ସଚିନଙ୍କ ରେକର୍ଡ ଭାଙ୍ଗିଲେ ରୋହିତ: ଟାର୍ଗେଟରେ ଧୋନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଆଫ୍ରିକାରେ ପ୍ରଥମ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଦିନିକିଆ ମ୍ୟାଚରେ ସେ ୧୧୫ରନର ଏକ ଆକର୍ଷଣୀୟ ଇଂନିସ ଖେଳିଛନ୍ତି। ଯେଉଁଥିରେ ସେ ୪ଟି ବିଶାଳ ଛକା ଓ ୧୧ଟି ଚୌକା ମାରିଥିଲେ। ରୋହିତ ଏହି ମ୍ୟାଚରେ ୪ର୍ଥ ଛକା ମାରିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଏବେ ରୋହିତଙ୍କ ଟାର୍ଗେଟରେ ଧୋନୀ ରହିଛନ୍ତି। ସଚିନ ଅନ୍ତର୍ଜାତୀୟ ମ୍ୟାଚରେ ୨୬୪ ଛକା ମାରିଥିଲେ। ଟେଷ୍ଟରେ […]

sachin-rohit706

sachin-rohit706

Rakesh Mallick
  • Published: Thursday, 15 February 2018
  • Updated: 15 February 2018, 02:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୋହିତ ଶର୍ମା ଆଫ୍ରିକାରେ ପ୍ରଥମ ଶତକ ହାସଲ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୫ମ ଦିନିକିଆ ମ୍ୟାଚରେ ସେ ୧୧୫ରନର ଏକ ଆକର୍ଷଣୀୟ ଇଂନିସ ଖେଳିଛନ୍ତି। ଯେଉଁଥିରେ ସେ ୪ଟି ବିଶାଳ ଛକା ଓ ୧୧ଟି ଚୌକା ମାରିଥିଲେ। ରୋହିତ ଏହି ମ୍ୟାଚରେ ୪ର୍ଥ ଛକା ମାରିବା ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଦେଇଛନ୍ତି। ଏବେ ରୋହିତଙ୍କ ଟାର୍ଗେଟରେ ଧୋନୀ ରହିଛନ୍ତି। ସଚିନ ଅନ୍ତର୍ଜାତୀୟ ମ୍ୟାଚରେ ୨୬୪ ଛକା ମାରିଥିଲେ। ଟେଷ୍ଟରେ ସେ  ୬୯ ଛକା ମାରିଥିବା ବେଳେ ଦିନିକିଆରେ ୧୯୫ ଛକା ମିରିଥିଲେ। ଅନ୍ୟପଟେ ରୋହିତଙ୍କ ଛକା ସଂଖ୍ୟା ୨୬୫ ହୋଇଗଲାଣି। ରୋହିତ ଦିନିକିଆରେ ୧୬୯ ଛକା ମାରିଥିବା ବେଳେ ଟେଷ୍ଟରେ ୨୯ ଓ ଟି-ଟ୍ୱେଣ୍ଟିରେ ୬୭ ଛକା ମାରିସାରିଲେଣି। ରୋହିତ ଉପରେ ଏକାମତ୍ର ଖେଲାଳି ଭାବେ ଧୋନୀ ରହିଛନ୍ତି। ଧୋନୀ ୩୩୧ ଅନ୍ତର୍ଜାତୀୟ ଛକା ମାରିସାରିଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos