ରୋହିତଙ୍କ ୧୨୨*, ବିଜୟରୁ ଟିମ୍ ଇଣ୍ଡିଆର ଅଭିଯାନ ଆରମ୍ଭ

ସାଉଥହାମ୍ପଟନ୍: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଚଳିତ ବିଶ୍ୱକପରେ ଭାରତ ତା’ର ପ୍ରଥମ ମ୍ୟାଚରେ ରୋହିତ୍ ଶର୍ମାଙ୍କ ଲଢ଼ୁଆ ଶତକ ଓ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଲଗାତାର ତିନୋଟି ପରାଜୟ ସହ ଦକ୍ଷିଣ ଆଫ୍ରିକାର ନକଆଉଟ୍ ଆଶା କ୍ଷୀଣ ହେବାରେ ଲାଗିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ସ୍ପିନର ଚହଲଙ୍କ ଫିରକୀ ଆଗରେ ଆତ୍ମସମର୍ପଣ […]

rohit1

rohit1

Hemant Lenka
  • Published: Wednesday, 05 June 2019
  • Updated: 05 June 2019, 11:04 PM IST

Sports

Latest News

ସାଉଥହାମ୍ପଟନ୍: ବିଜୟରୁ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ। ଚଳିତ ବିଶ୍ୱକପରେ ଭାରତ ତା'ର ପ୍ରଥମ ମ୍ୟାଚରେ ରୋହିତ୍ ଶର୍ମାଙ୍କ ଲଢ଼ୁଆ ଶତକ ଓ ୟୁଜବେନ୍ଦ୍ର ଚହଲଙ୍କ ଚମତ୍କାର ବୋଲିଂ ବଳରେ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଲଗାତାର ତିନୋଟି ପରାଜୟ ସହ ଦକ୍ଷିଣ ଆଫ୍ରିକାର ନକଆଉଟ୍ ଆଶା କ୍ଷୀଣ ହେବାରେ ଲାଗିଛି।

ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ସ୍ପିନର ଚହଲଙ୍କ ଫିରକୀ ଆଗରେ ଆତ୍ମସମର୍ପଣ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା। ଜବାବରେ ଭାରତ ୪୭.୩ ଓଭରରେ ୪ ୱିକେଟ୍ ହରାଇ ୨୩୦ ରନ୍ କରି ବିଜୟୀ ହୋଇଛି। ଭାରତ ବିଜୟରେ ମୁଖ୍ୟ ଭୂମିକା ବହନ କରିଥିବା ରୋହିତ୍ ୧୪୪ ବଲରେ ୧୩ ଚୌକା ଓ ୨ ଛକା ସହ ଅପରାଜିତ ୧୨୨ ରନ୍ କରିଛନ୍ତି। ତାଙ୍କୁ ମଧ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି (୩୪) ନିର୍ଣ୍ଣାୟକ ସହଯୋଗ କରିଥିଲେ।

ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରୁଥିବା ଭାରତକୁ ଷଷ୍ଠ ଓଭରରେ ବଡ଼ ଝଟକା ଲାଗିଥିଲା। ଖରାପ ଫର୍ମରେ ଥିବା ଶିଖର ଧୱନ୍ ମାତ୍ର ୮ ରନ୍ କରି କାଗିସୋ ରବାଡାଙ୍କ ଶିକାର ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଧିନାୟକ ବିରାଟ୍ କୋହଲି ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ବିରାଟ ମାତ୍ର ୧୮ ରନ୍ କରି ଆଣ୍ଡିଲେ ଫେଲୁକୱାୟୋଙ୍କ ବଲରେ କ୍ୱିଣ୍ଟନ୍ ଡି'କକଙ୍କ ଦ୍ୱାରା ଧରା ପଡ଼ିଥିଲେ।

ଏହା ପରେ ରୋହିତଙ୍କୁ ସହଯୋଗ କରିଥିଲେ ରାହୁଲ। ଦୁହେଁ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରି ଧିରେ ଧିରେ ସ୍କୋରକୁ ଆଗକୁ ବଢ଼ାଇଥିଲେ। ନିଜର ପ୍ରଥମ ବିଶ୍ୱକପ୍ ଖେଳୁଥିବା ରାହୁଲ (୨୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ ହେଁ, ତୃତୀୟ ୱିକେଟ୍ ପାଇଁ ରୋହିତଙ୍କ ସହ ମିଶି ମହତ୍ତ୍ୱପୂର୍ଣ୍ଣ ୮୫ ରନର ପାର୍ଟନରଶିପ୍ କରିଥିଲେ। ରାହୁଲ ଆଉଟ୍ ପରେ କ୍ରିଜକୁ ଆସିଥିଲେ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଧୋନି। ଉଭୟେ ରୋହିତ ଓ ଧୋନି ଦମଦାର ବ୍ୟାଟିଂ କରିଥିଲେ।

ଏହା ମଧ୍ୟରେ ରୋହିତ୍ ୧୨୮ ବଲରେ କ୍ୟାରିୟରର ୨୩ତମ ଶତକ ପୂରଣ କରିଥିଲେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ନିର୍ଣ୍ଣାୟକ ୭୪ ରନ୍ ଯୋଡ଼ିଥିଲେ । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୭ ବଲରେ ୩ ଚୌକା ସହ ଅପରାଜିତ ୧୫ ରନ୍ କରି ଭାରତକୁ ବିଜୟୀ କରାଇଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରବାଡା ୨ଟି, କ୍ରିସ୍ ମୋରିସ୍ ଓ ଫେଲୁକୱାୟୋ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ରୋଜ ବାଉଲରେ ଅନୁଷ୍ଠିତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିକୁ ବିରାଟଙ୍କ ଟିମ୍ ଭୁଲ୍ ପ୍ରମାଣିତ କରିଥିଲା। ମ୍ୟାଚର ଚତୁର୍ଥ ଓଭରରେ ବୁମ୍ରା ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଆହତ ପରେ ଟିମକୁ ଫେରିଥିବା ଅଭିଜ୍ଞ ହାଶିମ୍ ଆମଲା ମାତ୍ର ୬ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ବୁମ୍ରାଙ୍କ ଆଉଟ୍ ସୁଇଂ ବଲକୁ ବୁଝିନପାରି ଆମଲା ସ୍ଲିପରେ ରୋହିତ୍ ଶର୍ମାଙ୍କୁ କ୍ୟାଚ୍ ଦେଇ ବସିଥିଲେ। ଏହା ପରେ ଅନ୍ୟତମ ଓପ୍ନର କ୍ୱିଣ୍ଟନ୍ ଡି'କକ୍(୧୦) ମଧ୍ୟ ବୁମ୍ରାଙ୍କ ଆଉଟ୍ ସୁଇଂର ଶିକାର ହୋଇଥିଲେ। ଦକ୍ଷିଣ ଆଫ୍ରିକା ସ୍କୋର ୨୪ ଥିବା ବେଳେ ଡି'କକଙ୍କ କ୍ୟାଚ୍ ଥାର୍ଡ ସ୍ଲିପରେ କ୍ୟାପଟେନ୍ ବିରାଟ କୋହଲି ଧରିଥିଲେ। ଲଗାତାର ଦୁଇଟି ୱିକେଟ୍ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ସ୍ଥିତିକୁ ସମ୍ଭାଳିଥିଲେ କ୍ୟାପଟେନ୍ ଡ୍ୟୁପ୍ଲେସିସ୍ ଓ ଭାନ୍ ଡର୍ ଡୁସେନ୍।

ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୫୪ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ିକୁ ଚହଲ୍ ଭାଙ୍ଗିବାରେ ସଫଳ ହୋଇଥିଲେ। ଚହଲ ନିଜର ଦ୍ୱିତୀୟ ଓଭରରେ ହିଁ ଉଭୟ ସେଟ୍ ବ୍ୟାଟ୍ସମ୍ୟାନ୍ କ୍ଲିନ୍ ବୋଲ୍ଡ କରି ଭାରତକୁ ଲଗାତାର ଦୁଇଟି ସଫଳତା ଦେଇଥିଲେ। ଡ୍ୟୁପ୍ଲେସିସ୍ ୫୪ ବଲରେ ୪ ଚୌକା ସହ ୩୮ ଓ ଡୁସେନ୍ ୨୨ ରନ୍ କରିଥିଲେ। ବାମହାତୀ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଜେପି ଡୁମିନି (୩)ଙ୍କୁ କୁଲଦୀପ ଯାଦବ ଏଲବିଡବ୍ଲ୍ୟୁ ଆଉଟ୍ କରି ଭାରତକୁ ପଞ୍ଚମ ସଫଳତା ଦେଇଥିଲେ।

ଡେଭିଡ୍ ମିଲର ଓ ଆଣ୍ଡିଲେ ଫେଲୁକୱାୟୋ ପୁଣିଥରେ ଟିମ୍ ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଚହଲଙ୍କ ସ୍ପିନକୁ ପରଖିରେ ଭୁଲ୍ କରି ବସିଥିଲେ ମିଲର। ସ୍କୋର ୧୩୫ ଥିବା ବେଳେ ମିଲରଙ୍କୁ ଚହଲ୍ କଟ୍ ଆଣ୍ଡ ବୋଲ୍ଡ କରିଥିଲେ। ମିଲର୍ ୪୦ ବଲରେ ୩୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପରେ ଫେଲୁକୱାୟୋ (୩୪)ଙ୍କୁ ମଧ୍ୟ ନିଜର ଶିକାର ବନାଇ ଦକ୍ଷିଣ ଆଫ୍ରିକାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ଏହି ସମୟରେ ଦକ୍ଷିଣ ଆଫ୍ରିକା ୭ ୱିକେଟରେ ୧୫୮ ରନ୍ କରିଥିଲା ଏବଂ ଟିମ୍ ସ୍କୋର ୨୦୦ ଅତିକ୍ରମ କରିବା ନେଇ ଆଶଙ୍କା ଦେଖା ଦେଇଥିଲା। କିନ୍ତୁ ଅଲରାଉଣ୍ଡର କ୍ରିସ୍ ମୋରିସ୍ ଦୃଢ଼ତାର ସହ ବ୍ୟାଟିଂ କରିଥିଲେ ଏବଂ ଦକ୍ଷିଣ ଆଫ୍ରିକାକୁ ୨୦୦ ଅତିକ୍ରମ କରାଇଥିଲେ। ତାଙ୍କୁ କାଗିସୋ ରବାଡା ଭରପୂର ସହଯୋଗ କରିଥିଲେ। ଦୁହେଁ ଅଷ୍ଟମ ୱିକେଟ୍ ପାଇଁ ୬୬ ରନର ଯୋଗଦାନ କରିଥିଲେ। ମୋରିସ୍ ୩୪ ବଲରେ ୧ ଚୌକା ଓ ୨ ଛକା ସହ ୪୨ ରନ୍ କରି ଅନ୍ତିମ ଓଭରରେ ଭୁବନେଶ୍ୱର କୁମାରଙ୍କ ଶିକାର ହୋଇଥିଲେ। ରବାଡା ୩୫ ବଲରେ ୨ ଚୌକା ସହ ୩୧ ରନ୍ କରି ଅପରାଜିତ ଥିଲେ। ଅନ୍ତିମ ବଲରେ ଇମ୍ରାମ୍ ତାହିର୍ (୦)ଙ୍କୁ ଭୁବି ଆଉଟ୍ କରିଥିଲେ। ଭାରତ ପକ୍ଷରୁ ଚହଲ୍ ୫୧ ରନ୍ ଦେଇ ୪ଟି  ଏବଂ ବୁମ୍ରା ଓ ଭୁବନେଶ୍ୱର କୁମାର ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story