ନୂଆ ନୁହେଁ କୋଚ୍‌-କ୍ୟାପ୍‌ଟେନ୍ ବିବାଦ: କପିଲ୍ ଓ ସଚିନଙ୍କ ମଧ୍ୟରେ ବି ଥିଲା ମତାନ୍ତର

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ମୁଖ୍ୟ କୋଚ୍ ଅନୀଲ କୁମ୍ବଲେ ମଧ୍ୟରେ ଦେଖାଯାଇଥିବା ବିବାଦ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। କୁମ୍ବଲେ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଭାରତୀୟ ଦଳ ବିନା ମୁଖ୍ୟ କୋଚ୍‌ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଛି। କୋଚ୍ ଓ ଅଧିନାୟକ ବିବାଦ କଥା ଉଠିବା ମାତ୍ରେ ସମସ୍ତଙ୍କର ମନେ ପଡ଼ି ଯାଏ ସୌରଭ ଗାଙ୍ଗୁଲି ଓ ଗ୍ରେଗ୍ ଚାପେଲଙ୍କ କଥା। ତେବେ ଅନେକ ଜାଣି ନ ଥିବେ ଯେତେବେଳେ […]

sachin

sachin

Rakesh Mallick
  • Published: Friday, 23 June 2017
  • Updated: 23 June 2017, 11:45 AM IST

Sports

Latest News

ନୂଆଦିଲ୍ଲୀ: ଅଧିନାୟକ ବିରାଟ କୋହଲି ଓ ପୂର୍ବତନ ମୁଖ୍ୟ କୋଚ୍ ଅନୀଲ କୁମ୍ବଲେ ମଧ୍ୟରେ ଦେଖାଯାଇଥିବା ବିବାଦ ନେଇ ଏବେବି ଚର୍ଚ୍ଚା ଜାରି ରହିଛି। କୁମ୍ବଲେ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି। ଭାରତୀୟ ଦଳ ବିନା ମୁଖ୍ୟ କୋଚ୍‌ରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଛି। କୋଚ୍ ଓ ଅଧିନାୟକ ବିବାଦ କଥା ଉଠିବା ମାତ୍ରେ ସମସ୍ତଙ୍କର ମନେ ପଡ଼ି ଯାଏ ସୌରଭ ଗାଙ୍ଗୁଲି ଓ ଗ୍ରେଗ୍ ଚାପେଲଙ୍କ କଥା। ତେବେ ଅନେକ ଜାଣି ନ ଥିବେ ଯେତେବେଳେ ସଚିନ ତେନ୍ଦୁଲକର ଅଧିନାୟକ ଥିଲେ କୋଚ୍ କପିଲ ଦେବଙ୍କ ସହିତ ତାଙ୍କର ବିବାଦ ହୋଇଥିଲା।

ନିଜ ଆତ୍ମଜୀବନୀ ‘ପ୍ଲେଇଂ ଇଟ୍ ମାଇଁ ୱେ’ରେ ଏସଂପର୍କରେ ଉଲ୍ଲେଖ କରିଛନ୍ତି ସଚିନ। ଏହି ବହିରେ ସଚିନ ଲେଖିଛନ୍ତି ଯେ ୨୦୦୦ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ବେଳେ କପିଲ ଦେବଙ୍କ ବ୍ୟବହାର ତାଙ୍କୁ ନିରାଶ କରିଥିଲା। କପିଲ କେବେ ବି ରଣନୀତ ପ୍ରସ୍ତୁତି ବେଳେ ଉପସ୍ଥିତ ରହୁ ନ ଥିଲେ। ତାଙ୍କ ଠାରୁ ସେ ବହୁତ ଆଶା ରଖିଥିଲେ।

ସଚିନ ଆହୁରି ଲେଖିଛନ୍ତି,‘ମୁଁ ଭାବେ ଟିମ୍‌ରେ କୋଚ୍‌ଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଟିମ୍‌ର ରଣନୀତି ପ୍ରସ୍ତୁତିରେ ତାଙ୍କର ଭୂମିକା ରହେ। କିନ୍ତୁ କପିଲ ଦେବ ଟିମ୍‌ର ଦାୟିତ୍ୱ ପୂରାପୂରି ଭାବେ ଅଧିନାୟକଙ୍କ ଉପରେ ଛାଡ଼ି ଦେଉଥିଲେ। ସେ ଭାବୁଥିଲେ ଟିମ୍‌ର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ଅଧିନାୟକର। ଏପରିକି ଟିମ୍‌ର ତା’ର ରଣନୀତି ପ୍ରସ୍ତୁତ କଲା ବେଳେ କୋଚ୍ ଉପସ୍ଥିତ ରହିବା ଉଚିତ ନୁହେଁ ବୋଲି ସେ ମନେ କରୁଥିଲେ। ଏସବୁର ପ୍ରଭାବ ମୋ ଅଧିନାୟକତ୍ୱ ଉପରେ ବି ପଡ଼ିଥିଲା।’

ରିପୋର୍ଟ ଓ ଫଟୋ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos