ହରିୟାଣାରେ ପହଞ୍ଚିଲେ ସାକ୍ଷୀ, ଗ୍ରହଣ କଲେ ୨.୫ କୋଟି ଟଙ୍କାର ଚେକ୍‌

ଚଣ୍ଡିଗଡ: ବ୍ରାଜିଲର ରିଓ ଡି ଜେନେରିଓରୁ ପ୍ରଥମେ ଦିଲ୍ଲୀ ଓ ପରେ ଚଣ୍ଡିଗଡକୁ ଫେରିଛନ୍ତି କୁସ୍ତିରେ ବ୍ରୋଞ୍ଜ ପଦକ ହାତେଇଥିବା ଭାରତୀୟ ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲିକ। ସେ ଆଜି ସକାଳୁ ହରିୟାଣାରେ ପହଞ୍ଚିଛନ୍ତି। ତାଙ୍କୁ ବିମାନବନ୍ଦରରେ ସ୍ୱାଗତ କରିବା ପାଇଁ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ସାକ୍ଷୀଙ୍କ ସମେତ ହରିୟାଣାର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୀଲ ଭିଜ୍‌ ମଧ୍ୟ ସେହି ବିମାନରେ ଫେରିଥିଲେ।

ସାକ୍ଷୀଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ଝାଜ୍ଜର ଜିଲ୍ଲାରେ ଥିବା ବାହାଦୂରଗଡକୁ ନିଆଯାଇଥିଲା। ସେଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଥିଲା। ଏଥିରେ ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ। ଏହି ଅବସରରେ ସାକ୍ଷୀଙ୍କୁ ୨.୫କୋଟି ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ।

ଏହାସହ ତାଙ୍କୁ ହରିୟାଣାର ‘ବେଟି ପଢାଓ-ବେଟି ବାଚାଓ’ର ଆମ୍ବାସଡ଼ର ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’

ବରିଷ୍ଠ ଖେଳାଳିଙ୍କୁ ଜେରା ପରେ ୨୦୧୧ ବିଶ୍ୱକପ୍ ଫିକ୍ସିଂ ଅଭିଯୋଗର ତଦନ୍ତ ଉପରେ ରୋକ ଲଗାଇଲା ଶ୍ରୀଲଙ୍କା

୨୦୧୧ ବିଶ୍ୱକପ ଫିକ୍ସିଂ ହୋଇଥିଲା କି? ସାଙ୍ଗାକାରାଙ୍କୁ ୧୦ ଘଣ୍ଟା ଜେରା

କୋଚଙ୍କ ବେକରେ ଛୁରୀ ଲଗାଇ ଦେଇଥିଲେ ପାକ୍‌ର ଏହି ପୂର୍ବତନ ବ୍ୟାଟସମ୍ୟାନ!

ପରଲୋକରେ ମହାନ କ୍ରିକେଟର ଏଭେରଟନ ଓ୍ୱିକେସ

ଆଇସିସି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଶଶାଙ୍କ ମନୋହର

ରବି ଶାସ୍ତ୍ରୀଙ୍କୁ ପୂର୍ବତନ ପାକ୍‌ କ୍ରିକେଟରଙ୍କ ପ୍ରଶଂସା

କିଏ ହେବେ ଆଗାମୀ ଆଇସିସି ଅଧ୍ୟକ୍ଷ?

ଏସିଆ କପ୍ ୟୁଏଇ ଅବା ଶ୍ରୀଲଙ୍କାରେ ହେବ: ପିସିବି

ପୁଣି ୭ ପାକିସ୍ତାନ କ୍ରିକେଟରଙ୍କୁ କରୋନା, ସଂଖ୍ୟା ୧୦ ଛୁଇଁଲା

ଟେନିସ ତାରକା ଜୋକୋଭିଚ୍‌ଙ୍କୁ କରୋନା