ହାରୁ ହାରୁ ବଞ୍ଚିଗଲା ଭାରତ: ଏହି କ୍ରିକେଟର୍‌ ସବୁ ଖେଳ ବିଗାଡ଼ି ଦେଇଥିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ମ୍ୟାଚ୍‌ ହାରୁ ହାରୁ ଜିତିଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୬୬ ରନ୍। ଏହାର ଜବାବରେ ଭାରତ ଭଲ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଆକର୍ଷଣୀୟ ୫୬ ରନ କରି ଆଉଟ୍‌ ହେବା ପରେ ଦଳରେ ସଙ୍କଟ ଦେଖାଦେଇଥିଲା। ଯଦିଓ ସେତେବେଳେ ଭାରତ ଭଲ ସ୍ଥିତିରେ ଥିଲା ତଥାବି ତାଙ୍କ ପରେ କ୍ରିଜ୍‌କୁ ଆସିଥିବା ବ୍ୟାଟ୍ସମ୍ୟାନ୍‌ ଭଲ୍‌ ପ୍ରଦର୍ଶନ […]

shankar-afp_806x605_61520581393

shankar-afp_806x605_61520581393

Rakesh Mallick
  • Published: Sunday, 18 March 2018
  • Updated: 19 March 2018, 12:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ମ୍ୟାଚ୍‌ ହାରୁ ହାରୁ ଜିତିଛି ଟିମ୍‌ ଇଣ୍ଡିଆ। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ୱିକେଟ ହରାଇ କରିଥିଲା ୧୬୬ ରନ୍। ଏହାର ଜବାବରେ ଭାରତ ଭଲ ଆରମ୍ଭ କରିଥିଲା। ଅଧିନାୟକ ରୋହିତ ଶର୍ମା ଆକର୍ଷଣୀୟ ୫୬ ରନ କରି ଆଉଟ୍‌ ହେବା ପରେ ଦଳରେ ସଙ୍କଟ ଦେଖାଦେଇଥିଲା। ଯଦିଓ ସେତେବେଳେ ଭାରତ ଭଲ ସ୍ଥିତିରେ ଥିଲା ତଥାବି ତାଙ୍କ ପରେ କ୍ରିଜ୍‌କୁ ଆସିଥିବା ବ୍ୟାଟ୍ସମ୍ୟାନ୍‌ ଭଲ୍‌ ପ୍ରଦର୍ଶନ କରିପାରିନଥିଲେ। ଫଳରେ ଭାରତ ନିଶ୍ଚିତ ପରାଜୟ ଆଡ଼ୁକୁ ଯାଉଥିଲା। ଏପରି ସ୍ଥିତିରେ ଦିନେଶ କାର୍ତ୍ତିକ ୮ଟି ବଲରୁ ବିସ୍ଫୋରକ ୨୯ ରନ କରି ଭାରତକୁ ଚାମ୍ପିୟନ କରାଇଥିଲେ। ଭାରତକୁ ମ୍ୟାଚ୍‌ ଜିତିବାରୁ ଶେଷ ବଲ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷ ବଲରେ କାର୍ତ୍ତିକ ଛକା ମାରି ଜିତାଇଥିଲେ। ଆଜିର ମ୍ୟାଚ୍‌ରେ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ ଯୁବ ଖେଳାଳି ବିଜୟ ଶଙ୍କରଙ୍କ ବ୍ୟାଟରୁ ଦେଖାଦେଇଥିଲା। ମ୍ୟାଚ୍‌ ଶେଷ ଓଭର ଗୁଡ଼ିକରେ ତାଙ୍କ ବ୍ୟାଟରେ ବଲ୍‌ ସଂଯୋଗ ନହେବାରୁ ଭାରତ ପରାଜୟ ଆଡ଼କୁ ଗତି କରୁଥିଲା। ଫଳରେ ଉପସ୍ଥିତ ଦର୍ଶକଙ୍କ ଠାରୁ ଆରମ୍ଭ କରି ଟିଭିରେ ଦେଖୁଥିବା ଦର୍ଶକ ମଧ୍ୟ ସମାଲୋଚନା କରିବାକୁ ପଛାଇଲେ ନାହିଁ। ଅନେକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା ଶଙ୍କରଙ୍କୁ। ଶଙ୍କର ୧୯ଟି ବଲ୍‌ ଖେଳି ୧୭ ରନ୍‌ କରି ଆଉଟ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos