ଇଂଲଣ୍ଡରେ ୧୧୯ ବର୍ଷର ପୁରୁଣା କାର୍ ଚଲାଇଲେ ସଚିନ୍, ଦେଖନ୍ତୁ ଭିଡିଓ

ଲଣ୍ଡନ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଜବରଦସ୍ତ ରହିଛି। ମଇଦାନରେ ରୋହିତ୍ ଶର୍ମା ଓ ବିରାଟ୍ କୋହଲିଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଅନ୍ୟପକ୍ଷରେ ମଇଦାନ ବାହାରେ ସଚିତ ତେନ୍ଦୁଲକରଙ୍କ ଯାଦୁ ଦେଖିବାକୁ ମିଳିଛି। ସଚିନ ଷ୍ଟାର୍ ସ୍ପୋର୍ଟ୍ସର କମେଣ୍ଟ୍ରି ଟିମରେ ଅଛନ୍ତି ଏବଂ ଭାରତ ମ୍ୟାଚରେ କମେଣ୍ଟ୍ରି ମଧ୍ୟ କରୁଛନ୍ତି। କମେଣ୍ଟ୍ରି ବ୍ୟତୀତ ସଚିନ ଇଂଲଣ୍ଡ ଅନ୍ୟ କାର୍ଯ୍ୟର ମଧ୍ୟ ଖୁବ୍ ମଜା ଉଠାଉଛନ୍ତି। ସଚିନ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ […]

sa

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 10:49 PM IST

ଲଣ୍ଡନ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଟିମ୍ ଇଣ୍ଡିଆ ପ୍ରଦର୍ଶନ ଜବରଦସ୍ତ ରହିଛି। ମଇଦାନରେ ରୋହିତ୍ ଶର୍ମା ଓ ବିରାଟ୍ କୋହଲିଙ୍କ ବ୍ୟାଟ୍ ଖୁବ୍ ଚାଲିଛି। ଅନ୍ୟପକ୍ଷରେ ମଇଦାନ ବାହାରେ ସଚିତ ତେନ୍ଦୁଲକରଙ୍କ ଯାଦୁ ଦେଖିବାକୁ ମିଳିଛି।

ସଚିନ ଷ୍ଟାର୍ ସ୍ପୋର୍ଟ୍ସର କମେଣ୍ଟ୍ରି ଟିମରେ ଅଛନ୍ତି ଏବଂ ଭାରତ ମ୍ୟାଚରେ କମେଣ୍ଟ୍ରି ମଧ୍ୟ କରୁଛନ୍ତି। କମେଣ୍ଟ୍ରି ବ୍ୟତୀତ ସଚିନ ଇଂଲଣ୍ଡ ଅନ୍ୟ କାର୍ଯ୍ୟର ମଧ୍ୟ ଖୁବ୍ ମଜା ଉଠାଉଛନ୍ତି। ସଚିନ ନିଜ ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ୧୧୯ ବର୍ଷର ପୁରୁଣା କାର୍ ଚଲାଉଥିବାର ଦେଖିବାକୁ ମିଳିଛି। ଏହି କାରରେ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ବସିଛନ୍ତି।

ସଚିନ୍ ନିଜ ଟ୍ୱିଟରେ ଲେଖିଛନ୍ତି, ମୁଁ ୧୧୯ ବର୍ଷ ପୁରୁଣା କାର୍ ଚଳାଉଛି। ଏଥିପାଇଁ ରୟାଲ୍ ଅଟୋ ମୋବାଇଲ୍ କ୍ଲବର ଜେରେମି ଭନ୍ ଓ ମୋ ପ୍ରିୟ ବନ୍ଧୁ ହୋରମେଜ୍ ସୋରାବଜିଙ୍କୁ ବହୁତ ଧନ୍ୟବାଦ। ଏହି ଅଭିଜ୍ଞତା ମୋ ପାଇଁ ସର୍ବଦା ସ୍ମରଣୀୟ ହୋଇ ରହିବ। କାରରେ ସଚିନଙ୍କ ସହ ତାଙ୍କ ବନ୍ଧୁ ସୋରାବଜି ଓ ଜେରେମି ମଧ୍ୟ ଅଛନ୍ତି ଏବଂ ନିଜେ ସଚିନ କାର୍ ଚଲାଉଛନ୍ତି।

Related story