ସଚିନଙ୍କ ଜର୍ସି ବି ନେଲା ଅବସର; ଆଉ କ୍ରିକେଟ୍ ମୈଦାନରେ ଦେଖିବାକୁ ମିଳିବନି ଜର୍ସି ନମ୍ବର ୧୦

ନୂଆଦିଲ୍ଲୀ: ସଚିନ ୨୦୧୩ରେ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। ଆଉ ଆଜି ତାଙ୍କ ଜର୍ସି ନମ୍ବର ୧୦ କ୍ରିକେଟ୍‌ରୁ ଅବସର ନେଇଛି। ଆଜି ବିସିସିଆଇ ପକ୍ଷରୁ ଅଣଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ବିସିସିଆଇ କହିଛି ଯେ ଆଜିଠାରୁ ଆଉ କୌଣସି ଭାରତୀୟ ଖେଳାଳି ୧୦ ନମ୍ବର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ ନାହିଁ। ଜର୍ସି ନମ୍ବର ୧୦ ପିନ୍ଧି ସଚିନ ସବୁବେଳେ ପଡ଼ିଆକୁ ଓହ୍ଲାଉଥିଲେ। ସଚିନ ଜସି ନମ୍ବର ୧୦ ପିନ୍ଧି ୨୦୧୨ […]

sachin

sachin

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 02:12 PM IST

Sports

Latest News

ନୂଆଦିଲ୍ଲୀ: ସଚିନ ୨୦୧୩ରେ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। ଆଉ ଆଜି ତାଙ୍କ ଜର୍ସି ନମ୍ବର ୧୦ କ୍ରିକେଟ୍‌ରୁ ଅବସର ନେଇଛି। ଆଜି ବିସିସିଆଇ ପକ୍ଷରୁ ଅଣଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି। ବିସିସିଆଇ କହିଛି ଯେ ଆଜିଠାରୁ ଆଉ କୌଣସି ଭାରତୀୟ ଖେଳାଳି ୧୦ ନମ୍ବର ଜର୍ସି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ପଡ଼ିଆକୁ ଓହ୍ଲାଇବେ ନାହିଁ। ଜର୍ସି ନମ୍ବର ୧୦ ପିନ୍ଧି ସଚିନ ସବୁବେଳେ ପଡ଼ିଆକୁ ଓହ୍ଲାଉଥିଲେ।

ସଚିନ ଜସି ନମ୍ବର ୧୦ ପିନ୍ଧି ୨୦୧୨ ମାର୍ଚ୍ଚ ମାସରେ ପାକିସ୍ତାନ ବିପକ୍ଷରେ ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ। ତା’ପରଠାରୁ ଏହି ନମ୍ବରର ଜର୍ସିକୁ ଆଉ କୌଣସି ଭାରତୀୟ ଖେଳାଳି ପିନ୍ଧି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ଅବଶ୍ୟ ଏ ବର୍ଷ ଅଗଷ୍ଟରେ ଶ୍ରୀଲଙ୍କା ବିରୋଧରେ ବୋଲର ଶାର୍ଦୁଲ ଠାକୁର ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ। ତେବେ କ୍ରିକେଟ୍‌ ପ୍ରେମୀମାନେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ଓ ବିରୋଧ ଜାହିର କରିଥିଲେ। ଏହା ପରେ ଶାର୍ଦୁଲଙ୍କ ନାଁ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହୋଇଥିଲା। ସେ ସଚିନ ହେବାକୁ ଚେଷ୍ଟା କରୁଛନ୍ତି ବୋଲି କେହି କେହି କ୍ଷୁବ୍ଧ କ୍ରିକେଟ୍ ପ୍ରେମୀ କହିଥିଲେ। ତେଣୁ ବିସିସିଆଇ ଏଭଳି ଏକ ନିଷ୍ପତ୍ତି ନେଇଛି। ତେବେ ଘରୋଇ ମ୍ୟାଚ୍ ଗୁଡ଼ିକରେ ଖେଳାଳି ମାନେ ୧୦ ନମ୍ବର ଜର୍ସି ପିନ୍ଧି ଖେଳିପାରିବେ ବୋଲି ବିସିସିଆଇ ସ୍ପଷ୍ଟ କରିଛି। ବୋର୍ଡ କହିଛି ଯେ ସଚିନଙ୍କୁ ସମ୍ମାନ ଜଣାଇ ଏଭଳି ନିଷ୍ପତ୍ତି ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos