ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିଲେ ସାଇନା

ଶିବୁ(ମାଲେସିଆ): ଭାରତୀୟ ବ୍ୟାଟମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ ରବିବାର ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତିଛନ୍ତି। ଆଘାତ ସମସ୍ୟାରୁ ମୁକୁଳିବା ପରେ ସାଇନାଙ୍କ ଏହା ପ୍ରଥମ ଟାଇଟଲ।

ଥାଇଲାଣ୍ଡର ପ୍ରୋନପାୱେ ଚୋଚୁୱଙ୍ଗଙ୍କୁ ହରାଇ ସାଇନା ଏହି ଟାଇଟଲ ଜିତିଛନ୍ତି। ଏହି ମ୍ୟାଚ୍‌ ଜିତିବାକୁ ତାଙ୍କୁ ୪୬ ମିନିଟ୍‌ ସଂଘର୍ଷ କରିବାକୁ ପଡିଥିଲା। ଶେଷରେ ୨୨-୨୦,୨୨-୨୦ ସେଟ୍‌ରେ ସାଇନା ବିଜୟୀ ହୋଇଥିଲେ।