ରିଓ ଅଲିମ୍ପିକ୍‌: ସେମିଫାଇନାଲରେ ସାନିଆ-ବୋପାନ୍ନା

ରିଓ ଡି ଜେନେରିଓ: ଦୀର୍ଘ ୨୦ ବର୍ଷ ପରେ ଟେନିସ୍‌ରେ ଅଲିମ୍ପିକ୍‌ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି ସାନିଆ ମିର୍ଜା-ରୋହନ୍ ବୋପାନ୍ନା। ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ବ୍ରିଟେନ୍‌ର ଆଣ୍ଡି ମରେ ଓ ହେଦର ୱାଟସନ୍‌ଙ୍କୁ ୬-୪, ୬-୪ ସେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଏହି ଯୋଡି। ସେମିଫାଇନାଲରେ ଯଦି ଏହି ଯୋଡି ମ୍ୟାଚ୍‌ ଜିତିବେ ତେବେ ରୌପ୍ୟ ପଦକ ହାସଲ କରିବେ ନଚେତ୍‌ ବ୍ରୋଞ୍ଜ ପଦକ ପାଇ ଅଭିଯାନ ଶେଷ କରିବେ। ଭାରତର […]

sania-bopanna

Rakesh Mallick
  • Published: Saturday, 13 August 2016
  • , Updated: 13 August 2016, 05:03 PM IST

ରିଓ ଡି ଜେନେରିଓ: ଦୀର୍ଘ ୨୦ ବର୍ଷ ପରେ ଟେନିସ୍‌ରେ ଅଲିମ୍ପିକ୍‌ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି ସାନିଆ ମିର୍ଜା-ରୋହନ୍ ବୋପାନ୍ନା। ମିକ୍ସଡ୍‌ ଡବଲ୍ସ କ୍ୱାର୍ଟର ଫାଇନାଲରେ ବ୍ରିଟେନ୍‌ର ଆଣ୍ଡି ମରେ ଓ ହେଦର ୱାଟସନ୍‌ଙ୍କୁ ୬-୪, ୬-୪ ସେଟରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଏହି ଯୋଡି।

ସେମିଫାଇନାଲରେ ଯଦି ଏହି ଯୋଡି ମ୍ୟାଚ୍‌ ଜିତିବେ ତେବେ ରୌପ୍ୟ ପଦକ ହାସଲ କରିବେ ନଚେତ୍‌ ବ୍ରୋଞ୍ଜ ପଦକ ପାଇ ଅଭିଯାନ ଶେଷ କରିବେ। ଭାରତର ସାନିଆ-ବୋପାନ୍ନା ଆମେରିକୀୟ ଯୋଡ଼ି ଭେନସ୍‌ ୱିଲିୟମ୍‌ ଓ ରାଜୀବ ରାମଙ୍କ ସହିତ ସେମିଫାଇନାଲ ମୁକାବିଲା ଖେଳିବେ।

୧୯୯୬ ମସିହା ଆଟ୍‌ଲାଣ୍ଟା ଅଲିମ୍ପିକ୍‌ରେ ଲିଆଣ୍ଡର ପେସ୍‌ ଏକକ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ।

Related story