ଟିମକୁ ଛାଡ଼ି ଆଗୁଆ ଭାରତ ଫେରି ଆସିଲେ ରୋହିତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡରୁ ଆସି ଭାରତ ପହଞ୍ଚିଛନ୍ତି। ଦଳର ଅନ୍ୟ ସଦସ୍ୟମାନେ ଇଂଲଣ୍ଡରେ ବିମାନ ଟିକେଟ ଅପେକ୍ଷାରେ ରହିଥିବା ବେଳେ ରୋହିତ କିନ୍ତୁ ଗତକାଲି ରାତିରେ ଭାରତରେ ପହଞ୍ଚିଛନ୍ତି। ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ପତ୍ନୀ ରିତିକା ଓ ଝିଅ ସମାଇରାଙ୍କ ସହ ଦେଖିବାକୁ ମିଳିଛି। ରୋହିତ ଏୟାରପୋର୍ଟରୁ ପରିବାର ସହ ଏକ ଏସ୍‌ୟୁଭିରେ ଯାଉଥିବା ବେଳେ କ୍ୟାମେରାରେ ଏହା କଏଦ ହୋଇଛି। ଅନ୍ୟପକ୍ଷରେ ଦଳର ଅନ୍ୟ ସଦସ୍ୟମାନେ ଆସନ୍ତାକାଲି ରାତିରେ […]

sr

sr

Hemant Lenka
  • Published: Saturday, 13 July 2019
  • Updated: 13 July 2019, 07:08 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ରୋହିତ ଶର୍ମା ଇଂଲଣ୍ଡରୁ ଆସି ଭାରତ ପହଞ୍ଚିଛନ୍ତି। ଦଳର ଅନ୍ୟ ସଦସ୍ୟମାନେ ଇଂଲଣ୍ଡରେ ବିମାନ ଟିକେଟ ଅପେକ୍ଷାରେ ରହିଥିବା ବେଳେ ରୋହିତ କିନ୍ତୁ ଗତକାଲି ରାତିରେ ଭାରତରେ ପହଞ୍ଚିଛନ୍ତି।

ତାଙ୍କୁ ଦିଲ୍ଲୀ ଏୟାରପୋର୍ଟରେ ପତ୍ନୀ ରିତିକା ଓ ଝିଅ ସମାଇରାଙ୍କ ସହ ଦେଖିବାକୁ ମିଳିଛି। ରୋହିତ ଏୟାରପୋର୍ଟରୁ ପରିବାର ସହ ଏକ ଏସ୍‌ୟୁଭିରେ ଯାଉଥିବା ବେଳେ କ୍ୟାମେରାରେ ଏହା କଏଦ ହୋଇଛି।

ଅନ୍ୟପକ୍ଷରେ ଦଳର ଅନ୍ୟ ସଦସ୍ୟମାନେ ଆସନ୍ତାକାଲି ରାତିରେ ଇଂଲଣ୍ଡ ଛାଡ଼ିବେ ବୋଲି ଜଣାପଡ଼ିଛି। ଖେଳାଳିମାନେ ପ୍ରଥମେ ଲଣ୍ଡନରେ ପହଞ୍ଚିବେ ଏବଂ ଏହାପରେ ମୁମ୍ବାଇ ଅଭିମୁଖେ ଯାତ୍ରା ଭରିବେ।

ଗତକାଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା ଯେ “ସମସ୍ତ ଖେଳାଳି ଲଣ୍ଡନରେ ଏକାଠି ହେବେ। ଏହାପରେ ସମସ୍ତେ ଏକାସଙ୍ଗରେ ମୁମ୍ବାଇ ଆସିବେ।” ହେଲେ ରୋହିତ କ’ଣ ପାଇଁ ଆଗୁଆ ଆସିଲେ, ତା’ହା ଜଣାପଡ଼ିନାହିଁ।

ସେହିପରି ସେମି ଫାଇନାଲ ପରାଜୟ ପରେ ବିରାଟ ପତ୍ନୀ ଅନୁଷ୍କାଙ୍କ ସହ ଲଣ୍ଡନରେ ବୁଲୁଥିବା ଦେଖିବାକୁ ମିଳିଛି।

 

 

View this post on Instagram

 

#rohitsharma takes the drivers seat as he heads back home #viralbhayani @viralbhayani

A post shared by Viral Bhayani (@viralbhayani) on

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos