ଭାରତର ସାଥିଆନ ବିଶ୍ୱକପରୁ ଆଉଟ୍‌

ଚେଙ୍ଗଡୁ: ଭାରତର ଷ୍ଟାର ଟେବୁଲ ଟେନିସ୍‌ ଖେଳାଳି ଜି ସାଥିଆନ ଅନ୍ତର୍ଜାତୀୟ ଟେବୁଲ ଟେନିସ୍‌ ମହାସଂଘ (ଆଇଟିଟିଏଫ୍‌) ବିଶ୍ୱକପରୁ ବିଦାୟ ନେଇଛନ୍ତି। ପ୍ରଥମଥର ପାଇଁ ବିଶ୍ୱକପ ଖେଳୁଥିବା ସାଥିଆନ୍‌ ଶନିବାର ମୁକାବିଲାରେ ବିଶ୍ୱର ପୂର୍ବତନ ଏକ ନମ୍ବର ଟିଟି ଖେଳାଳି ଟିମୋ ବୋଲ୍ଲଙ୍କୁ ଭେଟିଥିଲେ। ରାଙ୍କର ୩୦ନମ୍ବର ସ୍ଥାନରେ ଥିବା ସାଥିଆନ ଭଲ ଖେଳ ପ୍ରଦର୍ଶନ ମଧ୍ୟ କରିଥିଲେ।

ପ୍ରଥମ ସେଟକୁ ସେ ୧୧-୭ରେ ଜିତି ମଧ୍ୟ ନେଇଥିଲେ। ହେଲେ ଟିମୋ ଦ୍ୱିତୀୟ ସେଟରୁ ନିଜ ଅଭଜ୍ଞାତା ବଳରେ ସାଥିଆନଙ୍କୁ ୧୧-୮, ୧୧-୫, ୧୧-୯ ଓ ୧୧-୮ରେ ଜିତି ନେଇଥିଲେ। ଜର୍ମାନୀର ଟିମୋ ପ୍ରି କ୍ୱାର୍ଟରରେ ୪-୧ ସେଟରେ ସାଥିଆନଙ୍କୁ ପରାସ୍ତ କରି ତାଙ୍କୁ ବିଶ୍ୱକପରୁ ବିଦା କରି ଦେଇଥିଲେ। ଟିମୋ ଦୁଇ ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି।