ଭଲ ଷ୍ଟାର୍ଟ ଦେଲେ ରୋହିତ୍ ଓ ରାହୁଲ୍, ଭାରତର ୫୦ ରନ୍ ପୂରଣ

ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଉଥିବା ହାଇଭୋଲଟେଜ୍ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆକୁ ଭଲ ଷ୍ଟାର୍ଟ ମିଳିଛି । ନିୟମିତ ଓପ୍ନର ଶିଖର ଧୱନଙ୍କ ସ୍ଥାନରେ ଓପନ୍ କରୁଥିବା ଲୋକେଶ ରାହୁଲ ଓ ରୋହିତ୍ ଶର୍ମା ପାକିସ୍ତାନର ବୋଲିଂ ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିଛନ୍ତି ।

ବିଶେଷକରି ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ମ୍ୟାଚରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଛନ୍ତି । ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୧୦ ଓଭରରେ ବିନା ୱିକେଟ୍ ହରାଇ ୫୩ ରନ୍ କରିଛି। ରୋହିତ୍ ୩୭ ଓ ରାହୁଲ୍ ୧୪ ରନ୍ କରି ବ୍ୟାଟିଂ କରୁଛନ୍ତି।