(ଓଡ଼ିଶା ରିପୋର୍ଟର): ଭାରତୀୟ ଟିମ୍ ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି। ଦିନିକିଆ ସିରିଜର ପ୍ରଥମ ୩ଟି ମ୍ୟାଚ୍ ଲଗାତାର ଭାବେ ଭାରତ ଜିତି ଇତିହାସ ସୃଷ୍ଟି କରିଛି। ଦିନିକିଆରେ ଭାରତୀୟ ଟିମକୁ ସାମ୍ନା କରିବାରେ ଦକ୍ଷିଣ ଆଫ୍ରିକା ଟିମ୍ ବିଫଳ ହୋଇଛି। ହେଲେ ଭାରତୀୟ ଟିମ୍ର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା କିନ୍ତୁ ଦକ୍ଷିଣ ଆଫ୍ରିକା ଗସ୍ତରେ ବିଫଳ ହେବାରେ ଲାଗିଛନ୍ତି। ଲଗାତାର ଭାବେ ରୋହିତ ବ୍ୟାଟିଂରେ ଫେଲ୍ ହୋଇଛନ୍ତି। ଚଳିତ ଗସ୍ତରେ ରୋହିତ ଶର୍ମା ବାରମ୍ବାର ଦକ୍ଷିଣ ଆଫ୍ରିକା ବୋଲର କେ. ରବଦାଙ୍କ ଶାକାର ହୋଇଛନ୍ତି। ଏହି ଗସ୍ତରେ ରୋହତି ଏପର୍ଯ୍ୟନ୍ତ ରବଦାଙ୍କ ୮୨ଟି ବଲ୍ ସାମ୍ନା କରି ୫ଥର ଆଉଟ୍ ହୋଇଛନ୍ତି। ଏହା ବ୍ୟତୀୟ ରୋହିତ ୧୬୧ ଟି ଅନ୍ୟ ବୋଲରଙ୍କ ବଲ୍ ସାମ୍ନା କରିଛନ୍ତି। ଯେଉଁଥିରେ ସେ ୨ଥର ଆଉଟ ହୋଇଛନ୍ତି।
ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ରୋହିତ ଆକର୍ଷଣୀୟ ଫର୍ମରେ ଥିଲେ, ହେଲେ ରବଦାଙ୍କ ବଲରେ ସେ ବାରମ୍ବାର ଫେଲ୍ ହେବାକୁ ଲାଗିଛନ୍ତି, ଫଳରେ ତାଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠିଛି। ରୋହିତ ଦୁଇଟି ଟେଷ୍ଟ ମ୍ୟାଚ୍ରେ ୧୧,୧୦, ୧୦ ଏବଂ ୪୭ ରନ କରିଥିବା ବେଳେ ସେହିପରି ଦିନିକିଆରେ ୨୦, ୧୫ ଏବଂ ଶୁନରେ ଆଉଟ୍ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାରେ ରୋହିତଙ୍କ ପୂର୍ବ ରେକର୍ଡ ମଧ୍ୟ ବେଶ ଖରାପ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।