ସାଇନା ଜିତିଲେ ଅଷ୍ଟ୍ରେଲିଆନ୍ ଓପନ୍‌

ସିଡ୍‌ନୀ: ଚୀନ୍‌ର ସୁନ୍ ୟୁଙ୍କୁ ହରାଇ ସାଇନା ନେହୱାଲ ବନି ଯାଇଛନ୍ତି ଅଷ୍ଟ୍ରେଲିଆନ୍ ଓପନ୍‌ ସୁପର୍ ସିରିଜ୍‌ର ମହିଳା ଏକକ ବର୍ଗର ଚାମ୍ପିଅନ୍। ସେ ସୁନ୍‌ଙ୍କୁ ୧୧-୨୧, ୨୧-୧୪, ୨୧-୧୯ରେ ପରାସ୍ତ କରିଥିଲେ।

ଏହା ହେଉଛି ସାଇନାଙ୍କ ଦ୍ୱିତୀୟ ଅଷ୍ଟ୍ରେଲିଆନ୍ ଓପନ୍ ଟାଇଟଲ୍। ୨୦୧୪ରେ ସେ ପ୍ରଥମ ଥର ପାଇଁ ଏହି ଟାଇଟଲ୍ ଜିତି ଥିଲେ।

ସାଇନାଙ୍କ ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ଟରରେ ଶୁଭେଚ୍ଛା ଜଣାଇଛନ୍ତି।