ହାରି ଯାଇଛନ୍ତି।  ପ୍ରଥମ ସେଟରେ  ଡେଲ୍ ପୋର୍ଟୋ ଜିତିବା ପରେ ଦ୍ୱିତୀୟ ସେଟରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଫେଡେରର। କିନ୍ତୁ ପରବର୍ତ୍ତୀ ଦୁଇଟି ସେଟ୍‌ରେ ଡେଲ୍‌ ପୋର୍ଟୋ ଚମତ୍କାର ପ୍ରଦର୍ଶନ କରି ଥିଲେ। ଏହି ବିଜୟ ପରେ ଫେଡରରରଙ୍କ ଟାଇଟଲ ଆଶା ଧୂଲିସାତ୍ ହୋଇଛି। ପୂର୍ବରୁ ୨୦୦୯ ୟୁଏସ ଓପନରେ ଡେଲ […]

Rakesh Mallick
  • Published: Thursday, 07 September 2017
  • Updated: 07 September 2017, 05:01 PM IST

Sports

Latest News

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ୟୁଏସ ଓପନରୁ ବିଦା ହୋଇଛନ୍ତି ରୋଜର ଫେଡେରର।  କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନାର ଜୁଆନ୍‌ ମାର୍ଟିନ ଡେଲ୍ ପୋର୍ଟୋଙ୍କ ଠାରୁ ଫେଡେରର ହାରି ଯାଇଛନ୍ତି।  ପ୍ରଥମ ସେଟରେ  ଡେଲ୍ ପୋର୍ଟୋ ଜିତିବା ପରେ ଦ୍ୱିତୀୟ ସେଟରେ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଫେଡେରର। କିନ୍ତୁ ପରବର୍ତ୍ତୀ ଦୁଇଟି ସେଟ୍‌ରେ ଡେଲ୍‌ ପୋର୍ଟୋ ଚମତ୍କାର ପ୍ରଦର୍ଶନ କରି ଥିଲେ। ଏହି ବିଜୟ ପରେ ଫେଡରରରଙ୍କ ଟାଇଟଲ ଆଶା ଧୂଲିସାତ୍ ହୋଇଛି। ପୂର୍ବରୁ ୨୦୦୯ ୟୁଏସ ଓପନରେ ଡେଲ ପୋର୍ଟୋ ଓ ରୋଜର ଫେଡେରର ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚରେ  ଡେଲ୍‌ ପୋର୍ଟ ବିଜୟୀ ହୋଇ ୟୁଏସ ଓପନ ଟାଇଟଲ ହାସଲ କରିଥିଲେ। ତେବେ କ୍ଲେ କୋର୍ଟ କିଙ୍ଗ ରାଫେଲ ନାଦାଲ ନିଜର ବିଜୟ ଅଭିଯାନ ଜାରି ରଖିଛନ୍ତି।  ୟୁଏସ ଓପନ୍ ପୁରୁଷ ସିଙ୍ଗଲସ୍‌ରେ  ନାଦାଲ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଶୀର୍ଷ ମାନ୍ୟତା ପ୍ରାପ୍ତ ନାଦାଲ କ୍ୱାର୍ଟର ଫାଇନାଲରେ ଋଷିଆର ଆନ୍ଦ୍ରେଇ ରୁବଲେଭଙ୍କୁ ସିଧାସଳଖ ୬-୧, ୬-୨, ୬-୨ ରେ ପରାସ୍ତ କରିଥିଲେ। ଏହି ବିଜୟ ସହ ନାଦାଲ  ୟୁଏସ ଓପନ ଟାଇଟଲ ଜିତିବା ଦିଗରେ ଆଉ ଏକ ପାଦ ଆଗକୁ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos