ରଣଜୀ ଟ୍ରଫି ଫାଇନାଲ, ସୌରାଷ୍ଟ୍ର ୨୦୬/୫

ରାଜକୋଟ: ଚଳିତ ରଣଜୀ ସିଜିନ୍‌ର ଫାଇନାଲ ମ୍ୟାଚ ଆଜିଠାରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସୌରାଷ୍ଟ୍ର ତା’ର ପ୍ରଥମ ଇନିଂସ୍‌ରେ ୨୦୬ ରନ୍‌ରେ ୫ ୱିକେଟ ହରାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଅର୍ପିତ ଭାସଭାଡା ୨୯ ରନ୍‌ କରି ଅପରାଜିତ ରହିଛନ୍ତି। ଚେତନ ସକାରିୟା ଦିବସର ଶେଷ ବ୍ୟାଟସ୍‌ମ୍ୟାନ ଭାବେ ୪ ରନ୍ କରି ଆଉଟ ହେବା ପରେ ଅମ୍ପାୟାର ଖେଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ସୌରାଷ୍ଟ୍ର ପକ୍ଷରୁ ଟିମ୍‌ […]

yo

yo

Hemant Lenka
  • Published: Monday, 09 March 2020
  • Updated: 09 March 2020, 09:13 PM IST

Sports

Latest News

ରାଜକୋଟ: ଚଳିତ ରଣଜୀ ସିଜିନ୍‌ର ଫାଇନାଲ ମ୍ୟାଚ ଆଜିଠାରୁ ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ସୌରାଷ୍ଟ୍ର ତା’ର ପ୍ରଥମ ଇନିଂସ୍‌ରେ ୨୦୬ ରନ୍‌ରେ ୫ ୱିକେଟ ହରାଇଛି। ଷ୍ଟମ୍ପ ଅପସାରଣ ବେଳକୁ ଅର୍ପିତ ଭାସଭାଡା ୨୯ ରନ୍‌ କରି ଅପରାଜିତ ରହିଛନ୍ତି। ଚେତନ ସକାରିୟା ଦିବସର ଶେଷ ବ୍ୟାଟସ୍‌ମ୍ୟାନ ଭାବେ ୪ ରନ୍ କରି ଆଉଟ ହେବା ପରେ ଅମ୍ପାୟାର ଖେଳକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ।

ସୌରାଷ୍ଟ୍ର ପକ୍ଷରୁ ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଫାଇନାଲ ମ୍ୟାଚ୍‌ ଖେଳୁଛନ୍ତି। ହେଲେ ସେ ଆଜି ୫ ରନ୍‌ କରିଥିବା ବେଳେ ରିଟାଡ୍‌ ହର୍ଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି।

ରାଜକୋଟର ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଘରୋଇ ଟିମ୍‌ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ହାରଭିକ ଦେଶାଇ ଓ ଅଭି ବାରୋତ ପ୍ରଥମ ୱିକେଟ ପାଇଁ ୮୨ ରନ୍‌ର ଭାଗିଦାରୀ କରିଥିଲେ। ବେଙ୍ଗଲ ବୋଲର ମାନେ ଯେତେ ଚେଷ୍ଟା କରୁଥିଲେ ହେଁ ସଫଳତା ପାଇ ନଥିଲେ। କିନ୍ତୁ ଦଳୀୟ ସ୍କୋର ୮୨ ଥିବା ବେଳେ ବ୍ୟକ୍ତିଗତ ୩୮ ରନ କରିଥିବା ଦେଶାଇ ସ୍ପିନର ବୋଲର ଶାହାବାଜ ନଦୀମଙ୍କ ବଲରେ ଆଉଟ ହୋଇଥିଲେ।

ଦ୍ୱିତୀୟ ୱିକେଟ ପାଇଁ ଅଭି ଓ ବିଶଭରାଜ ଜାଡେଜା ୩୧ ରନର ଭାଗିଦାରୀ କରିଥିଲେ। ଅଭି ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବ୍ୟକ୍ତିଗତ ୫୪ ରନ୍ କରିଥିବା ଅଭିଙ୍କୁ ଆକାଶ ଦୀପ ୱିକେଟ କିପର ରିଦ୍ଦିମାନ ସାହାଙ୍କ ହାତରେ କ୍ୟାଚ୍ କରାଇ ଦଳକୁ ଦ୍ୱିତୀୟ ସଫଳତା ଦେଇଥିଲେ।  ଜାଡେଜା ଓ ଅର୍ପିତ ୩ୟ ୱିକେଟ ପାଇଁ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ଓ ଦଳୀୟ ସ୍କୋରରେ ୫୦ ରନ୍ ଯୋଡ଼ିଥିଲେ।

ଜାଡେଜା ଅର୍ଦ୍ଧଶତକ ହାସଲ କରିବା ପରେ ବଡ଼ ଶଟ୍ ଖେଳିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ମଧ୍ୟ ୫୪ ରନ୍ କରିଥିବା ବେଳେ ଆକାଶ ଦୀପଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଲଡନ୍ ଜ୍ୟାକସନ(୧୪) ବେଶୀ ସମୟ ତିଷ୍ଠି ପାରି ନଥିଲେ। ତାଙ୍କୁ ଇଶାନ ପୋରେଲ ଆଉଟ କରିଥିଲେ।

ସର୍ବଦା ୩ ନଂରେ ବ୍ୟାଟିଂ କରୁଥିବା ପୂଜାରା ଆଜି ୬ନଂରେ ବ୍ୟାଟିଂ କରିବାକୁ ଆସିଥିଲେ। ଏହି ସମୟରେ ସୌରାଷ୍ଟ୍ର ୧୮୨ ରନ୍‌ରେ ୪ ୱିକେଟ ହରାଇଥିଲା। ପୂଜାରା ଓ ଅର୍ପିତଙ୍କ ଉପରେ ଦଳର ଗୁରୁ ଦାୟିତ୍ୱ ମଧ୍ୟ ରହିଥିଲା। ତେବେ ପୂଜାରା ୨୪ଟି ବଲରେ ୫ ରନ୍‌ କରିଥିବା ବେଳେ ପଡ଼ିଆ ମଧ୍ୟରେ ଅସୁସ୍ଥ ଅନୁଭବ କରିଥିଲେ।

ଏହାପରେ ମେଡିକାଲ ଟିମ୍‌ ସହାୟତାରେ ସେ ପଡ଼ିଆ ଛାଡ଼ିଥିଲେ। ତାଙ୍କ ସ୍ଥାନରେ ଆସିଥିବା ଚେତନ କିଛି ସମୟ ପାଇଁ ଅର୍ପିତଙ୍କ ସାଥ ଦେଇଥିଲେ। କିନ୍ତୁ ଖେଳ ଶେଷ ହେବାକୁ ଆଉ କିଛି ସମୟ ବାକି ଥିବା ବେଳେ ଚେତନ(୪) ଆକାଶ ଦୀପଙ୍କ ତୃତୀୟ ଶିକାର ବନିଥିଲେ।

୮୦.୫ ଓଭରରେ ଖରାପ ଆଲୁଅ ଯୋଗୁ ଅମ୍ପାୟାର ପ୍ରଥମ ଦିନର ଖେଳ ବନ୍ଦ କରିଥିଲେ। ଆସନ୍ତାକାଲି ସମ୍ଭବତଃ ପୂଜାରା ବ୍ୟାଟିଂ କରିବାକୁ ଆସି ପାରନ୍ତି। ତେଣୁ ସୌରାଷ୍ଟ୍ର ତାଙ୍କ ଠାରୁ ବଡ଼ ଇନିଂସ୍‌ର ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos