ଆଇସିସି ରାଙ୍କିଙ୍ଗ୍: କୋହଲିଙ୍କ ନିକଟତର ହେଲେ ରୋହିତ୍

ଲଣ୍ଡନ: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିଶ୍ୱକପରେ ନିଜର ଦମଦାର ଫର୍ମ ଯୋଗୁ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ନିଜ କ୍ୟାପଟେନ୍ ବିରାଟ କୋହଲିଙ୍କ ନିକଟତର ହୋଇଛନ୍ତି। କୋହଲି ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷରେ ଏବଂ ରୋହିତ୍ ଦ୍ୱିତୀୟରେ ଅଛନ୍ତି। କୋହଲି ଚଳିତ ବିଶ୍ୱକପରେ ୬୩.୧୪ ହାରରେ ୪୪୨ ରନ୍ କରିଛନ୍ତି, ଯେଉଁଥିରେ ୫ ଅର୍ଦ୍ଧଶତକ ସାମିଲ୍ ଅଛି। ତାଙ୍କୁ ରାଙ୍କିଙ୍ଗରେ ଗୋଟିଏ ପଏଣ୍ଟର ଫାଇଦା ହୋଇଛି ଏବଂ ତାଙ୍କର ଏବେ ୮୯୧ ପଏଣ୍ଟ ଅଛି। ଚଳିତ […]

rohit and virat

rohit and virat

Hemant Lenka
  • Published: Sunday, 07 July 2019
  • Updated: 07 July 2019, 09:57 PM IST

Sports

Latest News

ଲଣ୍ଡନ: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ବିଶ୍ୱକପରେ ନିଜର ଦମଦାର ଫର୍ମ ଯୋଗୁ ଆଇସିସି ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ନିଜ କ୍ୟାପଟେନ୍ ବିରାଟ କୋହଲିଙ୍କ ନିକଟତର ହୋଇଛନ୍ତି। କୋହଲି ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷରେ ଏବଂ ରୋହିତ୍ ଦ୍ୱିତୀୟରେ ଅଛନ୍ତି। କୋହଲି ଚଳିତ ବିଶ୍ୱକପରେ ୬୩.୧୪ ହାରରେ ୪୪୨ ରନ୍ କରିଛନ୍ତି, ଯେଉଁଥିରେ ୫ ଅର୍ଦ୍ଧଶତକ ସାମିଲ୍ ଅଛି। ତାଙ୍କୁ ରାଙ୍କିଙ୍ଗରେ ଗୋଟିଏ ପଏଣ୍ଟର ଫାଇଦା ହୋଇଛି ଏବଂ ତାଙ୍କର ଏବେ ୮୯୧ ପଏଣ୍ଟ ଅଛି। ଚଳିତ ବିଶ୍ୱକପରେ ରୋହିତ୍ ୬୪୭ ରନ୍ କରି ଶୀର୍ଷରେ ଅଛନ୍ତି।

ରୋହିତ ଓ କୋହଲିଙ୍କ ମଧ୍ୟରେ ପୂର୍ବରୁ ୫୧ ପଏଣ୍ଟର ବ୍ୟବଧାନ ଥିଲା, କିନ୍ତୁ ଏବେ ଦୁହିଁଙ୍କ ମଧ୍ୟରେ କେବଳ ୬ ପଏଣ୍ଟର ବ୍ୟବଧାନର ରହିଛି। ସେମିଫାଇନାଲ୍ ପୂର୍ବରୁ ରୋହିତଙ୍କର ୮୮୫ ପଏଣ୍ଟ ହୋଇଛି, ଯାହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ରେଟିଂ ପଏଣ୍ଟ। ପାକିସ୍ତାନର ବାବର ଆଜମ ବ୍ୟାଟିଂ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

ଚଳିତ ବିଶ୍ୱକପରେ ୬୩୮ ରନ୍ କରିଥିବା ଅଷ୍ଟ୍ରେଲିଆର ଡେଭିଡ୍ ୱାର୍ଣ୍ଣର୍ ଷଷ୍ଠ ସ୍ଥାନକୁ ଉଠିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ କେନ୍ ୱିଲିୟମସନ୍ (ଅଷ୍ଟମ) ମଧ୍ୟ ଟପ୍-୧୦ରେ ଅଛନ୍ତି। ଇଂଲଣ୍ଡର ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋ ରାଙ୍କିଙ୍ଗରେ ଆଗକୁ ବଢ଼ିଛନ୍ତି। ରୟ କ୍ୟାରିୟରର ସର୍ବୋଚ୍ଚ ୧୩ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂରେ ଭାରତର ଯଶପ୍ରୀତ ବୁମ୍ରା ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ବିଶ୍ୱକପରେ ୧୭ ୱିକେଟ୍ ନେଇଥିବାରୁ ବୁମ୍ରା ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କଠାରୁ ୫୬ ପଏଣ୍ଟ ଆଗୁଆ ହୋଇଛନ୍ତି। ଅଷ୍ଟ୍ରେଲିଆର ପେସ୍ ବୋଲର ପ୍ୟାଟ୍ କମିନ୍ସ ତୃତୀୟ, ଦକ୍ଷିଣ ଆଫ୍ରିକାର କାଗିସୋ ରବାଡା ଚତୁର୍ଥ ଏବଂ ଇମ୍ରାନ୍ ତାହିର୍ ପଞ୍ଚମ ସ୍ଥାନରେ ଅଛନ୍ତି। ଆଫଗାନିସ୍ତାନର ମୁଜୀବ ଉର୍-ରେହମାନ୍ (ଷଷ୍ଠ) ଓ ରଶିଦ୍ ଖାନ୍ (ଅଷ୍ଟମ) ଟପ୍-୧୦ରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos