କାହିଁକି ଅଷ୍ଟ୍ରେଲିଆ ଗଲେନି ରୋହିତ, ପ୍ରଥମଥର ପାଇଁ ମୁହଁ ଖୋଲିଲେ ହିଟମ୍ୟାନ

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କ ହାମଷ୍ଟ୍ରିଙ୍ଗ ଆହତ ସମସ୍ୟାକୁ ନେଇ ଚାରିଆଡ଼େ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସେ ଆଇପିଏଲ ଖେଳିବା ବେଳେ ଆହତ ହୋଇଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ବାଦ ଦିଆଯାଇଛି। ତେବେ ସେ ପୁଣିଥରେ ଆଇପିଏଲରେ ଶେଷ ଲିଗ୍ ମ୍ୟାଚ୍, ପ୍ଲେ-ଅଫ ଓ ଫାଇନାଲ ମ୍ୟାଚ୍ ଖେଳିଥିଲେ। ଏହି ସମୟରେ ସେ ଫିଟ୍ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ […]

g

g

Hemant Lenka
  • Published: Saturday, 21 November 2020
  • Updated: 21 November 2020, 05:32 PM IST

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ତଥା ଓପନର ରୋହିତ ଶର୍ମାଙ୍କ ହାମଷ୍ଟ୍ରିଙ୍ଗ ଆହତ ସମସ୍ୟାକୁ ନେଇ ଚାରିଆଡ଼େ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ସେ ଆଇପିଏଲ ଖେଳିବା ବେଳେ ଆହତ ହୋଇଥିବାରୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ଓ ଟି-୨୦ ସିରିଜରୁ ବାଦ ଦିଆଯାଇଛି।

ତେବେ ସେ ପୁଣିଥରେ ଆଇପିଏଲରେ ଶେଷ ଲିଗ୍ ମ୍ୟାଚ୍, ପ୍ଲେ-ଅଫ ଓ ଫାଇନାଲ ମ୍ୟାଚ୍ ଖେଳିଥିଲେ। ଏହି ସମୟରେ ସେ ଫିଟ୍ ଥିବା ଜଣାପଡ଼ିଥିଲା। ଏହି କାରଣରୁ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସାମିଲ କରାଯାଇଛି। ଯଦି ସେ ଆଇପିଏଲ ଖେଳିବାକୁ ଫିଟ୍ ଥିଲେ, ତା’ହେଲେ କାହିଁକି ଦିନିକିଆ ଓ ଟି-୨୦ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଗଲେ ନାହିଁ ବୋଲି ପ୍ରଶ୍ନ ଉଠିଥିଲା।

ଏସବୁ ଭିତରେ ରୋହିତ ଏନସିଏରେ ଯାଇ ତାଙ୍କର ଫିଟନେଶ ଟ୍ରେନିଂ ମଧ୍ୟ ଆରମ୍ଭ କରିଛନ୍ତି। ତେବେ ପ୍ରଥମଥର ପାଇଁ ନିଜର ହାମଷ୍ଟ୍ରିଙ୍ଗ ସମସ୍ୟା ଓ ସେ କାହିଁକି ଅଷ୍ଟ୍ରେଲିଆ ଗଲେ ନାହିଁ, ସେ ସମ୍ପର୍କରେ ରୋହିତ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି, ମୁଁ ଜାଣିନି ଏବେ ସବୁ କ’ଣ ହଉଛି। ଲୋକମାନେ କ’ଣ ସବୁ ଆକଳନ କରି କହୁଛନ୍ତି, ସେବିଷୟରେ ବି ମୁଁ ଜାଣନି। କିନ୍ତୁ ଗୋଟିଏ ମୁଁ କଥା କହିବାକୁ ଚାହେଁ ଯେ ମୁଁ ନିୟମିତ ଭାବେ ବିସିସିଆଇ ଓ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗାଯୋଗରେ ରହିଥିଲି। ମୁଁ ମୁମ୍ବାଇ ଇଣ୍ଡିଆନ୍ସର ମ୍ୟାନେଜମେଣ୍ଟକୁ କହିଥିଲି ଯେ ଟି-୨୦ ଛୋଟ ଫର୍ମାଟ ହୋଇଥିବାରୁ ମୁଁ ଫିଲ୍ଡିଂ କରିପାରିବି ଓ ସ୍ଥିତିକୁ ବେଶ ଆରାମରେ ମ୍ୟାନେଜ କରିପାରିବି। ମୁଁ ଥରେ ଚିନ୍ତା କରି ସାରିବା ପରେ ଏହାକୁ କେମିତି ରୂପରେଖ ଦେବି, ତା’ ଉପରେ ଫୋକସ କରିଥାଏ।

ଏବେ ହାମଷ୍ଟ୍ରିଙ୍ଗ ପୂରା ଠିକ ହୋଇଯାଇଛି। ସବୁ କିଛି ପୁଣି ଠିକ୍‌ କରିବାକୁ ପ୍ରୟାସ ଆରମ୍ଭ କରିଛି। ଟେଷ୍ଟ ଭଳି ଲଙ୍ଗ ଫର୍ମାଟ ଖେଳିବା ପୂର୍ବରୁ ମୁଁ ଶତପ୍ରତିଶତ ଫିଟ୍‌ ଓ କ୍ଲିୟର ରହିବା ଦରକାର। ସେଥିପାଇଁ ମୁଁ କୌଣସି ସୁଯୋଗ ଛାଡ଼ୁନାହିଁ। ଖାସ୍‌ ସେହି କାରଣ ପାଇଁ ବୋଧେ ମୁଁ ଆଜି ଏନସିଏରେ ରହିଛି।

ମୋ ପାଇଁ କିଏ କ’ଣ କହିଲା, ସେଇଟା ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆହତ ସମସ୍ୟାର ଦେଖା ଦେବା ପରେ ମୁଁ ଦୁଇ ଦିନ କାଳ ଆଗକୁ କ’ଣ କରାଯାଇ ପାରିବ, ସେକଥା ଭାବିଥିଲି। ଆସନ୍ତା ୧୦ ଦିନ ଭିତରେ ମୁଁ ଏହି ସମସ୍ୟାରୁ ମୁକୁଳି ପାରିବି କି ନାହିଁ, ତା’ ଉପରେ ଫୋକସ କରିଥିଲେ। କିନ୍ତୁ ପ୍ରତିଦିନ ହାମଷ୍ଟ୍ରିଙ୍ଗ ସମସ୍ୟା ବଦଳୁଥିଲା।

ଏହା ସକାରାତ୍ମକ ଦିଗରେ ଗତି କରିବାରୁ ମୁଁ ଖେଳିପାରିବି ବୋଲି ଚିନ୍ତା କରିଥିଲି ଓ ମୁମ୍ବାଇ ଇଣ୍ତିଆନ୍ସକୁ ଜଣାଇଥିଲି। ପ୍ଲେ-ଅଫ ପୂର୍ବରୁ ମୁଁ ମ୍ୟାଚ୍‌ ଖେଳିବାର ଥିଲା। କାରଣ ଉକ୍ତ ମ୍ୟାଚ୍‌ରେ ମୁଁ ଅସହଜ ମନେକଲେ ପ୍ଲେ-ଅଫ ଖେଳିବି ନାହିଁ ବୋଲି କହିଥିଲି।

ଏବେ ବି ମୋ ହାମଷ୍ଟ୍ରିଙ୍ଗ ଉପରେ ଅନେକ କିଛି କାମ କରିବାର ଅଛି। ସେହି କାରଣରୁ ମୁଁ ଅଷ୍ଟ୍ରେଲିଆ ଯାଇନାହିଁ। କାରଣ ଅଷ୍ଟ୍ରେଲିଆରେ ସୀମିତ ଓଭର ମ୍ୟାଚ୍‌ ଗୁଡ଼ିକ ଲଗାତର ଖେଳିବାକୁ ପଡ଼ିବ। ପ୍ରାୟ ୧୧ ଦିନ ମଧ୍ୟରେ ୬ଟି ମ୍ୟାଚ୍ ଖେଳିବାକୁ ପଡ଼ିଥାଆନ୍ତା।

ତେଣୁ ୨୫ ଦିନ ମଧ୍ୟରେ ମୁଁ ଯଦି ଆହତ ସମସ୍ୟା ଉପରେ ଠିକ୍‌ ଭାବେ କାମ କରିପାରିବି, ତା’ହେଲେ ମୁଁ ନିଶ୍ଚିତ ଭାବେ ଅଷ୍ଟ୍ରେଲିଆ ଯାଇ ଟେଷ୍ଟ ସିରିଜ ଖେଳିପାରିବି। ଏହା ମୋ ପାଇଁ ଏକ ସହଜ ନିଷ୍ପତ୍ତି ଥିଲା। କିନ୍ତୁ ଅନ୍ୟମାନେ କାହିଁକି ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି, ମୁଁ ଜାଣିପାରୁନାହିଁ ବୋଲି ରୋହିତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos