ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କାରେ ଖେଳାଯାଇଥିବା ନିଦାହାସ ଟ୍ରଫିକୁ ନିଜ ନାଁରେ କରିଛି। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଭାରତ ବାଂଲାଦେଶକୁ ୪ ୱିକେଟ୍ରେ ହରାଇ ଚାମ୍ପିୟନ ହୋଇଛି। ଏହି ମ୍ୟାଚ୍ରେ ରୋହିତ ଶର୍ମା ୫୬ ରନ୍ର ପାଳି ଖେଳିଥିବା ବେଳେ ମାତ୍ର ୮ଟି ବଲ୍ରୁ ବିସ୍ଫୋରକ ୨୯ ରନ୍ କରିଥିବା ଦିନେଶ କାର୍ତ୍ତିକ ମ୍ୟାଚ୍ର ହିରୋ ସାଜିଥିଲେ। ଏହି ରୋମାଞ୍ଚକର ମ୍ୟାଚ୍ରେ କାର୍ତ୍ତିକ ଛକା ମାରି ଭାରତକୁ ବିଜୟୀ କରାଇଥିଲେ।
ଭାରତ ଚାମ୍ପିୟନ ହେବା ପରେ ରୋହିତ ଶର୍ମାଙ୍କ ଖୁସି କହିଲେ ନସରେ। ସୋସିଆଲ୍ ମିଡିଆରେ ସେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ୍ ହେବାରେ ଲାଗିଛି। ରୋହିତ ଯେଉଁ ଦୁଇ ଜଣଙ୍କ ଫଟୋ ଭାଇରାଲ୍ କରିଛନ୍ତି ସେ ଆଉ କେହି ନୁହଁନ୍ତି ସେ ହେଲେ ତେନ୍ଦୁଲକରଙ୍କ ଫ୍ୟାନ୍ ସୁଧୀର ଗୌତମ ଓ ଶ୍ରଲଙ୍କା ଟିମ୍ର ବଡ଼ ଫ୍ୟାନ୍ ଭାବେ ଜଣାଶୁଣା ମହମ୍ମଦ ନିଲାମ। ଭାରତ ଚାମ୍ପିୟନ ହେବା ପରେ କଲୋମ୍ବୋ ଷ୍ଟାଡ଼ିୟମରେ ସୁଧୀର ଆତ୍ମବିଭର ହୋଇ ସେଲିବ୍ରେସନ୍ କରୁଥିବା ବେଳେ ତାଙ୍କୁ ଖୁସିରେ ଟେକି ଧରି ପଡ଼ିଆ ସାରା ବୁଲୁଛନ୍ତି ନିଲାମ।
ରୋହିତ ସୋସିଆଲ୍ ମିଡ଼ିଆରେ ଏହି ଫଟୋ ପୋଷ୍ଟ କରିବା ସହ ଲେଖିଛନ୍ତି ଯେ ମ୍ୟାଚ୍ରେ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ଓ ଭାରତର ବିଜୟ ବ୍ୟତୀତ ତାଙ୍କ ପାଇଁ ଏହା ମ୍ୟାଚ୍ର ବେଷ୍ଟ ମୋମେଣ୍ଟ। ଯେଉଁ ଫଟୋରେ ସୁଧୀର ଓ ନିଲାମ ଭାରତ ଜିତିବା ପରେ ପଡ଼ିଆରେ ସେଲିବ୍ରେସନ୍ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।