ଲଢ଼େଇ କରି ବିଶ୍ୱର ୧ ନଂ ଯୋଡ଼ିଠୁ ହାରିଲେ ସାତ୍ତ୍ୱିକସାଇରାଜ ଓ ଚିରାଗ

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଭାରତର ଶେଷ ଆଶା ଭାବେ ପୁରୁଷ ଡବଲ୍ସ ଖେଳୁଥିବା ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ଆଜି ସେମି ଫାଇନାଲରେ ପରାସ୍ତ ହୋଇଛନ୍ତି। ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିବା ସାତ୍ତ୍ୱିକସାଇରାଜ ଓ ଚିରାଗ ଆଜିର ମ୍ୟାଚ୍‌ରେ ବିଶ୍ୱର ୧ ନଂ ଯୋଡ଼ିଙ୍କ ସହ ଜୋରଦାର ଲଢ଼େଇ କରିଥିଲେ ହେଁ ଉଭୟଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି। ଫ୍ରେଞ୍ଚ ଓପନ ଫାଇନାଲରେ ମଧ୍ୟ […]

qe

qe

Hemant Lenka
  • Published: Saturday, 09 November 2019
  • Updated: 09 November 2019, 05:17 PM IST

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି। ଭାରତର ଶେଷ ଆଶା ଭାବେ ପୁରୁଷ ଡବଲ୍ସ ଖେଳୁଥିବା ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ଆଜି ସେମି ଫାଇନାଲରେ ପରାସ୍ତ ହୋଇଛନ୍ତି। ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିବା ସାତ୍ତ୍ୱିକସାଇରାଜ ଓ ଚିରାଗ ଆଜିର ମ୍ୟାଚ୍‌ରେ ବିଶ୍ୱର ୧ ନଂ ଯୋଡ଼ିଙ୍କ ସହ ଜୋରଦାର ଲଢ଼େଇ କରିଥିଲେ ହେଁ ଉଭୟଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଛି।

ଫ୍ରେଞ୍ଚ ଓପନ ଫାଇନାଲରେ ମଧ୍ୟ ସାତ୍ତ୍ୱିକ-ଚିରାଗ ଯୋଡ଼ିଙ୍କୁ ବିଶ୍ୱର ୧ ନଂ ସ୍ଥାନରେ ଥିବା ଇଣ୍ଡୋନେସିଆର ମାର୍କସ ଫେରନାଲଡି ଗିଡେଓନ ଏବଂ କେଭିନ ସଞ୍ଜୟା ପରାସ୍ତ କରିଥିଲେ।
ଆଜି ପୁଣିଥରେ ଏହି ଯୋଡ଼ିଙ୍କୁ ଚାଇନା ଓପନରେ ସାତ୍ତ୍ୱିକ-ଚିରାଗ ଯୋଡ଼ି ଭେଟିଥିଲେ। ମାର୍କସ ଓ କେଭିନ୍‌ ପୁଣିଥରେ ଭାରତୀୟ ଯୋଡ଼ିଙ୍କୁ ଏକତରଫା ଭାବେ ପରାସ୍ତ କରିବେ ବୋଲି ସମସ୍ତେ ଭାବୁଥିଲେ।

ହେଲେ ଚିରାଗ-ସାତ୍ତ୍ୱିକ ସେମାନଙ୍କୁ କଡ଼ା ଟକ୍କର ଦେଇଥିଲେ। ତଥାପି ମାର୍କସ ଓ କେଭିନ୍‌ ପ୍ରଥମ ସେଟକୁ ୨୧-୧୬ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟ୍‌ରେ ସାତ୍ତ୍ୱିକ୍‌-ଚିରାଗ ଯୋଡ଼ି କମବ୍ୟାକ୍‌ କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ। ଏହି ଦୁଇ ଜଣଙ୍କୁ ହରାଇବା ପାଇଁ ବିଶ୍ୱର ୧ ନଂ ସ୍ଥାନରେ ଥିବା ମାର୍କସ ଓ କେଭିନ୍‌ ଯୋଡ଼ିଙ୍କୁ ନାକେଦମ ହେବାକୁ ପଡ଼ିଥିଲା। ତେବେ ଶେଷରେ ୨୨-୨୦ରେ ସେମାନେ ଭାରତୀୟ ଯୋଡ଼ିଙ୍କୁ ହରାଇ ଫାଇନାଲ ଟିକେଟ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos