ପାକିସ୍ତାନକୁ ବଧେଇ ଜଣାଇ ଟ୍ରଲ୍ ହେଲେ ସାନିଆ ମିର୍ଜା

ନୂଆଦିଲ୍ଲୀ: ବିଶ୍ୱକପରେ ପାକିସ୍ତାନ ଇଂଲଣ୍ଡକୁ ହରାଇ ଖାତା ଖୋଲିଛି। ଏହା ପୂର୍ବରୁ ପାକିସ୍ତାନ ତା’ର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଯାହା ପରେ ପାକିସ୍ତାନ ଟିମକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। କିନ୍ତୁ ଇଂଲଣ୍ଡ ବିପକ୍ଷ ବିଜୟ ପରେ ପାକିସ୍ତାନକୁ ବେଶ୍ ପ୍ରଶଂସା କରାଯାଉଛି।

କିଛି ପ୍ରଶଂସକ ଏହି ବିଜୟରେ ପାକିସ୍ତାନକୁ ପ୍ରଶଂସା କରିଛନ୍ତି ଏବଂ କିଛି ପ୍ରଶଂସକ ମଧ୍ୟ ବିଜୟର ଉତ୍ସବ ମଧ୍ୟ ମନାଉଛନ୍ତି। ଏଭଳି ସ୍ଥିତିରେ ଭାରତୀୟ ଟେନିସ୍ ଷ୍ଟାର୍ ସାନିଆ ମିର୍ଜା ପାକିସ୍ତାନ ଟିମକୁ ଏହି ବିଜୟ ପାଇଁ ବଧେଇ ଜଣାଇଛନ୍ତି, କିନ୍ତୁ ତାଙ୍କ ବଧେଇ ଜଣାଇବା ପରେ ୟୁଜର୍ସ ତାଙ୍କୁ ଟ୍ରଲ୍ କରିବା ଆରମ୍ଭ କରିଦେଇଛନ୍ତି।

ସାନିଆ ଅଧିକାଂଶ ସମୟରେ ପାକିସ୍ତାନ ସହ ଜଡ଼ିତ ମାମଲାର ମନ୍ତବ୍ୟ ଯୋଗୁ ଚର୍ଚ୍ଚାକୁ ଆସନ୍ତି ଏବଂ ଏହା ପରେ ଲୋକେ ତାଙ୍କୁ ଟ୍ରଲ୍ କରିବା ଆରମ୍ଭ କରିଦିଅନ୍ତି। ଏଥର ସାନିଆ ନିଜର ଆଉ ଏକ ଟ୍ୱିଟ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପାକିସ୍ତାନ ବିଜୟ ପରେ ଏକ ଟ୍ୱିଟ୍ ଲେଖିଛନ୍ତି, “ବିଜୟ ସହ ବିଶ୍ୱକପରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିବା ପାକିସ୍ତାନ କ୍ରିକେଟ୍ ଟିମକୁ ଅଭିନନ୍ଦନ। କ୍ରିକେଟ୍ ମ୍ୟାଚ୍ ସର୍ବୋପରି ଅପ୍ରତ୍ୟାଶିତ ରହିଛି। କ୍ରିକେଟ୍ ବିଶ୍ୱକପ୍ ଅଧିକ ରୋମାଞ୍ଚକର ହେବାରେ ଲାଗିଛି।”

ତାଙ୍କର ଏହି ଟ୍ୱିଟକୁ ୨୭ହଜାରରୁ ଅଧିକ ଲୋକ ପସନ୍ଦ କରିଥିଲେ ଏବଂ ହଜାର ହଜାର ଲୋକ ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ଏହି ଟ୍ୱିଟ୍ ପରେ ଜଣେ ସାନିଆଙ୍କୁ ପ୍ରଶ୍ନ କରାଯାଇଛି ଯେ, ଯେତେବେଳେ ଭାରତ ଓ ପାକିସ୍ତାନ ମ୍ୟାଚ୍ ହେବ, ସେତେବେଳେ ସେ କାହାକୁ ସମର୍ଥନ କରିବେ। ସେହିପରି ପାକିସ୍ତାନକୁ ଅଭିନନ୍ଦନ ଜଣାଇବା ନେଇ ସାନିଆଙ୍କୁ କିଛି ଲୋକ ସମାଲୋଚନା କରିଛନ୍ତି। ସାନିଆଙ୍କ ଏହି ଟ୍ୱିଟରେ ପାକିସ୍ତାନ ପ୍ରଶଂସକ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।