ଶାନ୍ତ୍ୱନାମୂଳକ ବିଜୟ ସହ ଅଭିଯାନ ଶେଷ କଲା ଆରସିବି

ବେଙ୍ଗାଲୁରୁ: ଶିମରନ୍ ହେଟମେୟର ଓ ଗୁରକୀରତ ସିଂହ ମାନଙ୍କ ଦମଦାର ବ୍ୟାଟିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ଚଳିତ ଆଇପିଏଲରେ ତା’ର ଅନ୍ତିମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟରେ ପରାସ୍ତ କରିଛି। ଏହି ଶାନ୍ତ୍ୱନାମୂଳକ ବିଜୟ ସହ ଆରସିବି ତା’ର ଅଭିଯାନ ଶେଷ କରିଛି। ଅନ୍ୟ ପକ୍ଷରେ ପରାଜୟ ସତ୍ତ୍ୱେ ହାଇଦ୍ରାବାଦର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି। ଯଦି କୋଲକାତା ନାଇଟ୍ ରାଇଡର୍ସ (କେକେଆର) ତା’ର ଅନ୍ତିମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୁଏ, […]

RCB

RCB

Hemant Lenka
  • Published: Sunday, 05 May 2019
  • Updated: 05 May 2019, 03:39 PM IST

Sports

Latest News

ବେଙ୍ଗାଲୁରୁ: ଶିମରନ୍ ହେଟମେୟର ଓ ଗୁରକୀରତ ସିଂହ ମାନଙ୍କ ଦମଦାର ବ୍ୟାଟିଂ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ଚଳିତ ଆଇପିଏଲରେ ତା'ର ଅନ୍ତିମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟରେ ପରାସ୍ତ କରିଛି। ଏହି ଶାନ୍ତ୍ୱନାମୂଳକ ବିଜୟ ସହ ଆରସିବି ତା'ର ଅଭିଯାନ ଶେଷ କରିଛି।

ଅନ୍ୟ ପକ୍ଷରେ ପରାଜୟ ସତ୍ତ୍ୱେ ହାଇଦ୍ରାବାଦର ପ୍ଲେଅଫ୍ ଆଶା ଉଜ୍ଜୀବିତ ରହିଛି। ଯଦି କୋଲକାତା ନାଇଟ୍ ରାଇଡର୍ସ (କେକେଆର) ତା'ର ଅନ୍ତିମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ପରାସ୍ତ ହୁଏ, ତାହଲେ ହାଇଦ୍ରାବାଦ ପ୍ଲେଅଫକୁ ଯିବ। ଶନିବାର ରାତିରେ ଖେଳାଯାଇଥିବା ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୭୫ ରନ୍ କରିଥିଲା।

ଜବାବରେ ଆରସିବି ୧୯.୨ ଓଭରରେ ୬ ୱିକେଟ୍ ହରାଇ ୧୭୮ ରନ୍ କରି ବିଜୟୀ ହୋଇଥିଲା। ଆରସିବି ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହେଟମେୟର୍ ସର୍ବାଧିକ ୭୫ (୪୭ ବଲ୍, ୪ ଚୌକା, ୬ ଛକା) ଓ ଗୁରକୀରତ ୬୫ (୪୮ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିଲେ।

୧୭୬ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଆରସିବି ଆରମ୍ଭରୁ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆୟୋଜକ ଟିମ୍ ମାତ୍ର ୨୦ ରନରେ ଶୀର୍ଷ ତିନି ଜଣ ଯଥା ପାର୍ଥିବ ପଟେଲ୍ (୦), ଅଧିନାୟକ ବିରାଟ୍ କୋହଲି (୧୬) ଓ ଏବି ଡି'ଭିଲିୟର୍ସ (୧)ଙ୍କ ୱିକେଟ୍ ହରାଇଥିଲା। ତେବେ ଏହି ସମୟରେ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ହେଟମେୟର୍ ଓ ଗୁରକୀରତ ସ୍ଥିତି ସମ୍ଭାଳିଥିଲେ।

ଦୁହେଁ ହାଇଦ୍ରାବାଦ ବୋଲରଙ୍କୁ ନିରାଶ କରିଥିଲେ ଏବଂ ଚତୁର୍ଥ ୱିକେଟ୍ ପାଇଁ ୧୪୪ ରନର ଶତକୀୟ ପାର୍ଟନରଶିପ୍ କରି ଟିମର ବିଜୟ ସୁନିଶ୍ଚିତ କରିଥିଲେ। ହେଟମେୟରଙ୍କୁ ରଶିଦ୍ ଖାନ୍ ଆଉଟ୍ କରିଥିଲେ। ଏହା ପରେ ଖଲୀଲ ଗୁରକୀରତ ଓ ୱାଶିଂଟନ୍ ସୁନ୍ଦର (୦)ଙ୍କୁ ଆଉଟ୍ କରିଥିଲେ ହେଁ, ସେତେବେଳକୁ ଯଥେଷ୍ଟ ବିଳମ୍ବ ହୋଇସାରିଥିଲା। ତେବେ ଉମେଶ ଯାଦବ (୯*) ଓ କଲିନ୍ ଡି' ଗ୍ରାଣ୍ଡହୋମ (୩*) ଆରସିବିକୁ ବିଜୟୀ କରାଇଥିଲେ। ହାଇଦ୍ରାବାଦ ପକ୍ଷରୁ ଖଲୀଲ ୩ଟି ଓ ଭୁବନେଶ୍ୱର ୨ଟି ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ଅଧିନାୟକ କେନ୍ ୱିଲିୟମସନଙ୍କ ଅପରାଜିତ ୭୦ ରନ୍ ବଳରେ ୧୭୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ୱିଲିୟମସନ୍ ମାତ୍ର ୪୩ ବଲରେ ୫ ଚୌକା ଓ ୪ ଛକା ମାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମାର୍ଟିନ୍ ଗପ୍ଟିଲ୍ ୩୦ (୨୩ ବଲ୍, ୨ ଚୌକା, ୨ ଛକା), ଋଦ୍ଧିମାନ ଶାହା ୨୦, ବିଜୟ ଶଙ୍କର ୨୭ (୧୮ ବଲ୍, ୩ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁପାରି ନଥିଲେ। ଆରସିବି ପକ୍ଷରୁ ସୁନ୍ଦର ୩ଟି ଓ ନବଦୀପ ସାଇନି ୨ଟି ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story