ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଖେଳିବେ ରୋହିତ! ୧୨ରେ ବିମାନରେ ବସିପାରନ୍ତି

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭଲ ଖବର ଆସିଛି। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ୍‌ ପଡ଼ିଥିବା ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଟେଷ୍ଟ ସିରିଜ୍‌ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି ସବୁ କିଛି ଠିକ୍‌ ଠାକ ରୁହେ, ତା’ହେଲେ ଶେଷ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିବେ। ଆଇପିଏଲ ବେଳେ ହାମଷ୍ଟ୍ରିଙ୍ଗ ସମସ୍ୟାରେ ପଡ଼ିଥିଲେ […]

gu

gu

Hemant Lenka
  • Published: Monday, 07 December 2020
  • Updated: 07 December 2020, 01:10 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ୪ ଟିକିଆ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ଭଲ ଖବର ଆସିଛି। ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର ସିରିଜରୁ ବାଦ୍‌ ପଡ଼ିଥିବା ଷ୍ଟାର ବ୍ୟାଟସମ୍ୟାନ ରୋହିତ ଶର୍ମା ଟେଷ୍ଟ ସିରିଜ୍‌ ଖେଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଯଦି ସବୁ କିଛି ଠିକ୍‌ ଠାକ ରୁହେ, ତା’ହେଲେ ଶେଷ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ରୋହିତ ଶର୍ମା ଅଷ୍ଟ୍ରେଲିଆ ଗସ୍ତ କରିବେ।

ଆଇପିଏଲ ବେଳେ ହାମଷ୍ଟ୍ରିଙ୍ଗ ସମସ୍ୟାରେ ପଡ଼ିଥିଲେ ରୋହିତ ଶର୍ମା। ଏଥିପାଇଁ ସେ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ ନ କରି ବେଙ୍ଗାଲୁରୁ ସ୍ଥିତ ଏନସିଏରେ ଫିଟନେଶ ଟ୍ରେନିଂ ଆରମ୍ଭ କରିଥିଲେ। ଏବେ ମିଳିଥିବା ସୂଚନା ଅନୁଯାୟୀ, ରୋହିତ ଦ୍ରୁତଗତିରେ ହାମଷ୍ଟ୍ରିଙ୍ଗ ସମସ୍ୟାରୁ ମୁକୁଳୁଛନ୍ତି। ଆସନ୍ତା ୧୧ ତାରିଖରେ ତାଙ୍କର ଫାଇନାଲ ଫିଟନେଶ ଟେଷ୍ଟ ହେବ। ଯଦି ସେ ପୂରା ଫିଟ ବୋଲି ଜଣାପଡ଼ିବ, ତା’ହେଲେ ସେ ୧୨ ତାରିଖରେ ଅଷ୍ଟ୍ରେଲିଆ ଯିବାକୁ ବିମାନରେ ବସିବେ।

ଏନସିଏର ଜଣେ ସଦସ୍ୟ କହିଛନ୍ତି, ପୂର୍ବାପେକ୍ଷା ରୋହିତ ଯଥେଷ୍ଟ ଠିକ୍‌ ହୋଇଗଲେଣି। ଆମର ଆଶା ୧୧ ତାରିଖ ଫିଟନେଶ ଟେଷ୍ଟରେ ସେ ପାସ୍‌ କରିବେ। ପାସ୍‌ ହେବା ପରେ ୧୨ ତାରିଖରେ ବିମାନରେ ବସି ଅଷ୍ଟ୍ରେଲିଆ ଯିବେ। ଏନସିଏରେ ରୋହିତ ଷ୍ଟ୍ରେନ୍ଥ ବିଲଡିଂ ଉପରେ ମଧ୍ୟ ଫୋକସ କରୁଛନ୍ତି। ତେଣୁ ସେ ଶେଷ ଦୁଇଟି ମ୍ୟାଚ୍‌ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବେ ବୋଲି ସଦସ୍ୟ ଜଣଙ୍କ କହିଛନ୍ତି।

ଯଦି ୧୨ ତାରିଖରେ ଅଷ୍ଟ୍ରେଲିଆ ଗସ୍ତରେ ରୋହିତ ଯାଆନ୍ତି, ତା’ହେଲେ ସେଠାରେ ତାଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ଏହାପରେ ଗୋଟିଏ ସପ୍ତାହ ତାଙ୍କର ଅଷ୍ଟ୍ରେଲିଆରେ ଟ୍ରେନିଂ ହେବ। ଟ୍ରେନିଂ ପରେ ସେ ୩ୟ ଟେଷ୍ଟ ଖେଳିବାକୁ ରେଡ୍ଡି ହେବେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଜାନୁଆରୀ ୭ରୁ ସିଡ୍‌ନୀରେ ତୃତୀୟ ଟେଷ୍ଟ ଆରମ୍ଭ ହେବ।

ଆସନ୍ତା ଡିସେମ୍ବର ୧୭ରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆଡେଲିଡ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ଟି ଦିବାରାତ୍ର ରହିଛି। ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ସ୍ୱଦେଶ ଫେରି ଆସିବେ। ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଥମ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଥିବାରୁ ବିରାଟ ଏଥିପାଇଁ ଛୁଟି ନେଇଛନ୍ତି।

ସେହିପରି ପ୍ରଥମ ଟି-୨୦ରେ ଆହତ ହୋଇଥିବା ରବୀନ୍ଦ୍ର ଜାଡେଜା ମଧ୍ୟ ପ୍ରଥମ ଟେଷ୍ଟ ଖେଳିବାର ସମ୍ଭାବନା କମ ରହିଛି। ଏଭଳି ସ୍ଥିତିରେ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍‌ରେ ରୋହିତଙ୍କ ଉପସ୍ଥିତି ନିହାତି ଜରୁରୀ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos