୫ ୱିକେଟ୍‌ରେ ମ୍ୟାଚ ଜିତିଲା ବାଙ୍ଗାଲୋର

ନୂଆଦିଲ୍ଲୀ: ୫ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ମ୍ୟାଚ ଜିତି ନେଇଛି। ଏହି ବିଜୟରେ ଅଧିନାୟକ ବିରାଟ୍‌ କୋହଲି ଓ ଡିଭିଲିୟର୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଟପ୍‌ ୪ରେ ପହଞ୍ଚିବାକୁ ହେଲେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋରକୁ ଆଗାମୀ ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ। ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ଟସ୍‌ ହାରି ଦିଲ୍ଲୀ ଡେୟାର ଡେଭିସ୍‌କୁ ବ୍ୟାଟିଂ କରିଥିଲା। ଓପ୍ନିଂ କରିବାକୁ ଆସିଥିଲେ ପୃଥ୍ୱବୀ ଓ ଜସନ୍‌ ରୟ। ପ୍ରଥମ ଓଭରରେ ପୃଥ୍ୱବୀ ଆଉଟ୍‌ ହୋଇଥିଲେ। ତୃତୀୟ ଓଭରରେ […]

kohli1

kohli1

Rakesh Mallick
  • Published: Sunday, 13 May 2018
  • Updated: 13 May 2018, 03:06 PM IST

Sports

Latest News

ନୂଆଦିଲ୍ଲୀ: ୫ ୱିକେଟ୍‌ରେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋର ମ୍ୟାଚ ଜିତି ନେଇଛି। ଏହି ବିଜୟରେ ଅଧିନାୟକ ବିରାଟ୍‌ କୋହଲି ଓ ଡିଭିଲିୟର୍ସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। ଟପ୍‌ ୪ରେ ପହଞ୍ଚିବାକୁ ହେଲେ ରୟାଲ ଚ୍ୟାଲେଞ୍ଜ ବାଙ୍ଗାଲୋରକୁ ଆଗାମୀ ସମସ୍ତ ମ୍ୟାଚ୍‌ ଜିତିବାକୁ ପଡ଼ିବ।

ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚରେ ଟସ୍‌ ହାରି ଦିଲ୍ଲୀ ଡେୟାର ଡେଭିସ୍‌କୁ ବ୍ୟାଟିଂ କରିଥିଲା। ଓପ୍ନିଂ କରିବାକୁ ଆସିଥିଲେ ପୃଥ୍ୱବୀ ଓ ଜସନ୍‌ ରୟ। ପ୍ରଥମ ଓଭରରେ ପୃଥ୍ୱବୀ ଆଉଟ୍‌ ହୋଇଥିଲେ। ତୃତୀୟ ଓଭରରେ ଜସନ୍‌ ୧୨ ରନ୍‌ କରି ବୋଲ୍ଡ ଆଉଟ୍‌ ହୋଇଥିଲେ। ଉଭୟଙ୍କୁ ଚହଲ ଆଉଟ୍‌ କରିଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ଶ୍ରେୟସ୍‌ ଆୟାର ଓ ରିଷଭ ପନ୍ଥ ବାଙ୍ଗାଲୋର ବୋଲରଙ୍କୁ ନିର୍ଦ୍ଧୁମ ପିଟିଥିଲେ। ପନ୍ଥ ୬୨ ରନ କରିଥିବା ବେଳେ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପରେ ଶ୍ରେୟସ ୩୨ ରନ୍‌ରେ ଆଉଟ୍‌ ହୋଇଥିଲେ। ବିଜୟ ଶଙ୍କର ୨୧ ଓ ଅଭିଶେଷ ଶର୍ମା ୪୬ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି। ଯାହାଫଳରେ ଦିଲ୍ଲୀ ୧୮୧ ରନ୍‌ କରିପାରିଥିଲା।

୧୮୨ ରନ୍‌ର ଟାର୍ଗେଟ ନେଇ ପଡ଼ିଆକୁ ଉହ୍ଲାଇଥିଲା ବାଙ୍ଗାଲୋର। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପାର୍ଥିଭ ପଟେଲ ଓ ମୋଇନ୍‌ ଅଲ୍ଲୀ ବେଶୀ ସମୟ ଦିଲ୍ଲୀ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ। ପାର୍ଥିଭ ୬ ରନ୍‌ ଓ ମୋଇନ୍‌ ୧ ରନ୍‌ କରି ଆଉଟ୍‌ ହୋଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିଲେ ଅଧିନାୟକ ବିରାଟ୍‌ କୋହଲି ଓ ଡିଭିଲିୟର୍ସ ଜବରଦସ୍ତ ବ୍ୟାଟିଂ କରିଥିଲେ। ବିରାଟ୍‌ ୭୦, ମନଦୀପ ସିଂହ ୧୩ ଓ  ସରଫରାଜ ୧୧ ରନ୍ କରି ଆଉଟ୍‌ ହୋଇଯାଇଥିଲେ। ଡିଭିଲିୟର୍ସ ୭୨ ଓ କଲିନ୍‌ ୩ ରନ୍‌ କରି ନଟ୍‌ଆଉଟ୍‌ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos