ଲଉରିୟସ ସମ୍ମାନ ପାଇଁ ସଚିନଙ୍କୁ କାନ୍ଧରେ ଉଠାଇବା ମୁହୂର୍ତ୍ତ ମନୋନୀତି

ଦୁବାଇ: ବିଗତ ୨୦ ବର୍ଷ ମଧ୍ୟରେ ୨୦ଟି ଅପୂର୍ବ କ୍ରୀଡ଼ା ମୁହୂର୍ତ୍ତ ତାଲିକାରେ ସ୍ଥାନ ପାଇଛନ୍ତି ସଚିନ ତେନ୍ଦୁଲକର। ଏଥିପାଇଁ ମିଳୁଥିବା ସମ୍ମାନସ୍ପଦ ଲଉରିୟସ ସ୍ପୋର୍ଟିଂ ମୋମେଣ୍ଟ ପୁରସ୍କାର ପାଇଁ ସଚିନଙ୍କୁ ଭାରତ ବିଶ୍ୱକପ ଜିତିବା ପରେ କାନ୍ଧରେ ବସାଇ ବୁଲାଇବା ଦୃଶ୍ୟ ସ୍ଥାନ ପାଇଛି। ଏହାର ଶୀର୍ଷକ ‘Carried On The Shoulders Of A Nation’ ରହିଛି। ଦୀର୍ଘ ୨୮ ବର୍ଷ ପରେ ଟିମ୍‌ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଆଇସିସି ଦିନିକିଆ ବିଶ୍ୱକପ […]

vz

vz

Hemant Lenka
  • Published: Saturday, 11 January 2020
  • Updated: 11 January 2020, 05:21 PM IST

ଦୁବାଇ: ବିଗତ ୨୦ ବର୍ଷ ମଧ୍ୟରେ ୨୦ଟି ଅପୂର୍ବ କ୍ରୀଡ଼ା ମୁହୂର୍ତ୍ତ ତାଲିକାରେ ସ୍ଥାନ ପାଇଛନ୍ତି ସଚିନ ତେନ୍ଦୁଲକର। ଏଥିପାଇଁ ମିଳୁଥିବା ସମ୍ମାନସ୍ପଦ ଲଉରିୟସ ସ୍ପୋର୍ଟିଂ ମୋମେଣ୍ଟ ପୁରସ୍କାର ପାଇଁ ସଚିନଙ୍କୁ ଭାରତ ବିଶ୍ୱକପ ଜିତିବା ପରେ କାନ୍ଧରେ ବସାଇ ବୁଲାଇବା ଦୃଶ୍ୟ ସ୍ଥାନ ପାଇଛି। ଏହାର ଶୀର୍ଷକ 'Carried On The Shoulders Of A Nation' ରହିଛି। ଦୀର୍ଘ ୨୮ ବର୍ଷ ପରେ ଟିମ୍‌ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଆଇସିସି ଦିନିକିଆ ବିଶ୍ୱକପ ଜିତିଥିଲା।

ଏହାପରେ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ସଚିନଙ୍କୁ କାନ୍ଧରେ ବସାଇ ଷ୍ଟାଡିୟମ ପରିକ୍ରମା କରିଥିଲେ। ୬ଥର ବିଶ୍ୱକପ ଖେଳିବା ପରେ ହିଁ ସଚିନ ବିଶ୍ୱକପ ଜିତିବାର ଗୌରବ ହାସଲ କରିଥିଲେ। ଶ୍ରୀଲଙ୍କାକୁ ଭାରତ ୬ ୱିକେଟରେ ପରାସ୍ତ କରିଥିଲା। ଏହି ମ୍ୟାଚ୍‌କୁ ପ୍ରାୟ ୧୩୫ ମିଲିୟନ ଲୋକ ସମଗ୍ର ବିଶ୍ୱରେ ଦେଖିଥିଲେ। ୨୦୧୧ ଏପ୍ରିଲ ୨ରେ ଏହି ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

ସଚିନଙ୍କୁ ମ୍ୟାଚ୍‌ ଜିତିବା ପରେ ଖେଳାଳିମାନେ କାନ୍ଧରେ ବସାଇ ବୁଲାଉଥିବା ବେଳେ ଦର୍ଶକମାନେ ତାଳି ମାରି ସ୍ୱାଗତ କରିଥିଲେ। ମ୍ୟାଚ୍‌ ଜିତିବା ପରେ ଖେଳାଳି ଓ ଦର୍ଶକଙ୍କ ଆଖିରୁ ଖୁସିର ଲୁହ ଝରି ପଡ଼ିଥିଲା।

ଲାଉରିୟସ ସ୍ପୋଟିଂ ମୋମେଣ୍ଟ ପାଇଁ ୨୦୦୦-୨୦୨୦ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଘଟିଥିବା ଅପୂର୍ବ ମୁହୂର୍ତ୍ତକୁ ସ୍ଥାନ ଦିଆଯାଇଛି। ଦର୍ଶକମାନେ ଭୋଟ ଜରିଆରେ ଲାଉରିୟସ ବିଶ୍ୱ ଖେଳ ପୁରସ୍କାର ବିଜେତାଙ୍କୁ ଚୟନ କରିବେ। ଜାନୁଆରୀ ୧୦ରୁ ଫେବୃଆରୀ ୧୬ ଯାଏ ଏଥିପାଇଁ ଭୋଟିଂ ହେବ। ଫେବୃଆରୀ ୧୭ରେ ବର୍ଲିନରେ ବିଜେତାଙ୍କ ନାଁ ଘୋଷଣା କରାଯିବ।

ଏହି ତାଲିକାରେ ସଚିନଙ୍କ ବ୍ୟତୀତ ଇଂଲଣ୍ଡର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ଫ୍ଲିଣ୍ଟଫ ରହିଛନ୍ତି। ସେ ୨୦୦୫ରେ ଆଶେଷ ସିରିଜରେ ଇଂଲଣ୍ଡକୁ ଜିତାଇଥିଲେ। ତେବେ ନିଜ ଦଳର ଖେଳାଳିଙ୍କ ସହ ବିଜୟ ଉତ୍ସବ ମନାଇବା ପୂର୍ବରୁ ଅଷ୍ଟ୍ରେଲିଆର ବ୍ରେଟ ଲିଙ୍କ ସହ ହାତ ମିଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story