ମାହିଙ୍କ ପ୍ରଶଂସାରେ ସଚିନ କହିଥିଲେ ଏମିତି କଥା

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱ ଚାମ୍ପିଅନ୍ କରାଇବାର ସ୍ୱପ୍ନକୁ ୨୮ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ସାକାର କରାଇଥିବା ମହେନ୍ଦ୍ର ସିଂହ ଧୋନି ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ସଙ୍କଟରେ ଫସିଥିବା ମ୍ୟାଚକୁ ଫିନିଶ୍ କରିବା, ବ୍ୟାଟ୍ସମ୍ୟାନଙ୍କ ପାଦ କ୍ରିଜରୁ ଉଠିବା ମାତ୍ରକେ ଷ୍ଟମ୍ପ୍ ଆଉଟ୍ କରିବା କିମ୍ବା ଅଧିନାୟକ ଭାବେ ଥଣ୍ଡା ମୁଣ୍ଡରେ ରଣନୀତି ପ୍ରସ୍ତୁତ କରିବା। ମଇଦାନରେ ଏକାସାଙ୍ଗରେ ଏତେସବୁ ଭୂମିକା ଯଦି କେହି ତୁଲାଇଥାନ୍ତି, ସେ ହେଉଛନ୍ତି ଟିମ୍ […]

sach and dhoni

sach and dhoni

Hemant Lenka
  • Published: Sunday, 07 July 2019
  • Updated: 07 July 2019, 06:03 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱ ଚାମ୍ପିଅନ୍ କରାଇବାର ସ୍ୱପ୍ନକୁ ୨୮ ବର୍ଷ ପରେ ଅର୍ଥାତ୍ ୨୦୧୧ରେ ସାକାର କରାଇଥିବା ମହେନ୍ଦ୍ର ସିଂହ ଧୋନି ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି। ସଙ୍କଟରେ ଫସିଥିବା ମ୍ୟାଚକୁ ଫିନିଶ୍ କରିବା, ବ୍ୟାଟ୍ସମ୍ୟାନଙ୍କ ପାଦ କ୍ରିଜରୁ ଉଠିବା ମାତ୍ରକେ ଷ୍ଟମ୍ପ୍ ଆଉଟ୍ କରିବା କିମ୍ବା ଅଧିନାୟକ ଭାବେ ଥଣ୍ଡା ମୁଣ୍ଡରେ ରଣନୀତି ପ୍ରସ୍ତୁତ କରିବା। ମଇଦାନରେ ଏକାସାଙ୍ଗରେ ଏତେସବୁ ଭୂମିକା ଯଦି କେହି ତୁଲାଇଥାନ୍ତି, ସେ ହେଉଛନ୍ତି ଟିମ୍ ଇଣ୍ଡିଆ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି। ଆଜି ହୁଏତ ଟିମର କ୍ୟାପଟେନ୍ସି ବିରାଟ କୋହଲିଙ୍କ ହାତରେ ଅଛି, କିନ୍ତୁ ଧୋନି ଆଜି ବି ତାଙ୍କ ମେଣ୍ଟର୍ ଭାବେ ଫିଲ୍ଡରେ ଉପସ୍ଥିତ ଅଛନ୍ତି।

୭ ଜୁଲାଇ, ୧୯୮୧ରେ ଜନ୍ମିତ ଧୋନି ୧୯୮୩ ପରେ ଭାରତୀୟ କ୍ରିକେଟ୍ ଟିମର ଲମ୍ବା ଅପେକ୍ଷାର ଅନ୍ତ ୨୦୧୧ରେ କରିଥିଲେ। ତାଙ୍କ ନେତୃତ୍ୱରେ ଟିମରେ ସଚିନ ତେନ୍ଦୁଲକର ବି ସାମିଲ୍ ଥିଲେ। କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ସେତେବେଳେ ଧୋନିଙ୍କୁ ପ୍ରଶଂସା କରି କହିଥିଲେ, ନିଜ ୨୨ ବର୍ଷର କ୍ରିକେଟ୍ କ୍ୟାରିୟରରେ ଧୋନି ସବୁଠାରୁ ଉନ୍ନତ କ୍ୟାପଟେନ୍, ଯାହାଙ୍କ ଅଧୀନରେ ମୁଁ ଖେଳିଛି। ସଚିନଙ୍କ ଏହି କଥାରୁ ଜଣାପଡ଼ୁଛି ଯେ, ଧୋନି କେଉଁ ସ୍ତରର କ୍ୟାପଟେନ୍ ଥିଲେ।

ସଚିନ କହିଥିଲେ, ଧୋନି ବହୁତ ଶାର୍ପ ଏବଂ ସର୍ବଦା ଆଲର୍ଟ ରହନ୍ତି। ସେ ପରିସ୍ଥିତିକୁ ଭଲଭାବେ ବୁଝନ୍ତି ଏବଂ ସର୍ବଦା ଅନ୍ୟର ପରାମର୍ଶକୁ ସ୍ୱାଗତ କରନ୍ତି। ସେ ବ୍ୟାଟ୍ସମ୍ୟାନ୍, ବୋଲର ଏବଂ ସିନିୟର ଖେଳାଳିଙ୍କଠାରୁ ସହ ଅଲଗା ଅଲଗା ରାୟ ନିଅନ୍ତି । ନିଜ କ୍ୟାରିୟରରେ ମହମ୍ମଦ ଆଝାରୁଦ୍ଦିନ, ସୌରଭ ଗାଙ୍ଗୁଲି, ଅନୀଲ କୁମ୍ବଲେ, ରାହୁଲ୍ ଡ୍ରାଭିଡଙ୍କ ସମତେ ୬ଜଣ କ୍ୟାପଟେନଙ୍କ ଅଧୀନରେ ଖେଳିସାରିଥିବା ସଚିନ ଧୋନିଙ୍କୁ ଅସୁବିଧା ସମୟରେ ଧୈର୍ଯ୍ୟ କାଏମ ରଖିବାକୁ ପରାମର୍ଶ ଦେଇଥିଲେ।

ସଚିନ କହିଥିଲେ, ଧୋନି ସର୍ବଦା ଶାନ୍ତ ରୁହନ୍ତି ଏବଂ କେବେବି ହତାଶ ହୁଅନ୍ତି ନାହିଁ। ଧୋନିଙ୍କ ଭିତରେ ଏମିତି କିଛି ମାନବୀୟ ଗୁଣ ଅଛି, ଯାହା ତାଙ୍କୁ ଏକ ସଫଳ କ୍ୟାପଟେନ୍ ରୂପେ ଗଢ଼ି ତୋଳିଛି। ସୂଚନାଯୋଗ୍ୟ, ସଚିନଙ୍କ ଏକମାତ୍ର ସ୍ୱପ୍ନ ଥିଲା ଯେ ସେ ନିଜ କ୍ୟାରିୟରରେ ଟିମକୁ ଥରେ ବିଶ୍ୱକପ୍ ଟ୍ରଫି ଜିତାଇବେ, କିନ୍ତୁ ସେହି ସ୍ୱପ୍ନ ତାଙ୍କ କ୍ୟାରିୟରର ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ୨୦୧୧ରେ ଧୋନିଙ୍କ ନେତୃତ୍ୱରେ ପୂରଣ ହୋଇଥିଲା।

ଗାଙ୍ଗୁଲିଙ୍କ ଯୋଗୁ ଟିମ୍ ଇଣ୍ଡିଆକୁ ମିଳିଥିଲା ଏହି ଷ୍ଟାର୍: ମହେନ୍ଦ୍ର ସିଂହ ଧୋନିଙ୍କ ଷ୍ଟାର୍ କ୍ରିକେଟର୍ ହେବା ବହୁତ ରୋମାଞ୍ଚକର ଥିଲା। ବାସ୍ତବରେ ଧୋନି ଯେତେବେଳେ ଟିମ୍ ଇଣ୍ଡିଆରେ ସାମିଲ୍ ହୋଇଥିଲେ, ସେତେବେଳେ ତାଙ୍କୁ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଯାଇଥିଲା। କିନ୍ତୁ ୫ ଏପ୍ରିଲ୍ ୨୦୦୫ରେ ତତ୍କାଳୀନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ବାଜି ଲଗାଇଥିଲେ ଏବଂ ଧୋନିଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ପଠାଇଥିଲେ। ସଚିନ ତେନ୍ଦୁଲକର ଜଲଦି ଆଉଟ୍ ହୋଇଇଥିଲେ ଏବଂ ସମସ୍ତେ ଭାବିଥିଲେ ଗାଙ୍ଗୁଲି ବ୍ୟାଟିଂ କରିବାକୁ ଆସିବେ। କିନ୍ତୁ ଡ୍ରେସିଂ ରୁମରୁ ବାହାରିଥିଲେ ମହେନ୍ଦ୍ର ସିଂହ ଧୋନି। ତା ପରେ ଯାହା ହେଲା, ତାହା ସମସ୍ତେ ଜାଣନ୍ତି। ଧୋନି ଏହି ସୁଯୋଗର ଭରପୂର ଫାଇଦା ଉଠାଇଥିଲେ ଏବଂ ଦିନିକିଆ କ୍ୟାରିୟରର ପ୍ରଥମ ଶତକ (୧୪୮ ରନ୍) ତାଙ୍କ ବ୍ୟାଟରୁ ବାହାରିଥିଲା। ଏହାପରଠାରୁ ଟିମ୍ ଇଣ୍ଡିଆକୁ ଏକ ନୂଆ ଷ୍ଟାର୍ ମିଳିଥିଲା।

ଭାରତକୁ ଦେଇଛନ୍ତି ଦୁଇଟି ବିଶ୍ୱକପ୍: ଧୋନିଙ୍କ ନେତୃତ୍ୱରେ ଭାରତ ଦୁଇଥର ବିଶ୍ୱ ଚାମ୍ପିଅନ୍ ହୋଇଛି। ଭାରତ ୨୦୦୭ରେ ଟି-୨୦ ଏବଂ ୨୦୧୧ରେ ଦିନିକିଆ ବିଶ୍ୱକପ୍ ବିଜେତା ହୋଇଥିଲା। କେବଳ ଏତିକି ନୁହେଁ, ସେ ୨୦୧୩ରେ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଟାଇଟଲ୍ ମଧ୍ୟ ଭାରତକୁ ଦେଇଥିଲେ। ଧୋନି ବିଶ୍ୱର ଏକମାତ୍ର କ୍ୟାପଟେନ୍, ଯିଏ ଆଇସିସିର ତିନୋଟି ଯାକ ଟ୍ରଫି ଉପରେ କବଜା କରିଛନ୍ତି।

ଭାରତ ପକ୍ଷରୁ ସର୍ବାଧିକ ଦିନିକିଆ ମ୍ୟାଚରେ ନେତୃତ୍ୱ: ଭାରତ ପକ୍ଷରୁ ସର୍ବାଧିକ ଦିନିକିଆ ମ୍ୟାଚରେ କ୍ୟାନଟେନ୍ସି କରିବାରେ ଧୋନି ଏଥର ବିରାଟ କୋହଲିଙ୍କ ନେତୃତ୍ୱରେ ଚଳିତ ବିଶ୍ୱକପ୍ ଖେଳୁଛନ୍ତି । ୨୦୦୭ରେ କ୍ୟାପଟେନ୍ସି ପାଇବା ପରେ ଧୋନି ୨୦୦ ଦିନିକିଆରେ ଟିମ୍ ଇଣ୍ଡିଆର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ୧୧୦ ମ୍ୟାଚରେ ବିଜୟୀ ହୋଇଛି। ସେ ଦୁନିଆର ତୃତୀୟ କ୍ୟାପଟେନ୍, ଯିଏ ସର୍ବାଧିକ ଦିନିକିଆ ମ୍ୟାଚରେ କ୍ୟାପଟେନ୍ସି କରିଛନ୍ତି।

ଜବରଦସ୍ତ ଫିନିଶର୍: ବାଂଲାଦେଶ ବିପକ୍ଷରେ ୨୦୦୪ରେ ନିଜର ଅନ୍ତର୍ଜାତୀୟ କ୍ୟାରିୟର ଶୁଭାରମ୍ଭ କରିଥିବା ଧୋନି ମ୍ୟାଚ୍ ଫିନିଶର୍ ଭାବେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନିଜ କ୍ୟାରିୟରରେ ଅଧିକାଂଶ ସମୟରେ ସପ୍ତମ ସ୍ଥାନରେ ବ୍ୟାଟିଂ କରିଥିବା ଧୋନି ସ୍ଲଗ୍ ଓଭରରେ ଦ୍ରୁତ ରନ୍ କରିବା ପାଇଁ ବେଶ୍ ଜଣାଶୁଣା। ଆଜି ଧୋନି ନିଜ ପାରମ୍ପରିକ ଶୈଳରୁ ସାମାନ୍ୟ ଭିନ୍ନ ଖେଳୁଛନ୍ତି ଏବଂ ଏହି କାରଣରୁ ତାଙ୍କର ଦକ୍ଷତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। କିନ୍ତୁ ନମ୍ବର-୭ରେ ଦ୍ରୁତ ରନ୍ କରିବାର ଷ୍ଟାଣ୍ଡାର୍ଡ ଧୋନି ନିଜେ ହିଁ ସ୍ଥାପିତ କରିଛନ୍ତି।

ଖେଳିଛନ୍ତି ୯୦ ଟେଷ୍ଟ: ଏପର୍ଯ୍ୟନ୍ତ ମାହି ୯୦ ଟେଷ୍ଟ, ୩୪୮ ଦିନିକିଆ ଏବଂ ୯୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିସାରିଛନ୍ତି। ୨୦୧୫ରେ ହୁଏତ ସେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ, କିନ୍ତୁ ପ୍ରଶଂସକ ଧୋନିଙ୍କୁ ସୀମିତ ଓଭର କ୍ରିକେଟରେ ଖେଳ ଜାରି ରଖନ୍ତୁ ବୋଲି ଆଶା ବାନ୍ଧିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story