ସାରଜାରେ ରନ ବର୍ଷା: ଫିକା ପଡ଼ିଲା ମୟଙ୍କ ଅଗ୍ରୱାଲଙ୍କ ଶତକ, ରାଜସ୍ଥାନର ଚମତ୍କାର ବିଜୟ

ସାରଜା: ଚଳିତ ଆଇପିଏଲର ହାଇସ୍କୋରିଂ ମ୍ୟାଚ୍‌ ଦେଖିଛନ୍ତି ଦର୍ଶକ। ପ୍ରଥମେ ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବେଳେ ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ଓ ରାହୁଲ ତେୱାତିଆ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସାରଜା ଷ୍ଟାଡିୟମରେ ରନ୍‌ ବର୍ଷା ସହ ଉଭୟ ଟିମ୍‌ ୨୦୦ ଅଧିକ ରନ କରିଥିଲେ। ଶେଷରେ ରାଜସ୍ଥାନ ରୟାଲ୍ସ ପ୍ରତିପକ୍ଷ କିଙ୍ଗସ ଏକାଦଶ ପଞ୍ଜାବକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ରାଜସ୍ଥାନ ଚଳିତ […]

vv

vv

Hemant Lenka
  • Published: Sunday, 27 September 2020
  • Updated: 27 September 2020, 11:15 PM IST

ସାରଜା: ଚଳିତ ଆଇପିଏଲର ହାଇସ୍କୋରିଂ ମ୍ୟାଚ୍‌ ଦେଖିଛନ୍ତି ଦର୍ଶକ। ପ୍ରଥମେ ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ତାଙ୍କ ଆଇପିଏଲ କ୍ୟାରିୟରର ପ୍ରଥମ ଶତକ ହାସଲ କରିଥିବା ବେଳେ ରାଜସ୍ଥାନ ପକ୍ଷରୁ ସଞ୍ଜୁ ସାମସନ ଓ ରାହୁଲ ତେୱାତିଆ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସାରଜା ଷ୍ଟାଡିୟମରେ ରନ୍‌ ବର୍ଷା ସହ ଉଭୟ ଟିମ୍‌ ୨୦୦ ଅଧିକ ରନ କରିଥିଲେ। ଶେଷରେ ରାଜସ୍ଥାନ ରୟାଲ୍ସ ପ୍ରତିପକ୍ଷ କିଙ୍ଗସ ଏକାଦଶ ପଞ୍ଜାବକୁ ୫ ୱିକେଟରେ ହରାଇ ଦେଇଛି। ଏଥିସହ ରାଜସ୍ଥାନ ଚଳିତ ଆଇପିଏଲରେ ତା’ର କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨ ୱିକେଟ ହରାଇ ୨୨୩ ରନ୍‌ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ୫ ୱିକେଟ ହରାଇ ୩ଟି ବଲ ପୂର୍ବରୁ ଟାର୍ଗେଟକୁ ହାସଲ କରି ନେଇଛି।

ମୟଙ୍କ ଅଗ୍ରୱାଲଙ୍କ ବିସ୍ଫୋରକ ୧୦୬ ରନ୍‌ ବଳରେ ପଞ୍ଜାବ ୨ ୱିକେଟ ହରାଇ ୨୨୩ ରନ୍‌ କରିଥିଲା। ୨୨୪ ରନ୍‌ ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ରାଜସ୍ଥାନ ୩ୟ ଓଭରରେ ଜୋଶ ବଟଲର(୪)ଙ୍କୁ ହରାଇଥିଲା। ତେବେ ଅଧିନାୟକ ଷ୍ଟିଭ ସ୍ମିଥ ଓ ସଞ୍ଜୁ ସାମସନ ଜବରଦସ୍ତ ବ୍ୟାଟିଂ କରିଥିଲେ।

ଉଭୟ ପ୍ରଥମ ୬ ଓଭରରେ ଦଳୀୟ ସ୍କୋରକୁ ୬୯ରେ ପହଞ୍ଚାଇ ଦେଇଥିଲେ। ଚଳିତ ଆଇପିଏଲରେ ଏହା ପାୱାର ପ୍ଲେରେ ସର୍ବାଧିକ ସ୍କୋର। ମାତ୍ର ୨୫ ବଲରେ ୫୦ ରନ୍‌ କରିଥିବା ସ୍ମିଥ ଆଉ ନିଜ ସ୍କୋରକୁ ଆଗକୁ ନେଇ ପାରି ନଥିଲେ। ତାଙ୍କୁ ଜମ୍ମି ନିଶମ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ସ୍ମିଥ ଆଉଟ ହୋଇଥିଲେ ହେଁ ସାମସନଙ୍କ ବ୍ୟାଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ସେ ଛକା ଓ ଚୌକା ବର୍ଷା କରି ଚାଲିଥିଲେ। ବିଶେଷ କରି ମ୍ୟାକ୍ସୱେଲଙ୍କ ଓଭରରେ ସାମସନ ୨୨ ରନ୍‌ ଆଦାୟ କରି ରାଜସ୍ଥାନର ବିଜୟ ଆଶା ଉଜ୍ଜୀବିତ ରଖିଥିଲେ। କିନ୍ତୁ ୧୬ତମ ଓଭରର ପ୍ରଥମ ବଲ୍‌ରେ ମହମ୍ମଦ ଶାମି ୱିକେଟ କିପର ରାହୁଲଙ୍କ ହାତରେ ତାଙ୍କୁ ଆଉଟ କରିଦେଇଥିଲେ। ଆଉଟ ହେବା ବେଳକୁ ସାମସନ ୪୨ ବଲରେ ୮୫ ରନ୍‌ କରିଥିଲେ। ଏହି ଇନିଂସରେ ସେ ୭ଟି ବିଶାଳ ଛକା ଓ ୪ଟି ଚୌକା ମାରିଥିଲେ।

ସାମସନ ଆଉଟ ହେବା ପରେ ରାଜସ୍ଥାନର ପରାଜୟ ଏକ ପ୍ରକାରର ନିଶ୍ଚିତ ହୋଇଯାଇଥିଲା। କିନ୍ତୁ ମାତ୍ର ୧୯ଟି ବଲ୍‌ରେ ୮ ରନ୍‌ କରି କ୍ରିଜ୍‌ରେ ସଂଘର୍ଷ କରୁଥିବା ରାହୁଲ ତେୱାତିଆ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ। ୧୮ତମ ଓଭର ପକାଉଥିବା ସେଲଡନ କଟ୍ରେଲଙ୍କ ଓଭରରେ ସେ ୫ଟି ଛକା ମାରି ୩୦ ରନ୍‌ ହାସଲ କରିଥିଲେ। ୧୮ ଓଭର ଶେଷ ବେଳକୁ ଦଳୀୟ ସ୍କୋର ୨୦୩ ରନ୍‌ରେ ୩ ରହିଥିଲା।

୧୯ତମ ଓଭର ପ୍ରଥମ ବଲରେ ରବିନ ଉଥାପା(୯)ଙ୍କୁ ଶାମି ଆଉ କରି ଦେଇଥିଲେ। ଏହାପରେ ପ୍ରମୋସନ ପାଇ ଜୋଫ୍ରା ଆର୍ଚର ବ୍ୟାଟିଂ କରିବାକୁ ଆସିଥିଲେ। ସେ ଲଗାତର ୨ଟି ବଲରେ ଶାମିଙ୍କୁ ଦୁଇଟି ଛକା ମାରି ରାଜସ୍ଥାନର ବିଜୟକୁ ସୁନିଶ୍ଚିତ କରିଦେଇଥିଲେ। ତେୱାତିଆ ଦ୍ରୁତ ବୋଲର ଶାମିଙ୍କୁ ଛକା ମାରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ୫୩ ରନ୍‌ କରି ସେ ଆଉଟ ହୋଇ ଯାଇଥିଲେ। ଶେଷ ଓଭରରେ ରାଜସ୍ଥାନକୁ ଦୁଇ ରନ୍‌ ଦରକାର ଥିବା ବେଳେ ମୁରଗାନ ଅଶ୍ୱିନ ନିଜର ଦ୍ୱିତୀୟ ବଲରେ ରିୟାନ ପରାଗଙ୍କୁ ବୋଲ୍ଡ କରିଦେଇଥିଲେ। ତେବେ ଟମ୍‌ କୁରାନ ନିଜର ପ୍ରଥମ ବଲରେ ଚୌକା ମାରି ରାଜସ୍ଥାନକୁ ୪ ୱିକେଟରେ ବିଜୟ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos