ସାନିଆ ଓ ସାଇନାଙ୍କୁ ପଦ୍ମଭୂଷଣ, ଦୀପିକା କୁମାରୀଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ସେନସେସନ୍ ସାନିଆ ମୀର୍ଜା ଓ ବ୍ୟାଡମିଣ୍ଟନ୍ କୁଇନ୍ ସାଇନା ନେହୱାଲଙ୍କୁ ୨୦୧୬ ବର୍ଷ ପାଇଁ ଦିଆଯିବ ପଦ୍ମଭୂଷଣ ପୁରସ୍କାର। ସେହିପରି ତୀରନ୍ଦାଜ ଦୀପିକା କୁମାରୀ ପଦ୍ମଶ୍ରୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି।

ସାନିଆ ଓ ସାଇନା ଏବେ ନିଜ ନିଜ ଖେଳରେ ଟପରେ ଅଛନ୍ତି। ଟେନିସ୍ ମହିଳା ଡବଲ୍ସରେ ୧ ନମ୍ବର ସ୍ଥାନରେ ଅଛନ୍ତି ସାନିଆ। ସେ ଓ ତାଙ୍କର ସୁଇସ୍ ସାଥୀ ମାର୍ଟିନା ହିଙ୍ଗିସ୍ ଏବେ ଅଷ୍ଟ୍ରେଲିଆନ୍ ଓପନରେ ଖେଳୁଛନ୍ତି। ଦୁହେଁ ଗତବର୍ଷଠାରୁ ଏଯାବତ ଲଗାତାର ୩୩ଟି ମ୍ୟାଚ୍ ଜିତି ସାରିଲେଣି। ସେହିପରି ବେଶ କିଛି ଦିନ ଧରି ୧ ନମ୍ବର ସ୍ଥାନରେ ରହିଥିବା ସାଇନା ଏବେ ୨ ନମ୍ବର ସ୍ଥାନକୁ ଖସି ଆସିଛନ୍ତି।

ଭାରତରତ୍ନ ଓ ପଦ୍ମବିଭୂଷଣ ପରେ ପଦ୍ମଭୂଷଣ ହେଉଛି ତୃତୀୟ ଶ୍ରେଷ୍ଠ ନାଗରିକ ସମ୍ମାନ। ଉଭୟ ସାନିଆ ଓ ସାଇନା ପୂର୍ବରୁ ଅର୍ଜୁନ ଓ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ସାଇନା ୨୦୦୯ରେ ଅର୍ଜୁନ ପୁରସ୍କାର ପାଇଥିବା ବେଳେ ୨୦୧୦ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ସାନିଆ ୨୦୦୪ରେ ଅର୍ଜୁନ ପୁରସ୍କାର ପାଇଥିବା ବେଳେ ୨୦୦୬ରେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ। ଉଭୟେ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ମଧ୍ୟ ପାଇଛନ୍ତି। ସାଇନା ୨୦୦୯-୧୦ରେ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ପାଇଥିବା ବେଳେ ସାନିଆ ଗତବର୍ଷ ସାନିଆଙ୍କୁ ଏହି ପୁରସ୍କାର ଦିଆଯାଇଥିଲା।

ଦୀପିକା ଆର୍ଚେରୀ ୱାର୍ଲ୍ଡ କପ୍ ଫାଇନାଲରେ ସେ ରୌପ୍ୟ ପଦକ ଜିତି ଥିବା ବେଳେ ୱାର୍ଲ୍ଡ କପ୍ ଷ୍ଟେଜ୍ ଟୁ ଓ ଏସିଆନ୍ ଟିମ୍ ଚାମ୍ପିଅନସିପରେ ବ୍ରୋଞ୍ଜ୍ ପଦକ ଜିତିଛନ୍ତି।

ସାଧାରଣତନ୍ତ୍ର ଅବ୍ୟବହତି ପୂର୍ବରୁ ଆଜି ପଦ୍ମ ପୁରସ୍କାର ଘୋଷଣା କରାଯାଇଛି।