ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତଙ୍କ ରେକର୍ଡ

ଲଣ୍ଡନ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ରୋହିତ୍ ମାତ୍ର ୩୭ ଇନିଂସରେ ୨ହଜାର ରନ୍ ପୂରଣ କରିଛନ୍ତି। ତେବେ ସଚିନ ୨ହଜାର ରନ୍ ପୂରଣ କରିବାକୁ ୪୦ ଇନିଂସର ସହାୟତା ନେଇଥିଲେ। ଏହି ମ୍ୟାଚ୍ ପୂର୍ବରୁ ରୋହିତ୍ ୧୯୮୦ ରନ୍ କରିଥିଲେ। ତେବେ ଆଜି ସେ […]

sharma

sharma

Hemant Lenka
  • Published: Sunday, 09 June 2019
  • Updated: 09 June 2019, 05:10 PM IST

Sports

Latest News

ଲଣ୍ଡନ: ଟିମ୍ ଇଣ୍ଡିଆର ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ରୋହିତ୍ ଅଷ୍ଟ୍ରେଲିଆ ବିପକ୍ଷରେ ୨ହଜାର ରନ୍ ପୂରଣ କରିଛନ୍ତି। ଏହି ମାମଲାରେ ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି। ରୋହିତ୍ ମାତ୍ର ୩୭ ଇନିଂସରେ ୨ହଜାର ରନ୍ ପୂରଣ କରିଛନ୍ତି।

ତେବେ ସଚିନ ୨ହଜାର ରନ୍ ପୂରଣ କରିବାକୁ ୪୦ ଇନିଂସର ସହାୟତା ନେଇଥିଲେ। ଏହି ମ୍ୟାଚ୍ ପୂର୍ବରୁ ରୋହିତ୍ ୧୯୮୦ ରନ୍ କରିଥିଲେ। ତେବେ ଆଜି ସେ ବ୍ୟକ୍ତିଗତ ୨୦ ରନ୍ କରିଥିବା ବେଳେ ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଏହାଛଡ଼ା ରୋହିତ ବିଶ୍ୱର ଚତୁର୍ଥ ବ୍ୟାଟ୍ସମ୍ୟାନ୍ ଭାବେ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି।

ଏହି ମାମଲାରେ ଆଗରେ ଅଛନ୍ତି ସଚିନ। ସଚିନ ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ୩୦୭୭ ରନ୍ କରିଥିବା ବେଳେ ୱେଷ୍ଟଇଣ୍ଡିଜର ଡେସମଣ୍ଡ ହେନ୍ସ (୨୨୬୨) ଦ୍ୱିତୀୟ ଏବଂ ଭିଭିଆନ୍ ରିଚାର୍ଡ୍ସ (୨୧୮୭) ତୃତୀୟ ସ୍ଥାନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos