ମୁମ୍ୱାଇ ଇଣ୍ଡିଆନ୍ସର ଶ୍ରେଷ୍ଠ ଏକାଦଶରେ ରୋହିତ ଅଧିନାୟକ

ମୁମ୍ବାଇ: ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଲକଡାଉନ ଜାରି ହୋଇଥିବାରୁ ଆଇପିଏଲ ମଧ୍ୟ ଆରମ୍ଭ ହୋଇପାରନାହିଁ। ଇତି ମଧ୍ୟରେ ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଶ୍ରେଷ୍ଠ ଏକାଦଶ ପାଇଁ ଖେଳାଳି ଚୟନ କରିଛି। ଏହି ଟିମ୍‌ର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଚୟନ କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଆଇପିଏଲ ଟ୍ରଫି ଜିତିଛି। ତେଣୁ ଫ୍ରାଞ୍ଚାଇଜ୍‌ ରୋହିତଙ୍କୁ ହିଁ ମୁମ୍ବାଇ ଇଣ୍ଡିଆନ୍ସର ଶ୍ରେଷ୍ଠ ଅଧିନାୟକ ଭାବେ ମନୋନୀତ କରିଛି। ଏହି […]

r

r

Hemant Lenka
  • Published: Saturday, 02 May 2020
  • Updated: 02 May 2020, 03:06 PM IST

Sports

Latest News

ମୁମ୍ବାଇ: ମହାମାରୀ କରୋନା ପାଇଁ ସମଗ୍ର ଦେଶରେ ଲକଡାଉନ ଜାରି ହୋଇଥିବାରୁ ଆଇପିଏଲ ମଧ୍ୟ ଆରମ୍ଭ ହୋଇପାରନାହିଁ। ଇତି ମଧ୍ୟରେ ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନ୍ସ ତା’ର ଶ୍ରେଷ୍ଠ ଏକାଦଶ ପାଇଁ ଖେଳାଳି ଚୟନ କରିଛି।

ଏହି ଟିମ୍‌ର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଚୟନ କରାଯାଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୪ଥର ଆଇପିଏଲ ଟ୍ରଫି ଜିତିଛି। ତେଣୁ ଫ୍ରାଞ୍ଚାଇଜ୍‌ ରୋହିତଙ୍କୁ ହିଁ ମୁମ୍ବାଇ ଇଣ୍ଡିଆନ୍ସର ଶ୍ରେଷ୍ଠ ଅଧିନାୟକ ଭାବେ ମନୋନୀତ କରିଛି। ଏହି ଟିମ୍‌ରେ ସଚିନ ତେନ୍ଦୁଲକର, ମୁମ୍ବାଇ ଇଣ୍ଡିଆନ୍ସରୁ ଯାଇ ଚେନ୍ନାଇ ସୁପରକିଙ୍ଗସ ପାଇଁ ଆଇପିଏଲର ୨ଟି ସଂସ୍କରଣ ହେଲା ଖେଳୁଥିବା ଅମ୍ବାତି ରାୟିଡୁ ଓ ହରଭଜନ ସିଂହ ଦଳରେ ରହିଛନ୍ତି।

ରୋହିତ ଅଧିନାୟକ ହୋଇଥିଲେ ହେଁ ୪ନଂରେ ବ୍ୟାଟିଂ କରିବେ। ଇନିଂସ୍‌ ଆରମ୍ଭ ସଚିନଙ୍କ ସହ ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡି’କକ କରିବେ। ୩ ନଂରେ ରାୟିଡୁ ଓ ୫ନଂରେ ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂ କରିବେ। ଡି’କକ ହିଁ ୱିକେଟ କିପିଂ କରିବେ।

ଅଲରାଉଣ୍ଡର ଭାବେ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା ଓ କାଏରନ ପୋଲାର୍ଡ ରହିଛନ୍ତି। ସ୍ପିନର ଭାବେ କେବଳ ହରଭଜନ ସିଂହ ଦଳରେ ରହିଛନ୍ତି। ତାଙ୍କୁ କୃନାଲ ପାଣ୍ଡ୍ୟା ସହଯୋଗ କରିବେ। ଦୁଇ ଦ୍ରୁତ ବୋଲର ଭାବେ ଦଳରେ ଯଶପ୍ରୀତ ବୁମ୍ରା ଓ ଲସିଥ ମାଲିଙ୍ଗା ରହିଛନ୍ତି।

ମୁମ୍ବାଇ ଇଣ୍ଡିଆନ୍ସ ଶ୍ରେଷ୍ଠ ଏକାଦଶ: ସଚିନ ତେନ୍ଦୁଲକର, କ୍ୱିଣ୍ଟନ ଡି’କକ, ଅମ୍ବାତି ରାୟିଡୁ, ରୋହିତ ଶର୍ମା(କ୍ୟାପ୍ଟେନ), ସୂର୍ଯ୍ୟ କୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାଏରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ହରଭଜନ ସିଂହ, ଲସିଥ ମାଲିଙ୍ଗା ଓ ଯଶପ୍ରୀତ ବୁମ୍ରା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos