ରୋହିତଙ୍କ ରେକର୍ଡ ପଞ୍ଚମ ଆଇପିଏଲ୍ ଟାଇଟଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଉପଅଧିନାୟକ ରୋହିତ୍ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ଚତୁର୍ଥଥର ଆଇପିଏଲ୍ ଟାଇଟଲ୍ ଜିତାଇ ନିଜ ନେତୃତ୍ୱର ବଳିଷ୍ଠ ଉଦାହରଣ ଦେଇଛନ୍ତି। ହାଇଦ୍ରାବାଦରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ହାର୍-ଜିତର ନିଷ୍ପତ୍ତି ଶେଷ ବଲରେ ହୋଇଥିଲା। ୧୫୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ଅନ୍ତିମ ବଲରେ ୨ ରନ୍ କରିପାରିନଥିଲା ଏବଂ ମୁମ୍ବାଇ ମାତ୍ର ୧ ରନରେ ଟାଇଟଲ୍ ନିଜ ନାମରେ କରିଥିଲା। ରୋହିତଙ୍କ […]

Untitled-1

Untitled-1

Hemant Lenka
  • Published: Monday, 13 May 2019
  • Updated: 13 May 2019, 04:26 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମର ଉପଅଧିନାୟକ ରୋହିତ୍ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ଚତୁର୍ଥଥର ଆଇପିଏଲ୍ ଟାଇଟଲ୍ ଜିତାଇ ନିଜ ନେତୃତ୍ୱର ବଳିଷ୍ଠ ଉଦାହରଣ ଦେଇଛନ୍ତି। ହାଇଦ୍ରାବାଦରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲାରେ ହାର୍-ଜିତର ନିଷ୍ପତ୍ତି ଶେଷ ବଲରେ ହୋଇଥିଲା।

୧୫୦ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଚେନ୍ନାଇ ଅନ୍ତିମ ବଲରେ ୨ ରନ୍ କରିପାରିନଥିଲା ଏବଂ ମୁମ୍ବାଇ ମାତ୍ର ୧ ରନରେ ଟାଇଟଲ୍ ନିଜ ନାମରେ କରିଥିଲା। ରୋହିତଙ୍କ ନେତୃତ୍ୱରେ ମୁମ୍ବାଇର ଏହା ଚତୁର୍ଥ ଟାଇଟଲ୍ । ଏହା ପୂର୍ବରୁ ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ରେ ରୋହିତଙ୍କ ନେତୃତ୍ୱରେ ଚାମ୍ପିଅନ୍ ହୋଇଥିଲା। ରବିବାର ପୁଣିଥରେ ମୁମ୍ବାଇ ପଲଟନ୍ ଚେନ୍ନାଇକୁ ହରାଇ ଚତୁର୍ଥଥର ବିଜେତା ହୋଇଥିଲା।

ମୁମ୍ବାଇର ଏହା ଚତୁର୍ଥ ଟାଇଟଲ୍, କିନ୍ତୁ ଖେଳାଳି ଭାବେ ରୋହିତ୍ ପାଞ୍ଚଥର ଆଇପିଏଲ୍ ଟ୍ରଫି ଜିତିଛନ୍ତି। ଏଥିସହ ସେ ଆଇପିଏଲରେ ସର୍ବାଧିକ ଟାଇଟଲ୍ ହାସଲକାରୀ ଖେଳାଳି ହୋଇଛନ୍ତି। ତାଙ୍କ ପରେ ଅମ୍ବାତି ରାୟୁଡୁ, କାଏରନ୍ ପୋଲାର୍ଡ, ଲସିଥ୍ ମାଲିଙ୍ଗା ୪ଥର ଲେଖାଏ ଟାଇଟଲ୍ ଜିତିଥିବା ବେଳେ ଧୋନି, ସୁରେଶ ରାଇନା, ୟୁସୁଫ୍ ପଠାନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ତିନିଥର ଲେଖାଏ ବିଜେତା ଟିମର ସଦସ୍ୟ ରହିଛନ୍ତି।

୨୦୦୯ରେ ରୋହିତ୍ ଖେଳାଳି ଭାବେ ନିଜର ପ୍ରଥମ ଆଇପିଏଲ୍ ଟାଇଟଲ୍ ଡେକାନ୍ ଚାର୍ଜର୍ସ ପକ୍ଷରୁ ଜିତିଥିଲେ। ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ସେ ଏହି ଟିମର ସଦସ୍ୟ ଥିଲେ। ୨୦୧୧ରେ ମୁମ୍ବାଇ ତାଙ୍କୁ ପ୍ରଥମଥର ପାଇଁ ନେଇଥିଲା ଏହା ପରଠାରୁ ସେ ଏହି ଟିମର ନିୟମିତ ସଦସ୍ୟ ରହିଆସିଛନ୍ତି।

ପ୍ରଥମ ଆଇପିଏଲ୍ ଟାଇଟଲ୍ (୨୦୦୯): ୨୦୦୮ରେ ପ୍ରଥମ ସଂସ୍କରଣରେ ଡେକାନ ଚାର୍ଜର୍ସ ଶେଷ ସ୍ଥାନରେ ରହିଥିଲା। କିନ୍ତୁ ୨୦୦୯ରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଦ୍ୱିତୀୟ ସଂସ୍କରଣରେ ଆଡାମ ଗିଲଖ୍ରୀଷ୍ଟଙ୍କ ନେତୃତ୍ୱରେ ଡେକାନ ଚାମ୍ପିଅନ୍ ହୋଇଥିଲା। ଫାଇନାଲରେ ଡେକାନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମାତ୍ର ୬ ରନରେ ହରାଇଥିଲା। ଏହି ମ୍ୟାଚରେ ରୋହିତ୍ ୨୪ ରନ୍ କରିବାକୁ ସକ୍ଷମ ହୋଇଥିଲେ।

ଦ୍ୱିତୀୟ ଟାଇଟଲ୍ (୨୦୧୩): ୨୦୧୧ ଆଇପିଏଲ୍ ଅକ୍ସନରେ ରୋହିତଙ୍କୁ ମୁମ୍ବାଇ ୨ ମିଲିୟନ୍ ଡଲାରରେ କିଣିଥିଲା। ୨୦୧୩ରେ ସେ ପ୍ରଥମଥର ମୁମ୍ବାଇ ଦଳର ନେତୃତ୍ୱ ନେଇଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ। ଫାଇନାଲରେ ମୁମ୍ବାଇ ୨୩ ରନରେ ଚେନ୍ନାଇ ସୁପର କିଙ୍ଗସକୁ ହରାଇ ପ୍ରଥମଥର ଆଇପିଏଲ୍ ବିଜେତା ହୋଇଥିଲା। ଏହି ମ୍ୟାଚରେ ରୋହିତ୍ ବ୍ୟାଟରୁ ମାତ୍ର ୨ ରନ୍ ବାହାରିଥିଲା।

ତୃତୀୟ ଟାଇଟଲ୍ (୨୦୧୫): ଏହି ସଂସ୍କରଣରେ ମୁମ୍ବାଇ ତା'ର ପ୍ରଥମ ଚାରୋଟି ମ୍ୟାଚ୍ ହାରିଥିଲା। କିନ୍ତୁ ଶେଷ ୧୦ ମ୍ୟାଚରେ ରୋହିତଙ୍କ ଟିମ୍ ଜବରଦସ୍ତ ପ୍ରଦର୍ଶନ କରି ୮ ବିଜୟ ହାସଲ କରି ପ୍ଲେଅଫରେ ସ୍ଥାନ ପକ୍କା କରିଥିଲା। ଫାଇନାଲରେ ମୁମ୍ବାଇ ପୁଣିଥରେ ଚେନ୍ନାଇକୁ ୪୧ ରନରେ ହରାଇ ଚାମ୍ପିଅନ୍ ହୋଇଥିଲା। ଫାଇନାଲରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ରୋହିତ୍ ୨୬ ବଲରେ ଦ୍ରୁତ ୫୦ ରନ୍ କରିଥିଲେ।

ଚତୁର୍ଥ ଟାଇଟଲ୍ (୨୦୧୭): ଫାଇନାଲରେ ଚେନ୍ନାଇ ତ ନଥିଲା, କିନ୍ତୁ ଧୋନିଙ୍କ ଟିମ୍ ରାଇଜିଂ ସୁପର ଜାଏଣ୍ଟସ୍ ଥିଲା। ଆଶା ମୁତାବକ ଟାଇଟଲ୍ ଲଢ଼େଇ ଆକର୍ଷଣୀୟ ହୋଇଥିଲା, ଯେଉଁଥିରେ ମୁମ୍ବାଇ ମାତ୍ର ୧ ରନରେ ରୋମାଞ୍ଚକର ବିଜୟ ହାସଲ କରି ଟ୍ରଫି ହାତେଇଥିଲା।

ପଞ୍ଚମ ଟାଇଟଲ୍ (୨୦୧୯): ଦ୍ୱାଦଶ ସଂସ୍କରଣରେ ପୁଣିଥରେ ରୋହିତଙ୍କ ଆଗରେ ଥିଲା ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍। ରୋମାଞ୍ଚକର ଟାଇଟଲ୍ ମୁକାବିଲାରେ ମୁମ୍ବାଇ ମାତ୍ର ୧ ରନରେ ଚେନ୍ନାଇକୁ ହରାଇ ରେକର୍ଡ ଚତୁର୍ଥଥର ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା। ଫାଇନାଲରେ ରୋହିତଙ୍କ ବ୍ୟାଟରୁ ମାତ୍ର ୧୫ ରନ୍ ବାହାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos