ସଚିନଙ୍କ ଏହି ରେକର୍ଡ ଆଖପାଖରେ ନାହାନ୍ତି କୌଣସି କ୍ରିକେଟର୍

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସଚିନ ଟେଷ୍ଟ ଓ ଦିନିକିଆରେ ରନ୍ ଓ ଶତକର ଲମ୍ବା ପାହାଡ଼ ଲଗାଇଛନ୍ତି। ୱାର୍ଲ୍ଡ କପ୍ କଥା ଯଦି କହିବା ସଚିନଙ୍କ ରେକର୍ଡର କୌଣସି ଜବାବ ନାହିଁ। ୱାର୍ଲ୍ଡ କପରେ ସଚିନ ଭାରତୀୟ କ୍ରିକେଟ୍ ଟିମର ସବୁଠାରୁ ସଫଳ ଖେଳାଳି। ୱାର୍ଲ୍ଡ କପରେ ତାଙ୍କ ନାମରେ ସର୍ବାଧିକ ରନ୍ ଓ ଶତକର ରେକର୍ଡ ରହିଛି। ଏହାଛଡ଼ା ଆହୁରି କିଛି ରେକର୍ଡ ମଧ୍ୟ ସଚିନଙ୍କ ନାମରେ […]

sachin

sachin

Hemant Lenka
  • Published: Sunday, 19 May 2019
  • Updated: 19 May 2019, 04:25 PM IST

Sports

Latest News

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସଚିନ ଟେଷ୍ଟ ଓ ଦିନିକିଆରେ ରନ୍ ଓ ଶତକର ଲମ୍ବା ପାହାଡ଼ ଲଗାଇଛନ୍ତି। ୱାର୍ଲ୍ଡ କପ୍ କଥା ଯଦି କହିବା ସଚିନଙ୍କ ରେକର୍ଡର କୌଣସି ଜବାବ ନାହିଁ। ୱାର୍ଲ୍ଡ କପରେ ସଚିନ ଭାରତୀୟ କ୍ରିକେଟ୍ ଟିମର ସବୁଠାରୁ ସଫଳ ଖେଳାଳି।

ୱାର୍ଲ୍ଡ କପରେ ତାଙ୍କ ନାମରେ ସର୍ବାଧିକ ରନ୍ ଓ ଶତକର ରେକର୍ଡ ରହିଛି। ଏହାଛଡ଼ା ଆହୁରି କିଛି ରେକର୍ଡ ମଧ୍ୟ ସଚିନଙ୍କ ନାମରେ ରହିଛି, ଯାହାକୁ ଭାଙ୍ଗିବା ଅନ୍ୟ କ୍ରିକେଟରଙ୍କ ପକ୍ଷେ କଷ୍ଟକର। ଆସନ୍ତୁ ସଚିନଙ୍କ ଏହି ବିଶ୍ୱକପ୍ ରେକର୍ଡ ଉପରେ ନଜର ପକାଇବା।

୬ ବିଶ୍ୱକପ୍ ଖେଳିବାର ରେକର୍ଡ: ସଚିନଙ୍କ ନାମରେ ସର୍ବାଧିକ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଖେଳିବାର ରେକର୍ଡ ଅଛି। ସଚିନ ୧୯୯୨ ରୁ ୨୦୧୧ ପର୍ଯ୍ୟନ୍ତ ଲଗାତାର ୬ ବିଶ୍ୱକପ୍ ଖେଳିଛନ୍ତି। ଏହିପରି ଭାବେ ସବୁଠାରୁ ଅଧିକ ବିଶ୍ୱକପ୍ ଖେଳିବାରେ ସେ ପାକିସ୍ତାନର ଜାଭେଦ୍ ମିଆଁଦାଦଙ୍କ ରେକର୍ଡ ସହ ବରାବର କରିଛନ୍ତି। ମିଆଁଦାଦ ପ୍ରଥମ ବିଶ୍ୱକପ୍ ଅର୍ଥାତ୍ ୧୯୭୫ ପରଠାରୁ ୧୯୯୬ ପର୍ଯ୍ୟନ୍ତ ଲଗାତାର ଖେଳିଆସିଛନ୍ତି।

ସର୍ବାଧିକ ରନ୍: ସଚିନ ବିଶ୍ୱକପରେ ୨ହଜାରରୁ ଅଧିକ ରନ୍ କରିବାରେ ଏକମାତ୍ର କ୍ରିକେଟର୍। ସେ ୪୫ ମ୍ୟାଚ୍ ଖେଳି ୫୬.୯୫ ହାରରେ ୨୨୭୮ ରନ୍ କରିଛନ୍ତି। ସଚିନଙ୍କ ପୂର୍ବରୁ ବିଶ୍ୱକପରେ ସର୍ବାଧିକ ରନର ରେକର୍ଡ ପାକିସ୍ତାନ ଜାଭେଦ ମିଆଁଦାଦଙ୍କ ନାମରେ ଥିଲା। ମିଆଁଦାଦ ୩୩ ବିଶ୍ୱକପ୍ ମ୍ୟାଚରେ ୧୦୮୩ ରନ୍ କରିଥିଲେ। ଏହା ପରେ ସଚିନ ୧୯୯୯ ବିଶ୍ୱକପରେ ମିଆଁଦାଦଙ୍କ ଏହି ରେକର୍ଡକୁ ଭାଙ୍ଗି ଦେଇଥିଲେ।

ସର୍ବାଧିକ ଶତକ ଓ ଅର୍ଦ୍ଧଶତକ: ବିଶ୍ୱକପରେ ସଚିନ ଖେଳିଥିବା ୪୫ ମ୍ୟାଚରୁ ସର୍ବାଧିକ ୬ ଶତକ ମାରିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ଏବଂ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ବିଶ୍ୱକପରେ ୫ଟି ଲେଖାଏ ଶତକ ମାରିଛନ୍ତି। ବିଶ୍ୱକପରେ ସର୍ବାଧିକ ଶତକ ମାମଲାରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବେଶୀ ପଛରେ ନାହାନ୍ତି। ତାଙ୍କ ନାମରେ ୪ ଶତକ ରହିଛି। ସେହିପରି ଅର୍ଦ୍ଧଶତକ ମାମଲାରେ ମଧ୍ୟ ସଚିନ ସବୁଠାରୁ ଆଗରେ। ସେ ବିଶ୍ୱକପରେ ମୋଟ ୧୫ ଅର୍ଦ୍ଧଶତକ ମାରିବାର ରେକର୍ଡ କରିଛନ୍ତି। ସଚିନଙ୍କ ପରେ ଅଛନ୍ତି ଦକ୍ଷିଣ ଆଫ୍ରିକାର ଜ୍ୟାକ୍ କାଲିସ୍, ଯିଏ ୯ ଅର୍ଦ୍ଧଶତକ ମାରିଛନ୍ତି।

ଗୋଟିଏ ସଂସ୍କରଣରେ ସର୍ବାଧିକ ରନ୍: ସଚିନ ୨୦୦୩ ବିଶ୍ୱକପରେ ୧୧ ମ୍ୟାଚ୍ ଖେଳି ୬୧.୧୮ ହାରରେ ୬୭୩ ରନ୍ କରିଥିଲେ। ବିଶ୍ୱକପର କୌଣସି ସଂସ୍କରଣରେ ଏତେ ରନ୍ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କରିନାହାନ୍ତି। ସଚିନ ନିଜେ ହିଁ ନିଜ ରେକର୍ଡ ଭାଙ୍ଗିଥିଲେ। ୧୯୯୬ ବିଶ୍ୱକପରେ ସେ ୫୨୩ ରନ୍ କରିଥିଲେ।

ସର୍ବାଧିକ ମ୍ୟାନ୍ ଅଫ୍ ଦି ମ୍ୟାଚ୍: ଦିନିକିଆରେ କ୍ରିକେଟରେ ସର୍ବାଧଚ ୬୨ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଜିତିଥିବା ସଚିନ ବିଶ୍ୱକପରେ ମଧ୍ୟ ଏହି ମାମଲାରେ ଆଗରେ ଅଛନ୍ତି। ବିଶ୍ୱକପରେ ସେ ମୋଟ ୯ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହି ମାମଲାରେ ଅଷ୍ଟ୍ରେଲିଅରେ ପୂର୍ବତନ ପେସ୍ ବୋଲର ଗ୍ଲେନ୍ ମ୍ୟାକଗ୍ରା ୬ଥର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି।

ଚୌକା ମାରିବାର ରେକର୍ଡ: ସଚିନଙ୍କ କ୍ଲାସିକାଲ୍ କଭର୍ ଡ୍ରାଇଭ୍, ବ୍ୟାକଫୁଟ୍ କଭର ଡ୍ରାଇଭ୍, ପଞ୍ଚିଂ କଭର୍ ଡ୍ରାଇଭ୍, ସ୍କୋୟାର୍ କଟ୍, ଲେଗ୍ ଗ୍ଲାନ୍ସ, ଫ୍ଲିକ୍, ପୁଲ୍ ଶଟ୍ ଏବଂ ଅପର୍ କଟ୍ ପାଇଁ ସମସ୍ତେ ପାଗଳ। ସଚିନ ଦିନିକିଆରେ ଚୌକା ମାରିବାରେ ସବୁଠାରୁ ଆଗରେ ଅଛନ୍ତି। ସେହିପରି ବିଶ୍ୱକପରେ ତାଙ୍କ ନାମରେ ଏହି ରେକର୍ଡ ରହିଛି। ବିଶ୍ୱକପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଏପର୍ଯ୍ୟନ୍ତ ୧୫୦ ଚୌକା ବି ମାରିବାକୁ ସକ୍ଷମ ହୋଇନାହାନ୍ତି, କିନ୍ତୁ ସଚିନ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ୨୪୧ ଚୌକା ମାରିବାର ରେକର୍ଡ କରିଛନ୍ତି।

ତୃତୀୟ ୱିକେଟ୍ ପାଇଁ ଭାଗୀଦାରୀ: ୨୩ ମେ', ୧୯୯୯ରେ ସଚିନ ରାହୁଲ ଡ୍ରାଡିଭଙ୍କ ସହ ମିଶି କେନିୟା ବିପକ୍ଷ ମ୍ୟାଚରେ ୨୩୭ ରନର ଅପରାଜିତ ଭାଗୀଦାରୀ କରିଥିଲେ, ଯାହା ତୃତୀୟ ୱିକେଟ୍ ପାଇଁ ବିଶ୍ୱକପରେ ରେକର୍ଡ ଭାଗୀଦାରୀ।

ତିନିଥର ୪୫୦ ରନରୁ ଅଧିକ: ସଚିନ ଏକମାତ୍ର କ୍ରିକେଟର୍ ଭାବେ ବିଶ୍ୱକପର ତିନୋଟି ଅଲଗା ଅଲଗା ସଂସ୍କରଣରେ ୪୫୦ରୁ ଅଧିକ ରନ୍ କରିଛନ୍ତି। ୧୯୯୬ ବିଶ୍ୱକପରେ ସଚିନଙ୍କ ନାମରେ ୫୩୦ ରନର ରେକର୍ଡ ଥିଲା, ଯାହାକୁ ସେ ନିଜେ ୨୦୦୩ ବିଶ୍ୱକପରେ ୬୭୩ ରନ୍ କରି ଭାଙ୍ଗିଥିଲେ। ନିଜର ଶେଷ ତଥା ୨୦୧୧ ବିଶ୍ୱକପରେ ସଚିନ ୯ ମ୍ୟାଚରେ ୫୩.୫୬ ହାରରେ ୪୮୨ ରନର ଯୋଗଦାନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story