୩ ବର୍ଷ ପରେ ଅନ୍ତର୍ଜାତୀୟ କ୍ରିକେଟରେ ଏମିତି କଲେ ରୋହିତ

ବିଶାଖାପଟନମ: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦୀର୍ଘ ୩ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟରେ ଯାହା କରି ନଥିଲେ ଏବେ ସେହି କାମ କରିଛନ୍ତି। ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ପ୍ରଥମ ଇନିଂସ୍‌ରେ ରୋହିତଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଥିଲା। ଦକ୍ଷିଣ ଆଫ୍ରିକା ଇନିଂସ୍‌ର […]

cc

cc

Hemant Lenka
  • Published: Saturday, 05 October 2019
  • Updated: 05 October 2019, 03:57 PM IST

Sports

Latest News

ବିଶାଖାପଟନମ: ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମା ଦୀର୍ଘ ୩ ବର୍ଷ ହେଲା ଅନ୍ତର୍ଜାତୀୟ କ୍ରିକେଟରେ ଯାହା କରି ନଥିଲେ ଏବେ ସେହି କାମ କରିଛନ୍ତି। ପ୍ରଥମ ଥର ପାଇଁ ଟେଷ୍ଟ କ୍ରିକେଟରେ ଓପନିଂ କରିଥିବା ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ଦୁଇଟି ଯାକ ଇନିଂସରେ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଦକ୍ଷିଣ ଆଫ୍ରିକା ବ୍ୟାଟିଂର ପ୍ରଥମ ଇନିଂସ୍‌ରେ ରୋହିତଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଥିଲା।

ଦକ୍ଷିଣ ଆଫ୍ରିକା ଇନିଂସ୍‌ର ୭୭ତମ ଓଭରରେ ରୋହିତଙ୍କୁ ଅଧିନାୟକ ବିରାଟ କୋହଲି ହଠାତ୍‌ ବୋଲିଂ କରିବାକୁ ଡାକିଥିଲେ। ସେ ମଧ୍ୟ ବୋଲିଂ କରିବାକୁ ପଛାଇ ନଥିଲେ। ରୋହିତ ମାତ୍ର ୨ ଓଭର ବୋଲିଂ କରି ୭ ରନ୍‌ ବ୍ୟୟ କରିଛନ୍ତି। ତେବେ ଦୀର୍ଘ ୩ ବର୍ଷ ପରେ ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରୁଥିବା ଦେଖିବାକୁ ମିଳିଛି। ରୋହିତ ଅନ୍ତର୍ଜାତୀୟ କ୍ରିକେଟରେ ଏଯାଏ ୧୧ଟି ୱିକେଟ୍ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos