ଫିଟ୍ ହେଲେ ରୋହିତ ଶର୍ମା, ୧୪ରେ ଯିବେ ଅଷ୍ଟ୍ରେଲିଆ

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଆଶ୍ୱସ୍ତ କରିବା ଭଳି ଖବର ମିଳିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବଞ୍ଚିତ ହୋଇଥିବା ରୋହିତ ଶର୍ମା ଏବେ ପୂରା ଫିଟ୍‌ ହୋଇଯାଇଛନ୍ତି। ଏପରି କି ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଓ ୪ର୍ଥ ଟେଷ୍ଟ ମଧ୍ୟ ଖେଳିବେ। ଏଥିପାଇଁ ସେ ଆସନ୍ତା ୧୪ ତାରିଖରେ ସ୍ୱତନ୍ତ୍ର ବିମାନରେ ଅଷ୍ଟ୍ରେଲିଆ ମଧ୍ୟ ଯିବେ। ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ନିୟମ ଅନୁସାରେ ତାଙ୍କୁ […]

nca

nca

Hemant Lenka
  • Published: Friday, 11 December 2020
  • Updated: 11 December 2020, 01:46 PM IST

Sports

Latest News

ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଆଶ୍ୱସ୍ତ କରିବା ଭଳି ଖବର ମିଳିଛି। ଆହତ ଯୋଗୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବଞ୍ଚିତ ହୋଇଥିବା ରୋହିତ ଶର୍ମା ଏବେ ପୂରା ଫିଟ୍‌ ହୋଇଯାଇଛନ୍ତି। ଏପରି କି ସେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଓ ୪ର୍ଥ ଟେଷ୍ଟ ମଧ୍ୟ ଖେଳିବେ। ଏଥିପାଇଁ ସେ ଆସନ୍ତା ୧୪ ତାରିଖରେ ସ୍ୱତନ୍ତ୍ର ବିମାନରେ ଅଷ୍ଟ୍ରେଲିଆ ମଧ୍ୟ ଯିବେ।

ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ନିୟମ ଅନୁସାରେ ତାଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏହାପରେ ସପ୍ତାହ ଧରି ଅଷ୍ଟ୍ରେଲିଆରେ ରୋହିତ ଆଉ ଥରେ ଟ୍ରେନିଂ ନେବେ। ଟ୍ରେନିଂ ପରେ ସେ ଜାନୁଆରୀ ୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ ଖେଳିବେ ବୋଲି ଜଣାପଡ଼ିଛି।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ଟିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଡିସେମ୍ବର ୧୭ରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ଟି ଦିବାରାତ୍ର ରହିଛି। ଏହି ମ୍ୟାଚ୍‌ ପରେ ଦଳର ଅଧିନାୟକ ବିରାଟ କୋହଲି ଛୁଟି ନେଇ ସ୍ୱଦେଶ ଫେରିଆସିବେ। ଦ୍ୱିତୀୟ ଟେଷ୍ଟ ୨୬ରୁ ୩୦ ଯାଏ ମେଲବର୍ଣ୍ଣରେ ଖେଳାଯିବ। ଏହି ମ୍ୟାଚ୍‌ରେ ଅଜିଙ୍କ୍ୟ ରାହଣେ କ୍ୟାପ୍ଟେନଶିପ୍‌ କରିବେ। ଉଭୟ ରୋହିତ ଓ ବିରାଟ ଏହି ମ୍ୟାଚ୍‌ ଖେଳିବେ ନାହିଁ।

କିନ୍ତୁ ଜାନୁଆରୀ ୭ ତାରିଖରୁ ସିଡନୀରେ ଆରମ୍ଭ ହେବାକୁ ଥିବା ଟେଷ୍ଟରେ ରୋହିତ ଖେଳିବେ। ସେହିପରି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଟେଷ୍ଟ ମ୍ୟାଚ୍‌ ଜାନୁଆରୀ ୧୫ରୁ ଆରମ୍ଭ ହେବ।

କରୋନା ଯୋଗୁ ଚଳିତ ବର୍ଷ ଦୁବାଇରେ ଆଇପିଏଲରେ ଖେଳାଯାଉଥିଲେ। ଆଇପିଏଲ ଖେଳିବା ବେଳେ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ ସମସ୍ୟାରେ ପଡ଼ିଥିଲେ। ଏଥିପାଇଁ ତାଙ୍କୁ କିଛି ମ୍ୟାଚ୍ ବେଞ୍ଚରେ ବସିବାକୁ ପଡ଼ିଥିଲେ। ତେବେ ଠିକ୍ ପ୍ଲେ ଅଫ ପୂର୍ବରୁ ସେ ମ୍ୟାଚ୍ ଖେଳିବାକୁ ମଇଦାନକୁ ଓହ୍ଲାଇଥିଲେ ଓ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିୟନ କରାଇଥିଲେ।

ଆଇପିଏଲ ଖେଳିଥିଲେ ହେଁ ବିସିସିଆଇ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ଟୁର୍ଣ୍ଣାମେଣ୍ଟରେ ସାମିଲ କରି ନଥିଲା। ଟେଷ୍ଟ ସିରିଜରେ ତାଙ୍କ ନାଁ ରହିଥିଲା। ହେଲେ ରୋହିତ ଆହତ ହୋଇଥିବାରୁ ଟେଷ୍ଟ ସିରିଜ୍‌ ଖେଳିପାରିବେ କି ନାହିଁ, ତା’କୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା।

ଏଥିପାଇଁ ରୋହିତ ଆଇପିଏଲରୁ ସିଧା ଭାରତ ଫେରିଥିଲେ। ଏହାପରେ ସେ ଫିଟନେଶ ଟ୍ରେନିଂ ପାଇଁ ବେଙ୍ଗାଲୁରୁରେ ଥିବା ଏନସିଏକୁ ଯାଇଥିଲେ। ଦୀର୍ଘ ଦିନ ଧରି ସେଠାରେ ଅଭ୍ୟାସ କରିବା ପରେ ଆଜି ତାଙ୍କର ଚୂଡ଼ାନ୍ତ ଫିଟନେଶ ଟେଷ୍ଟ ଥିଲା। ଏହି ଟେଷ୍ଟରେ ରୋହିତ ପାସ୍ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story