ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ଖେଳିପାରିବେନି ରୋହିତ ଓ ଈଶାନ୍ତ!

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଆହତ ଯୋଗୁ ସୀମିତ ଓଭର ସିରିଜ୍‌ରୁ ବାଦ୍‌ ପଡ଼ିଥିବା ରୋହିତ ଶର୍ମା ଓ ଭେଟରାନ ଈଶାନ୍ତ ଶର୍ମା ଟେଷ୍ଟ ସିରିଜ୍‌ ମଧ୍ୟ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୧୭ରୁ ଜାନୁଆରୀ ୧୯ ଯାଏ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବ। ଏହି ସିରିଜ୍‌ […]

h

h

Hemant Lenka
  • Published: Tuesday, 24 November 2020
  • Updated: 24 November 2020, 11:57 AM IST

Sports

Latest News

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟକା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଆହତ ଯୋଗୁ ସୀମିତ ଓଭର ସିରିଜ୍‌ରୁ ବାଦ୍‌ ପଡ଼ିଥିବା ରୋହିତ ଶର୍ମା ଓ ଭେଟରାନ ଈଶାନ୍ତ ଶର୍ମା ଟେଷ୍ଟ ସିରିଜ୍‌ ମଧ୍ୟ ଖେଳିପାରିବେ ନାହିଁ ବୋଲି ଜଣାପଡ଼ିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଡିସେମ୍ବର ୧୭ରୁ ଜାନୁଆରୀ ୧୯ ଯାଏ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଟିକିଆ ଟେଷ୍ଟ ସିରିଜ୍‌ ଖେଳାଯିବ।

ଏହି ସିରିଜ୍‌ ପୂର୍ବରୁ ରୋହିତ ଓ ଈଶାନ୍ତ ଫିଟ୍‌ ହେବାର ସମ୍ଭାବନା ବହୁତ କମ। ଏବେ ଉଭୟ ବେଙ୍ଗାଲୁରୁ ସ୍ଥିତ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଫିଟ୍‌ନେଶ ଟ୍ରେନିଂ କରୁଛନ୍ତି। ଉଭୟଙ୍କ ଗୁରୁବାର ଠାରୁ ଟ୍ରେନିଂ ଆରମ୍ଭ କରିଥିଲେ ହେଁ ମ୍ୟାଚ୍‌ ଖେଳିବା ପାଇଁ ଆବଶ୍ୟକ ଫିଟ୍‌ନେଶ ସେମାନଙ୍କ ପାଖରେ ନାହିଁ। ତେଣୁ ଆହୁରୁ ଢେର ଦିନ ସେମାନଙ୍କୁ ଫିଟ୍‌ ହେବା ପାଇଁ ପରିଶ୍ରମ କରିବାକୁ ପଡ଼ିବ।

ନିକଟରେ ଏନସିଏର ବିଶେଜ୍ଞମାନେ ଗୋଟିଏ ବୈଠକ କରିଥିଲେ। ଏଥିରେ ରୋହିତ ଓ ଈଶାନ୍ତଙ୍କ ଫିଟନେଶକୁ ନେଇ ଆଲୋଚନା ହୋଇଥିଲା। ଆଲୋଚନା ସମ୍ପର୍କରେ ବିସିସିଆଇ, ଜାତୀୟ ଚୟନକର୍ତ୍ତା ଓ ଟିମ୍‌ ମ୍ୟାନେଜମେଣ୍ଟଙ୍କୁ ଅବଗତ କରାଯାଇଛି। ବିଶେଷଜ୍ଞମାନଙ୍କ କହିବା କଥା, ରୋହିତ ଓ ଈଶାନ୍ତ ସେମାନଙ୍କ ଆହତ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଏଥିପାଇଁ ଉଭୟଙ୍କୁ ଆଉ କିଛି ସପ୍ତାହ ସମୟ ଲାଗିପାରେ। ଯଦି ଏହି ଆକଳନ ସତ ହେଲା, ତା’ହେଲେ ଉଭୟ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିବେ।

କାରଣ ନିକଟରେ ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଥିଲେ, ଟେଷ୍ଟ ସିରିଜ ଖେଳିବାକୁ ହେଲେ ରୋହିତ ଓ ଈଶାନ୍ତଙ୍କୁ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ବିମାନରେ ବସିବାକୁ ପଡ଼ିବ। କିନ୍ତୁ ବର୍ତ୍ତମାନର ସ୍ଥିତି ଯାହା ଆସନ୍ତା ଗୋଟିଏ ସପ୍ତାହ ଯାଏ ଉଭୟ ବିମାନରେ ବସି ପାରିବେ ନାହିଁ।

ଟିମ୍‌ ମ୍ୟାନେଜମେଣ୍ଟର କହିବା କଥା, ରୋହିତ ଓ ଈଶାନ୍ତ ପୂରା ଫିଟ୍‌ ହେଲା ପରେ ହିଁ ଅଷ୍ଟ୍ରେଲିଆ ଗସ୍ତରେ ଆସିପାରିବେ। ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବା ପାଇଁ ହେଲେ ପ୍ରଥମେ ଧାର୍ଯ୍ୟ ଫିଟ୍‌ନେଶକୁ ପୂରଣ କରିବା ଜଣେ ଖେଳାଳିର ପ୍ରଥମ କର୍ତ୍ତବ୍ୟ। ଆହତ ସମସ୍ୟା ସହ ଅଷ୍ଟ୍ରେଲିଆ ଗସ୍ତରେ ଯିବାକୁ ଥିବା ଖେଳାଳିଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ଆଇପିଏଲ ପାଇଁ ତିଆରି କରାଯାଇଥିବା ଜୈବ ସୁରକ୍ଷା ବଳୟ ମଧ୍ୟରୁ ଯେଉଁ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ, ସେମାନଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ବେଳେ ଅଭ୍ୟାସ କରିବାକୁ ସୁଯୋଗ ମିଳିଛି। ହେଲେ ରୋହିତ ଓ ଈଶାନ୍ତଙ୍କ କ୍ଷେତ୍ରରେ ଏହା ଲାଗୁ ହେବନାହିଁ।

ରୋହିତ ଆଇପିଏଲରୁ ସିଧା ମୁମ୍ବାଇକୁ ଆସିଥିଲେ ଓ ଏହାପରେ ବେଙ୍ଗାଲୁରୁ ଯାଇଛନ୍ତି। ସେ କୌଣସି ଜୈବ ସୁରକ୍ଷା ବଳୟ ମଧ୍ୟରେ ନଥିଲେ। ସେହିପରି ଈଶାନ୍ତ ମଧ୍ୟ ଆଇପିଏଲ ଖେଳି ନାହାନ୍ତି। ଏଭଳି ସ୍ଥିତିରେ ଉଭୟ ଯଦି ଅଷ୍ଟ୍ରେଲିଆ ଗସ୍ତ କରନ୍ତି, ତା’ହେଲେ ଉଭୟଙ୍କୁ ୧୪ ଦିନ ବିନା ପ୍ରାଟିସ୍‌ରେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ।

ଏହାପରେ ଅଭ୍ୟାସ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବା ଏକ ପ୍ରକାରର ଅସମ୍ଭବ। ତେଣୁ ଉଭୟ ଅଷ୍ଟ୍ରେଲିଆ ଗସ୍ତରୁ ବାଦ ପଡ଼ିବା ଏକ ପ୍ରକାରର ନିଶ୍ଚିତ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story