ଫାଇନାଲରେ ଚମକିଲେ ଅର୍ପିତ ଓ ପୂଜାରା, ସୌରାଷ୍ଟ୍ର ୩୮୪/୮

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ଦ୍ୱିତୀୟ ଦିନରେ ଚମକିଛନ୍ତି ସୌରାଷ୍ଟ୍ର ଦୁଇ ଖେଳାଳି ଅର୍ପିତ ଭାସଭାଡ ଓ ଅଭିଜ୍ଞ ଚେତେଶ୍ୱର ପୂଜାରା। ଅର୍ପିତଙ୍କ ଦମଦାର ୧୦୬ ଓ ପୂଜାରାଙ୍କ ୬୬ ରନ୍‌ ବଳରେ ସୌରାଷ୍ଟ୍ର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୩୮୪ ରନ୍‌ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଚିରାଗ ଜଇନି ୧୩ ଓ ଧର୍ମେନ୍ଦ୍ର ସିଂହ ଜାଡେଜା ୧୩ ରନ୍‌ କରି ଅପରାଜିତ ରହିଛନ୍ତି। ବେଙ୍ଗଲ ବୋଲରମାନେ ମାନେ ଆଜି […]

t

t

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 06:22 PM IST

Sports

Latest News

ରାଜକୋଟ: ରଣଜୀ ଟ୍ରଫି ଫାଇନାଲର ଦ୍ୱିତୀୟ ଦିନରେ ଚମକିଛନ୍ତି ସୌରାଷ୍ଟ୍ର ଦୁଇ ଖେଳାଳି ଅର୍ପିତ ଭାସଭାଡ ଓ ଅଭିଜ୍ଞ ଚେତେଶ୍ୱର ପୂଜାରା। ଅର୍ପିତଙ୍କ ଦମଦାର ୧୦୬ ଓ ପୂଜାରାଙ୍କ ୬୬ ରନ୍‌ ବଳରେ ସୌରାଷ୍ଟ୍ର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୮ ୱିକେଟ ହରାଇ ୩୮୪ ରନ୍‌ କରିଛି।

ଷ୍ଟମ୍ପ ଅପସାରଣ ବେଳକୁ ଚିରାଗ ଜଇନି ୧୩ ଓ ଧର୍ମେନ୍ଦ୍ର ସିଂହ ଜାଡେଜା ୧୩ ରନ୍‌ କରି ଅପରାଜିତ ରହିଛନ୍ତି। ବେଙ୍ଗଲ ବୋଲରମାନେ ମାନେ ଆଜି ମାତ୍ର ୩ଟି ୱିକେଟ ନେବାକୁ ହିଁ ସକ୍ଷମ ହୋଇଛନ୍ତି।

ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ସୌରାଷ୍ଟ୍ର ଗତକାଲି ସୁଦ୍ଧା ୨୦୬/୫ କରିଥିଲା। ସୋମବାର ଦିବସର ଶେଷ ବ୍ୟାଟସମ୍ୟାନ ଭାବେ ଚେତନ ସକରିୟା ଆଉଟ ହେବା ପରେ ଷ୍ଟମ୍ପ ଅପସାରଣ ହୋଇଥିଲା। ଏହି ସମୟରେ ଅର୍ପିତ ୨୪ ରନ୍‌ କରିଥିଲେ।

ଆଜି ଅର୍ପିତଙ୍କ ସହ ଗତକାଲି ୫ ରନ୍‌ କରି ଆହତ ହୋଇଥିବା ପୂଜାରା ବ୍ୟାଟିଂ ଆରମ୍ଭ କରିଥିଲେ। ଦୁହେଁ ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏପରି କି ୬ଷ୍ଠ ୱିକେଟ ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଇତି ମଧ୍ୟରେ ଅର୍ପିତ ନିଜର ଶତକ ହାସଲ କରିଥିଲେ। ପୂଜାରା ବି ତାଙ୍କ ପ୍ରଥମ ଶ୍ରେଣୀ କ୍ୟାରିୟରରେ ଆଉ ଏକ ଅର୍ଦ୍ଧଶତକ ଯୋଡ଼ିଥିଲେ।

ଦଳୀୟ ସ୍କୋର ୩୪୮ ଥିବା ବେଳେ ବ୍ୟକ୍ତିଗତ ୧୦୬ ରନ୍‌ କରି ଅର୍ପିତ ଆଉଟ ହୋଇଥିଲେ। ତାଙ୍କୁ ଶାହାବାଜ ଅହମଦ ଆଉଟ କରିଥିଲେ। ଦଳୀୟ ସ୍କୋରରେ ଆଉ ୧୦ ରନ୍‌ ଯୋଡ଼ିବା ପରେ ପୂଜାରା(୬୬) ମୁକେଶ କୁମାରଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

ପେରାକ ମଙ୍କଡ ଖାତା ଖୋଲିବା ପୂର୍ବରୁ ମୁକେଶ କୁମାରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଲାଗୁଥିଲା, ଆଜି ହିଁ ସୌରାଷ୍ଟ୍ର ଅଲଆଉଟ ହୋଇଯିବ। ତେବେ ଚିରାଗ ଓ ଜାଡେଜା ଦମଦାର ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ।

ଉଭୟ ୯ମ ୱିକେଟ ପାଇଁ ଅପରାଜିତ ୨୦ ରନ୍‌ ଯୋଡ଼ିବା ସହ ଷ୍ଟମ୍ପ ଅପସାରଣ ହେବା ଯାଏ ଆଉ କୌଣସି କ୍ଷତି ଘଟାଇବାକୁ ଦେଇନାହାନ୍ତି। ଗତକାଲି ଅଭି ବାରୋଟ ଓ ବିଶଭରାଜ ଜାଡେଜା ୫୪ ରନ୍‌ ଲେଖାଏ କରିଥିଲେ।

ବେଙ୍ଗଲ ପକ୍ଷରୁ ଆକାଶ ଦୀପ ୩ଟି ୱିକେଟ ନେଇଥିବା ବେଳେ ମୁକେଶ କୁମାର ଓ ଶାହାବାଜ ୨ଟି ଲେଖାଏ ୱିକେଟ ନେଇଛନ୍ତି। ସେହିପରି ଇଶାନ ପୋରେଲ ଗୋଟିଏ ୱିକେଟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story