ରୋହିତଙ୍କ ଆକର୍ଷଣୀୟ ଶତକ: ଦୃଢ ସ୍ଥିତିରେ ଭାରତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର)ଟିମ୍‌ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଆକର୍ଷଣୀୟ ଶତକ। ଏହି ଶତକ ସହ ସେ ଦିନିକିଆ କ୍ରିକେଟ୍‌ରେ ୧୫ତମ ଶତକ ପୁରଣ କରିଛନ୍ତି। କାନପୁର ଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ୩ ଟିକିଆ ସିରିଜର ଶେଷ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା। ଭାରତର ସ୍କୋର ୨୯ ବେଳେ ଓପନର ଶିଖର ଧାୱନ ଆଉଟ୍‌ ହୋଇଥିଲେ। ଏହାପରେ ପଡିଆକୁ ଆସିଥିଲେ ଅଧିନାୟକ ବିରାଟ କୋହଲି। ବିରାଟ ମଧ୍ୟ ଅର୍ଦ୍ଧଶତକ କରି ବ୍ୟାଟିଂ କରୁଛନ୍ତି।