ଶତକ ମାରିବା ପରେ ପ୍ୟାଭିଲିୟନ୍ ଫେରିଲେ ରୋହିତ୍

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର୍ ରୋହିତ୍ ଶର୍ମା ଦମଦାର ବ୍ୟାଟିଂ କରି ଚଳିତ ବିଶ୍ୱକପରେ ତୃତୀୟ ଶତକ ମାରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ୧୦୬ ବଲରେ ଦିନିକିଆ କ୍ୟାରିୟରର ୨୫ତମ ଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୋହିତ୍ ଆରମ୍ଭରୁ ଧିମା ଖେଳିଥିଲେ । କିନ୍ତୁ ସେଟ୍ ହେବା ପରେ ସେ ନିଜର ରନ୍ […]

rr

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 09:56 PM IST

ବର୍ମିଂହାମ୍: ଟିମ୍ ଇଣ୍ଡିଆର ଷ୍ଟାର୍ ଓପ୍ନର୍ ରୋହିତ୍ ଶର୍ମା ଦମଦାର ବ୍ୟାଟିଂ କରି ଚଳିତ ବିଶ୍ୱକପରେ ତୃତୀୟ ଶତକ ମାରିଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ମ୍ୟାଚରେ ସେ ୧୦୬ ବଲରେ ଦିନିକିଆ କ୍ୟାରିୟରର ୨୫ତମ ଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ସେ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ।

ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ରୋହିତ୍ ଆରମ୍ଭରୁ ଧିମା ଖେଳିଥିଲେ । କିନ୍ତୁ ସେଟ୍ ହେବା ପରେ ସେ ନିଜର ରନ୍ ଗତି ବଢ଼ାଇଥିଲେ । ତାଙ୍କୁ କ୍ୟାପଟେନ୍ ବିରାଟ୍ କୋହଲି ଭରପୂର ସହଯୋଗ କରିଥିଲେ । ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ୧୩୮ ରନର ଶତକୀୟ ଭାଗୀଦାରୀ କରିଥିଲେ।

ତେବେ ବିରାଟ୍ ୬୬ ରନ୍ କରି ଆଉଟ୍ ହେବା ପରେ ରୋହିତଙ୍କ ଉପରକୁ ସବୁ ଦାୟିତ୍ୱ ଚାଲିଆସିଥିଲା। ଶତକ ମାରିବାର ତିନୋଟି ବଲ୍‌ ପରେ ରୋହିତ୍ ଆଉଟ୍ ହାେଇଥିଲେ। ତାଙ୍କୁ କ୍ରିସ୍ ଓକ୍ସ ପ୍ୟାଭିଲିୟନ୍ ପଠାଇଥିଲେ।

ଋିପୋର୍ଟ ଲେଖା ହେଲା ବେଳକୁ ଭାରତ ୩ ୱିକେଟରେ ୧୯୮ ରନ୍ କରିଛି । ରୋହିତ୍ ୧୦୩ ରନ୍ କରି ଆଉଟ୍ ହୋଇଥିବା ବେଳେ ରିଷଭ ପନ୍ତ ୨୬ ରନରେ ବ୍ୟାଟିଂ କରୁଛନ୍ତି।

Related story