ସ୍କୁଲ ହଷ୍ଟେଲରେ ରହିବେ ବୁଦ୍ଧିଆ

ଭୁବନେଶ୍ୱର: ନିଜ କ୍ୟାରିୟରକୁ ନେଇ ଦୋଛକିରେ ଥିବା ବିସ୍ମୟ ବାଳକ ବୁଦ୍ଧିଆ ସିଂହ ଆଜି କ୍ରିଡ଼ା ନିର୍ଦ୍ଦେଶକ ଅନନ୍ତ କିଶୋର ଜେନାଙ୍କୁ ଭେଟିଛନ୍ତି। କ୍ରିଡ଼ା ଛାତ୍ରାବାସକୁ ନ ଫେରି ପଢୁଥିବା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ହଷ୍ଟେଲରେ ତାଙ୍କ ପାଇଁ କୋଚିଂ ବ୍ୟବସ୍ଥା କରିବାକୁ ବୁଦ୍ଧିଆ ଅନୁରୋଧ କରିଛନ୍ତି। ପାଠପଢା ସହ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ସେ ଜଣାଇଛନ୍ତି। ବୁଦ୍ଧିଆ କହିଛନ୍ତି,“ସରକାର ଆଗ ପରି ସହଯୋଗ କରୁଛନ୍ତି। ସ୍କୁଲ ହଷ୍ଟେଲରେ […]

budhia

budhia

Rakesh Mallick
  • Published: Wednesday, 11 January 2017
  • Updated: 11 January 2017, 06:24 PM IST

Sports

Latest News

ଭୁବନେଶ୍ୱର: ନିଜ କ୍ୟାରିୟରକୁ ନେଇ ଦୋଛକିରେ ଥିବା ବିସ୍ମୟ ବାଳକ ବୁଦ୍ଧିଆ ସିଂହ ଆଜି କ୍ରିଡ଼ା ନିର୍ଦ୍ଦେଶକ ଅନନ୍ତ କିଶୋର ଜେନାଙ୍କୁ ଭେଟିଛନ୍ତି। କ୍ରିଡ଼ା ଛାତ୍ରାବାସକୁ ନ ଫେରି ପଢୁଥିବା ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ ହଷ୍ଟେଲରେ ତାଙ୍କ ପାଇଁ କୋଚିଂ ବ୍ୟବସ୍ଥା କରିବାକୁ ବୁଦ୍ଧିଆ ଅନୁରୋଧ କରିଛନ୍ତି। ପାଠପଢା ସହ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଥିବା ସେ ଜଣାଇଛନ୍ତି।

ବୁଦ୍ଧିଆ କହିଛନ୍ତି,“ସରକାର ଆଗ ପରି ସହଯୋଗ କରୁଛନ୍ତି। ସ୍କୁଲ ହଷ୍ଟେଲରେ ରହିବି। କଳିଙ୍ଗ ଷ୍ଟାଡିୟମରେ କି ସ୍କୁଲରେ କୋଚିଂ ବ୍ୟବସ୍ଥା କରାଯିବ ତାହା ଉପରେ ସରକାର ବିଚାର କରୁଛନ୍ତି। ସମସ୍ତେ ମୋର ଭଲ ପାଇଁ ଉଦ୍ୟମ କରୁଛନ୍ତି, ଆଶା ଅଛି ମୋ ଭବିଷ୍ୟତ ପାଇଁ ଭଲ କରିବେ।”

ବୁଦ୍ଧିଆ ମାଆ, ସ୍କୁଲ ଓ ଜୁଡୋ କୋଚ୍‌ଙ୍କ ସହ ଯାଇ ନିର୍ଦ୍ଦେଶକଙ୍କୁ ଭେଟିଥିଲେ।

ବୁଦ୍ଧିଆଙ୍କ ମାଆ ସୁକାନ୍ତି ସିଂହ କହିଛନ୍ତି,“ବୁଦ୍ଧିଆ ସ୍କୁଲ ହଷ୍ଟେଲରେ ରହି ଅଭ୍ୟାସ କରିବ। ସରକାର ସବୁ ବୁଝିବେ। ଆଶା ପୂରଣ ହେବ ବୋଲି ଆମର ଭରଷା ଅଛି। ପାଠପଢା ସରିବା ପରେ ନିଜ କ୍ୟାରିୟରକୁ ବୁଦ୍ଧିଆ କେମିତି ଆଗକୁ ନେବ ତାହା ସରକାର ସ୍ଥିର କରିବେ।”

ଜୁଡୋ କୋଚ୍‌ ଗୀତା ପରିଡ଼ା କହିଛନ୍ତି,“ଜୁଡୋ ହଲ୍‌ରେ ରହୁଥିବାରୁ ସ୍କୁଲ ଯିବା ଆସିବାରେ ତା’ର ସମୟ ନଷ୍ଟ ହେଉଛି। ତାକୁ ଅଭ୍ୟାସ୍‌ କରିବାରେ ଅସୁବିଧା ହେଉଛି। ଏବେ ତା’ର ଦଶମ ଶ୍ରେଣୀ ହେବ। ଖେଳ ଉପରେ ଏବେ ପୂରା ଧ୍ୟାନ ଦେଲେ ପାଠପଢା ମଧ୍ୟ କ୍ଷତି ହେବ। ସ୍କୁଲ ହଷ୍ଟେଲରେ ରହିଲେ ପାଠପଢା ସହ ଭଲରେ ଅଭ୍ୟାସ ମଧ୍ୟ କରିପାରିବ। ସ୍କୁଲରେ ଥିବା କୋଚ୍‌ ତାଙ୍କୁ ଗାଇଡ କରିବେ।”

ସେ କହିଛନ୍ତି,“ମୁଁ ଭାବୁଛି ବୁଦ୍ଧିଆ ସ୍କୁଲ ହଷ୍ଟେଲରେ ରହି ସେଠାରେ କୋଚିଂ ନେବା ଭଲ ହେବ। ବୁଦ୍ଧିଆ ଯେଉଁ ସହଯୋଗ ମାଗିଛି କ୍ରିଡ଼ା ବିଭାଗ ସବୁ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି।”

କ୍ରିଡ଼ା ନିର୍ଦ୍ଦେଶକ ଜେନା କହିଛନ୍ତି,“ଗଠନ ହୋଇଥିବା କମିଟି ବୁଦ୍ଧିଆ ସିଂହ ଓ ତାଙ୍କ ମାଆଙ୍କ ମତାମତ ନେଇଛନ୍ତି। କମିଟି ମୋତେ ରିପୋର୍ଟ ଦେବା ପରେ ମୁଁ କମିଶନଙ୍କୁ ଦେବି। ତା’ପରେ ଯାହା ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos